ଅଁଳାନବମୀ ଯାତ୍ରା ପାଇଁ ଦୁତୀୟ ସମନ୍ନୟ ବୈଠକ ; ଚଳିତ ବର୍ଷ ଆକର୍ଷଣୀୟ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ , ସକାଳ୬.୩୦ରେ ଭକ୍ତ ମାନଙ୍କ ପାଇଁ ସାହାଣ ମେଳା ଦର୍ଶନ
ସାକ୍ଷୀଗୋପାଳ,----ପୁରୀ ଜିଲ୍ଲାର ଦୁତୀୟ ଗଣପର୍ବ ହେଉଛି ସାକ୍ଷୀଗୋପିନାଥ ଦେବଙ୍କ ପବିତ୍ର ଅଁଳାନବମୀ ଓ ଏକାଦଶୀ ଯାତ୍ରା । ଏହି ଯାତ୍ରା କାର୍ତ୍ତିକ ମାସରେ ପଡୁଥିବାରୁ ଏହି ଦିନରେ ମା ରାଧା ରାଣୀଙ୍କ ପାଦ ଦର୍ଶନ କରିବାର ସୁଯୋଗ ବର୍ଷକୁ ଥରେ ମିଳିଥାଏ । ଏହି ଯାତ୍ରାକୁ ସରସ ସୁନ୍ଦର କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ସତ୍ୟବାଦୀ ପ୍ରଶାସନ ସହିତ ସାକ୍ଷୀଗୋପିନାଥ ଦେବଙ୍କ ସେବାୟତ ସଂଘ ର ସମନ୍ନୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ନୀଳ ମାଧବ ମାଝିଙ୍କ ସଭାପତିତ୍ୱରେ ବୈଠକ ଆରମ୍ଭ ହୋଇଥିଲା । ଏଥିରେ ଅତିରିକ୍ତ ଏସପି ବିଷ୍ଠୁପସାଦ ପତି, ବିଧାୟକ ଓମ ପ୍ରକାଶ ମିଶ୍ର, ଅତିରିକ୍ତ ଦେବତ୍ତର କମିଶନର ଶିଶିର କୁମାର ସାହୁ , ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଏସଡିପିଓ ବିରଞ୍ଜି ନାରାୟଣ ପତି , ଅତିରିକ୍ତ ତହସିଲଦାର ପିୟଦର୍ଶୀ ରାଜେଶ, ବିଡିଓ ଲିପିସା ରାୟଙ୍କ ସହିତ ସତ୍ୟବାଦୀ ଥାନା ଅଧିକାରୀ ଉମେଶ କୁମାର ସାହୁ, ସାକ୍ଷଗୋପିନାଥ ଦେବଙ୍କ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଆଲେଚନାରେ ଅଂଶ ଗ୍ରହଣ କରିଥିଲେ । ସେହିପରି ସାକ୍ଷୀଗୋପିନାଥ ଦେବଙ୍କ ସେବାୟତ ସଂଘର ସଭାପତି ଆଶୋକ କୁମାର ଖୁଣ୍ଠିଆ ଓ ସମ୍ପାଦକ ପ୍ରତାପ କୁମାର ମହାପାତ୍ର, ଉପସଭାପତି ସଂଜୟ କୁମାର ନନ୍ଦ, ସଦସ୍ୟ ଓ ଅନ୍ୟ ସେବାୟତ ମାନେ ଉପସ୍ଥିତ ରହି ଆଲେଚନାରେ ଅଂଶ ଗ୍ରହଣ କରିଥିଲେ । ବିଶେଷ କରି ଉପସଭାପତି ସଂଜୟ କୁମାର ନନ୍ଦ ୧୦ ତାରିଖ ଅଁଳାନବମୀ ଯାତ୍ରା ପାଇଁ ତା ଅ।।ଗଦିନ ବିଳମ୍ବିତ ରାତି ୧ଟାରୁ ଦ୍ୱାର ଫିଟା, ମଙ୍ଗଳ ଆଳତୀ ୧.୩୦, ବେଶ, ମଇଲମ, ମର୍ଦ୍ଦନଅବକାଶ ଓ ନଟବର ବେଶ ୧.୩୦ରୁ ରାତ୍ର ୩ ଘଟିକା ପର୍ଯ୍ୟନ୍ତ ହେବ । ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ, ସକାଳଧୂପ, ବାଳଧୂପ, ଓ ମଦନମୋହନ ଭୋଗ ପୂର୍ବରାତ୍ର ୩ ଘଟିକାରୁ ଆରମ୍ଭ ହୋଇ୫.୩୦ରେ ଶେଷ ହେବ । ୫.୩୦ରୁ ମନ୍ଦିର କର୍ମଚାରୀ ଓ ସେବାୟତଙ୍କ ପରିବାର ମାନେ ଦର୍ଶନ କରିବ ପାଇଁ ସେବାୟତ ସଂଘ ପକ୍ଷରୁ ସମୟ ନିଘଣ୍ଟ କରାଯାଇଛି । ସକାଳ ୬ ଘଟିକାରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ସାହାଣ ମେଳା ରହିବ । ୫ ଟାରୁ ୫.୩୦ ପର୍ଯ୍ୟନ୍ତ ସେବାୟତ ପରିବର୍ତ୍ତନ ଯୋଗୁ ଦର୍ଶନ ବନ୍ଦ ରହିବ । ୫.୩୦ରୁ ରାତ୍ରି ୧୧ ଘଟିକା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଦର୍ଶନ କରିବେ ବୋଲି ଜଣାପଡିଛି । ଆଜିର ବୈଠକରେ ପାସ ଦାୟତ୍ୱ ସତ୍ୟବାଦୀ ତହସିଲଦାରଙ୍କୁ ଦିଆଯାଇଛି ବୋଲି ଦେବତ୍ତର ଅତିରିକ୍ତ କମିଶନର କହିଛନ୍ତି । ଯେଉଁ ବିଭାଗ ଅଧିକାରୀ ମାନେ ପ୍ରଥମ ପ୍ରସ୍ତୁତି ବୈଠକରେ ଦିଆଯାଇଥିବା ଦାୟତ୍ୱ କାମ କରିନାହାନ୍ତି ସେମାନଙ୍କ ଉପରେ ବିଧାୟକ ଓମ ପ୍ରକାଶ ମିଶ୍ର ବିରକ୍ତି ପ୍ରକାଶ କରିବା ସହ ତୁରନ୍ତ କାମ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ କହିଥିଲେ ଯେ ତୁରନ୍ତ ୧୫୦ ଗୋଟି ହାଲୋଜିନି ସହିତ ଡିଜି ନେଜେରଟର ରଖିବା ପାଇଁ କହିଥିଲେ । ବିଧାୟକ ଓ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା କହିଥିଲେ ବିଭିନ୍ନ ଗାଡି ପାକିଂ ସ୍ଥଳରେ ଅସ୍ତାୟୀ ଶୌଚାଳୟ ନିର୍ମାଣ କରିବା ବା ଭାମ୍ୟମାଣ୍ୟ ଶୌଜାଳୟ ରଖିବା ପାଇଁ ବିଭାଗୀୟ ଜେଇଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଷଲ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୧୧/୨୦୨୪---୮,୧୦