ଦିପାବଳୀରେ ପିତୃପୁରୁଷଙ୍କ ଶ୍ରାଦ୍ଧ ଓ ପ୍ରଦୀପ ପ୍ରଦାନ
ସାକ୍ଷୀଗୋପାଳ,---- ଆଲୋକର ପର୍ବ ଦୀପାବଳି । ଏହି ଦିନରେ ପରମ୍ପରା ଅନୁଯାୟୀ ପିତୁୃପୁରଷଙ୍କ ଉଦ୍ଦ୍ୟେଶରେ ଶ୍ରାଦ୍ଧ ସହିତ ପ୍ରଦୀପ ପ୍ରଦାନ ଓ କାଉଁଣିଆ ଜାଳି ସେମାନଙ୍କୁ ଆଶିବାର୍ଦ ଦେବା ପାଇଁ କୁହାଯାଇଥାଏ । ଏହି ଅବସରରେ ସାକ୍ଷୀଗୋପିନାଥ ଦେବ ତାଙ୍କ ପିତୃପୁରଷ ବାସୁଦେବ, ଦେବକୀ ଓ ନନ୍ଦଙ୍କ ସହିତ ମା ଯଶୋଦାଙ୍କ ଉଦ୍ଦ୍ୟେଶରେ ସଂଧ୍ୟାଧୂପପରେ ପ୍ରଦୀପ ପ୍ରଦାନ କରାଯାଇଥିଲା ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀଙ୍କ ଠାରୁ ସୁଚନା ମିଳିଛି । ସେହିପରି ଘରେ ଘରେ ଚଉରା ମୂଳରେ ପିତୃପୁରୁଷଙ୍କ ଉଦ୍ଦ୍ୟେଶରେ ପିଣ୍ଡଦାନ କରି ବା ପରେ ପ୍ରଦୀପ ପ୍ରଦାନ ସହିତ କାଉଁରିଆ ଜଳାଇ ବଡବଡୁଆ ଡକାଯାଇଥିବାର ଦେଖାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,ଙ୍କ ରିପୋର୍ଟ, ୧/୧୧/୨୦୨୪----୬.୧୦ Sakhigopal News, 1/11/2024