>>
  • ଘୁମୁସର ବରିଷ୍ଠ ନାଗରିକ ମଞର ବୈଠକ ଭଞ୍ଜନଗର
  • >>
  • ଶାନ୍ତିସ୍ରୋତ ଭବନରେ ନିଶାମୁକ୍ତ ଦିବସ ପାଳିତ
  • >>
  • ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜର ପ୍ରତିଭା ସମ୍ମlନ 2025 ପାଇଁ ପ୍ରସ୍ତୁତି ବୈଠକ
  • >>
  • ରାଜରାଣୀ' ଏକ୍ସପ୍ରେସ ଟ୍ରେନରୁ ଉଦ୍ଧାର ; ପରିବାର ସଦସ୍ୟଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ନିରୀହ ବାଳିକାଙ୍କୁ ବିଦେଶ ଚାଲାଣ ଅଭିଯୋଗ
  • >>
  • ଶାରୀରିକ ସୁସ୍ଥତାକୁ ପ୍ରୋତ୍ସାହିତ କରି, ଖୋର୍ଦ୍ଧା ରୋଡ୍ ହାଫ୍ ମାରାଥନ୍ , ଅର୍ଜୁନ ପୁରସ୍କାରପ୍ରାପ୍ତ ଦୂତୀ ଚାନ୍ଦ ହାଫ୍ ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କଲେ
  • >>
  • ସତ୍ୟବାଦୀ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ୟୁନିଅନ୍ ସଭାପତି ଙ୍କର ସରକାରୀ ସେବା ନିବୃତ୍ତି
  • >>
  • ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
  • >>
  • ଗାଁ କୁ ଫେରିଛି ସୁରଥ ର "ସୂତାକଳ" - ବିଞ୍ଚଣା ଗାଁର ଦୁଇଭାଇଙ୍କ ନିଆରା ପ୍ରୟାସ , ସରକାରଙ୍କ ସହଯୋଗକୁ ଅପେକ୍ଷା
  • >>
  • ବିଧାନସଭା ଷ୍ଟାଣ୍ଡିଂ କମିଟିର ଭଞ୍ଜନଗର ଗସ୍ତ, ଭିତ୍ତିଭୂମି ପରଖିଲେ
  • >>
  • ଘୁମୁସର ଗବେଷଣା ପ୍ରତିଷ୍ଠାନର ପଞ୍ଚମ ବାର୍ଷିକ ସମ୍ମିଳନୀ
  • >>
  • ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ଯୁବ ଓ ଛାତ୍ର କଂଗେସ ନେତା ଙ୍କୁ ଗିରଫ
  • >>
  • ସାକ୍ଷୀଗୋପାଳ ଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ ; କେନ୍ଦ୍ର କୃଷିମନ୍ତ୍ରୀ ‌ ଓ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ
  • ଜୁନିଅର୍ ରେଡକ୍ରସ କାଉନସିଲରଙ୍କ ଏକଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ



    ବରଗଡ଼ ----- ବରଗଡ଼ ଜିଲ୍ଲା ଅନ୍ତର୍ଗତ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ, ଭେଡେନ  ଠାରେ ଜୁନିଅର୍ ରେଡକ୍ରସ କାଉନସିଲରଙ୍କ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ରେ଼ଡକ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ଆନୁକୂଲ୍ୟରେ ବରଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଅତବିରା, ଭେଡେନ ଓ ବରପାଲି ବ୍ଲକର ଜୁନିଅର୍ ରେଡକ୍ରସର ପରାମର୍ଶଦାତା ଶିକ୍ଷକ  ଅଂଶ ଗ୍ରହଣ କରିଥିଲେ। ପ୍ରତିଷ୍ଠାନ ର ଅଧ୍ୟକ୍ଷ ମନିଲାଲ ବୁଡେକ ଓ ବାମଦେବ ଉଚ୍ଚ ବିଦ୍ୟାଳୟ, ଝରାପାଲି ର ବିଜ୍ଞାନ ଶିକ୍ଷକ ଶ୍ରୀ ସଞ୍ଜୀବ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜୁନିଅର ରେଡକ୍ରସ ବୈଠକ ଆୟୋଜିତ ହୋଇଥିଲା । ଜିଲ୍ଲା ସାଧନ କର୍ମୀ ଭାବରେ ଧର୍ମରାଜ ପ୍ରଧାନ, ମନୋଜ କୁମାର ସାହୁ ଓ ସେବାବିନିମୟ ଯୁକ୍ତା ବାରିକ ଯୋଗ ଦେଇ ହେନେରୀ ଡୁନାଣ୍ଟଙ୍କ ଜୀବନୀ ଏବଂ ଜୁନିଅର ରେଡକ୍ରସର କାଉନସିଲରଙ୍କ ଦାୟିତ୍ବ ବିଷୟରେ ସୂଚନା ପ୍ରଦାନ କରିଥିଲେ। ବରଗଡ଼ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ହେମନ୍ତ କୁମାର ସାମଲ ପ୍ରଶିକ୍ଷଣର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ପ୍ରାଥମିକ ସହାୟତାର ଆବଶ୍ୟକତା ଓ ଦୁର୍ଘଟଣା କ୍ଷେତ୍ରରେ ରିକୋଭରି ଅବସ୍ଥା କିପରି ଆଣିହେବ ସେଥିନିମନ୍ତେ ଅତ୍ୟାବଶ୍ୟକ ଉପାୟଗୁଡିକ ପ୍ରଦର୍ଶନ କରିଥିଲେ ।ଜୁନିଅର ରେଡକ୍ରସର ବ୍ଲକ  ସଂଯୋଜକ ଏବଂ ସହ ସଂଯୋଜକ ଭାବରେ ବରପାଲି ବ୍ଲକରୁ ସଞ୍ଜୟ ଦାଶ ଏବଂ ସେବା ବିନିମୟ ଯୁକ୍ତା ବାରିକ ,ଭେଡେନ ବ୍ଲକରୁ ଶ୍ୟାମସୁନ୍ଦର ଭୋଇ ଓ ଅଭିଜିତ ଘୋଷ, ଅତାବିରା ବ୍ଲକରୁ ପ୍ରମୋଦ କୁମାର ଗଡତିଆ ଓ କୃଷ୍ଣ ଚନ୍ଦ୍ର ପୋଡ଼ ମନୋନୀତ ହୋଇଥିଲେ।
    ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧/୧୧/୨୦୨୪----୭,୧୫ Sakhigopal News,1/11/2024

    Blog Archive

    Popular Posts