Breaking News

ବର୍ଷକୁ ଥରେ ମହାଭୈରବୀ ବେଶରେ ମା ଦକ୍ଷିଣକାଳୀ ଭକ୍ତଙ୍କୁ ଦର୍ଶନ ଦେଲେ ; ଟିକା ଗୋବିନ୍ଦଚନ୍ଦ୍ରଙ୍କ ଗୀତିଶୁଣି ମା ବିଦାୟ ନେଲେ



ସାକ୍ଷୀଗୋପାଳ,----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରଗୋବିନ୍ଦପୁର ଶାସନ ଗ୍ରାମରେ ପୂଜିତ ମା’ ଦକ୍ଷିଣକାଳୀ ମହାଭୈରବୀ ବେଶରେ ବର୍ଷକୁ ଥରେ  ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି । ଉକ୍ତ ପୀଠରେ ବର୍ଷକ ସାରା ପଟ୍ଟଚିତ୍ରରେ ମା ପୂଜା ପାଉଥିବା ବେଳେ ବର୍ଷକୁ ଥରେ ମାଙ୍କର ମୃଣ୍ଣୟୀ ମୂତ୍ତି ନୀତି ନିୟମ ବା ପରମ୍ପରା ଅନୁଯାୟୀ ପୂଜା କରାଯାଇଥାଏ । ମା ଏହି ଦିନ ମହାଭୈରବୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । ମାତ୍ର ଭକ୍ତ ମାନେ ମାଙ୍କୁ ଦର୍ଶନ କରିବା ଆଗରୁ ପରମ୍ପରା ଅନୁଯାୟୀ ବିସର୍ଜନ କରାଯାଇଥାଏ ।  ମାଙ୍କର ଦ୍ରୂଆର ସାହାଣ ମେଲା ହେବା ସମୟରେ ମାଙ୍କ ନିକଟରେ ମାଙ୍କର ମୁଖ୍ୟ ପୂଜକ ପ୍ରଫୁଲ ଚନ୍ଦ୍ର ଦୀକ୍ଷିତ ଶାନ୍ତି ହୋମ କରିବା ସହିତ ମାଙ୍କୁ ବର୍ଷକ ପାଇଁ ବିଦାୟ ଦେଇଥାନ୍ତି । ଏହି ହୋମ ସମୟରେ ମାଙ୍କର ଅନ୍ୟ ପୂଜକ ତଥା ସେବାୟତ ଓ ଗ୍ରାମ୍ୟ କୋଠର ମୁରବି ସହିତ ଗ୍ରାମର ଯୁବକ ମାନେ ଏକାଠି ହୋଇ ଶାନ୍ତି ହୋମ ସମୟରେ ମାଙ୍କ ଆଗରେ ଟିକା ଗୋବିନ୍ଦଚନ୍ଦ୍ରଙ୍କ ଗୀତ ଶୁଣାଇ ମାଙ୍କ ରାଗ ବା ମାଙ୍କୁ ଶାନ୍ତି କରାଇ ଶ୍ରଦ୍ଧାଳୁ ଓ ଗ୍ରାମବାସୀଙ୍କୁ ଆର୍ଶିବାଦ ଦେବା ପାଇଁ ଭିକ୍ଷା କରିଥାନ୍ତି । ଉକ୍ତ ପୀଠରେ ଏହି  ପରମ୍ପରା ପ୍ରତି ବର୍ଷ ହୋଇ ଆସୁଛି ବୋଲି ଗ୍ରାମ କୋଠର ସଭାପତି ଆଦିତ୍ୟ ନନ୍ଦ ଓ ସମ୍ପାଦକ ଅଭିନାଶ ଆଚାର୍ଯ୍ୟ  କହନ୍ତି ।  ମାଙ୍କ ପୂଜା ସମୟରେ ଦେବୀଦତ୍ତ ନନ୍ଦ, ଚନ୍ଦ୍ରଶେଖର ନନ୍ଦ, ସୌମ୍ୟରଞ୍ଜନ ନନ୍ଦ, ପ୍ରକାଶ ଚନ୍ଦ୍ର ରଥ, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ବିଶ୍ୱଭୂଷଣ ଆଚାର୍ଯ୍ୟ ଓ ଗ୍ରାମ କୋଠର ମୁଖ୍ୟ ପରିଚାଳକ ଶଶିଭୂଷଣ ଆଚାର୍ଯ୍ୟ ପ୍ରମୁଖ ସହଯୋଗ କରିଥିଲେ । ଗ୍ରାମ ଦାଣ୍ଡକୁ ଗ୍ରାମ କୋଠ ମହାଜନ ପକ୍ଷରୁ ରଙ୍ଗବେରଙ୍ଗ ଆଲୋକମାଳରେ ମାଙ୍କ ପୀଠ ଠାରୁ ୩୧୬ନଂ ଜାତୀୟ ରାଜପଥ ପର୍ଯ୍ୟନ୍ତ ସଜାଯାଇଛି । ଉକ୍ତ ଯାତ୍ରାକୁ ସରସ ସୁନ୍ଦର କରିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ସତ୍ୟବାଦୀ ପ୍ରଶାସନ ସହିତ ଗ୍ରାମକୋଠ , ଯୁବକସଂଘର ସଦସ୍ୟ ମାନେ ସହଯୋଗ କରିଛନ୍ତି । ମାଙ୍କ କୃପା ଲାଭ ପାଇଁ ରାଜନେତାଙ୍କ ଠାରୁ ବ୍ୟବସାୟୀ,ଶ୍ରଦ୍ଧାଳୁ ମାନେଆଶା ରଖିଛନ୍ତି । ମା’ ଦକ୍ଷିଣକାଳୀଙ୍କୁ ଯେ କୌଣସି ଭକ୍ତ ନିଷ୍ଠା ଓ ଭକ୍ତିର ସହିତ ଡାକିଲେ ମା ତା ପାଖରେ ଠିଆ ହୋଇଥାଏ ବୋଲି ପୂଜକ କାଶିନାଥ ମିଶ୍ର କହନ୍ତି ।  ମାଙ୍କ ଉପରେ ଭକ୍ତ ମାନଙ୍କର ଅଖଣ୍ଡ ବିଶ୍ୱାସ ରହିଛି । ଗ୍ରାମ ଦାଣ୍ଡରେ ବିଭିନ୍ନ ଅସ୍ଥାୟୀ ଦେକାନ ଖୋଲିଛି । ମାଙ୍କୁ ବିଳମ୍ବିତ ରାତିରେ ଏକ ବର୍ଣ୍ଣଡ୍ୟ ଶୋଭାଯାତ୍ରାରେ ଗ୍ରାମ ଦାଣ୍ଡଦେଇ ଅପେକ୍ଷା କରିଥିବା  ଅନ୍ୟ ଦୁଇ ଭଉଣୀଙ୍କ ସହିତ ଚନ୍ଦନପୁରସ୍ଥିତ ଭାର୍ଗବୀ ନଦୀର କାଳିଘାଟକୁ ବିସର୍ଜନ ପାଇଁ ନିଆଯାଇଥିଲା । ସେଠାରେ ଭକ୍ତ ମାନଙ୍କ ଦର୍ଶନ ପାଇଁ କିଛି ସମୟ ରହିବା ପରେ ମାଙ୍କୁ ଆରବର୍ଷ ପର୍ଯ୍ୟନ୍ତ ବିଦାୟ ଦିଆଯାଇଛି 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,ଙ୍କ ରିପୋର୍ଟ, ୧/୧୧/୨୦୨୪----୬.୧୦     Sakhigopal News, 1/11/2024

Blog Archive

Popular Posts