ସାକ୍ଷୀଗୋପାଳ ଅଁଳାନବମୀ ଯାତ୍ରା ; ପଲ୍ଲିଶ୍ରୀ ମେଳା ଓ ମିନା ବଜାରରେ ଖାଦ୍ୟ ଦେକାନ ମନା
ସାକ୍ଷୀଗୋପାଳ, ---- ପୁରୀ ଜିଲ୍ଲାର ସାକ୍ଷୀଗୋପିନାଥ ଦେବଙ୍କ ଅଁଳାନବମୀ ଯାତ୍ରା ପାଇଁ ବେଶ ଜଣାଶୁଣା । ଏହି ଯାତ୍ରା ତିନିଦିନ ଧରି ଅନୁଷ୍ଠିତ ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ ଠାରୁ ସତ୍ୟବାଦୀ ବ୍ଳକ ପ୍ରଶାସନ ଓ ସାକ୍ଷୀଗୋପିନାଥ ଦେବଙ୍କ କାର୍ଯ୍ୟାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ମନ୍ଦିର ପର୍ଯ୍ୟନ୍ତ ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ଜିତେନ୍ଦ୍ର ଦାଶ ଙ୍କ ତତ୍ୱବଧାନରେ ସଫେଇ କାର୍ଯ୍ୟ କରାଯାଉଛି । ସେହିପରି ନିଷ୍ପତି କ୍ରମେ ବକୁଳବନ ସ୍ଥିତ ପଞ୍ଚସଖା ଖେଳ ପଡିଆରେ ଅନୁଷ୍ଠିତ ପଲ୍ଲିଶ୍ରୀ ମେଳ ଓ ମିନା ବଜାରରେ କୌଣସି ଖାଦ୍ୟ ଦେକାନ ଖୋଲିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ବିଗତ ବର୍ଷରେ ଅଳ୍ପକେ ଏକ ଭୟଙ୍କର ଅଗ୍ନିକାଣ୍ଡରୁ ରକ୍ଷା ମିଳିଯାଇଥିଲା । ତାହାକୁ ନଜର କରି ସମସ୍ତ ପାଷ୍ଟଫୁଡ ଓ ବିଭିନ୍ନ ଖାଦ୍ୟ ଦେକାନୀ ମାନଙ୍କୁ ପଡିଆ ବାହାରେ ମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱାବସୀ ତ୍ରିପାଠୀଙ୍କ ଠାରୁ ସୁଚନା ମଳିଛି । ସେହିପରି ବିଭିନ୍ନ ଅଞ୍ଚଳରୁ ଆସିଥିବା ବିଭିନ୍ନ ଦେକାନୀ ମାନଙ୍କୁ ପଡିଆ ମଧ୍ୟରେ ଓ ବାହାରେ ଷ୍ଟଲ କରିବା ପାଇଁ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଯାତ୍ରା ଆହୁରି ଦୁଇଦିନ ବାକି ଥିଲେ ମଧ୍ୟ ଦେକାନୀ ମାନେ ସେମାନଙ୍କ ଷ୍ଟଲ ଗୁଡିକ ବେପାର କରିବା ଆଶାରେ ଖୋଲିବା ଆରମ୍ଭ କରିସାରିଲେଣି । ଯାତ୍ରା ଦାଣ୍ଡ ଏବେ ଗହଳି ଲାଗିବା ଆରମ୍ଭ କଲାଣି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୧୧/୨୦୨୪---୮,୧୦ Sakhigopal News, 7/11/2024