ମା ରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ଧାଡିରେ ଦର୍ଶନ କରିବେ ଭକ୍ତ
ସାକ୍ଷୀଗୋପାଳ,--- ସାକ୍ଷୀଗୋପିନାଥ ଦେବଙ୍କ ଅଁଳାନବମୀ ଯାତ୍ରଆଉ ରହିଲା ଦୁଇଦିନ । ୧୦ ତାରିଖ ଦିନ ଏହି ଯାତ୍ରା ଅନୁଷ୍ଠିତ ହେବ । ଏହି ଦିନ ମା ରାଧାରାଣୀଙ୍କ ଓଡିଆଣି ବେଶ ସାଙ୍ଗକୁ ତାଙ୍କର ପାଦ ଦର୍ଶନ କରିବାର ସୁଯୋଗ ଭକ୍ତ ମାନଙ୍କୁ ମିଳିବ । ଏଥିଯୋଗୁ ଲକ୍ଷାଧକ ଭକ୍ତଙ୍କର ଭିଡ ହେବ ବୋଲି ପ୍ରଶାସନ ଅନୁମାନ କରିଛି । ଭକ୍ତ ମାନେ କିପରି ଶାନ୍ତି ଶୃଙ୍ଖଳାରେ ଧାଡିରେ ଯାଇ ଦର୍ଶନ କରିବେ ସେଥିପାଇଁ ତତ୍ପରତା ପ୍ରକାଶ କରିଛି । ଚାରି ଲାଇନି ବିଶ୍ିଷ୍ଟ ବ୍ୟାରକେଡ ନିର୍ମାଣ କରାଯାଇଛି । ଖରାକୁ ନଜର କରି ଜିଲ୍ଲା ପ୍ରଶସନ ପକ୍ଷରୁ ବ୍ୟାରକେଡ ଉପରେ କନାର ସିଂଲି କରାଯାଇଛି । ଅନେକ ଯାଗାରେ ସିସିଟିଭି କ୍ୟାମେରା ଲାଗଯିବ । ସେହିପରି ସାକ୍ଷୀଗୋପାଳ ଚନ୍ଦନପୋଖରୀ ଠାରୁ ମନ୍ଦିର ପଛ ପାଶ୍ୱରେ ଥିବା ଓଡିଆ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ରଙ୍ଗବେରଙ୍ଗର ଆଲୋକ ମାଳରେ ସଜାଯିବା ସହ ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ଫୁଲ ଓ ଆଲୋକ ମାଳରେ ସଜାଯିବା ଆରମ୍ଭ ହୋଇଛି । ବିଭିନ୍ନ ସମୟରେ ଜିଲ୍ଲା ଓ ବ୍ଳକ ପ୍ରଶାସନର ବିଭିନ୍ନ ଅଧିକାରୀ ମାନେ ଯାତ୍ରା ପାଇଁ କରାଯାଉଥିବା କାର୍ଯ୍ୟର ସମୀକ୍ଷା କରୁଛନ୍ତି । ମନ୍ଦିର ସେବାୟତ ସଂଘ ପକ୍ଷରୁ ଅନୁଷ୍ଠିତ ଅଁ,ା ନବମୀ ଯାତ୍ରା କିପରି ସରସ ସୁନ୍ଦର ସହିତ ଶାନ୍ତି ଶୃଙ୍ଖଳା ସହିତ ଶେଷ କରାଯିବ ସେଥିପାଇଁ ସଂଘ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୧୧/୨୦୨୪---୮,୧୦ Sakhigopal News, 7/11/2024