Breaking News

ଆଜିବି ଶଗଡ଼ ଗାଡ଼ି ବଞ୍ଚିଛି, ଜଗନ୍ନାଥଙ୍କ ସଂସ୍କୃତି ଓ ଜନସଚେତନତା ମୁଖ୍ୟ ଲକ୍ଷ୍ଯ


  ସାକ୍ଷୀଗୋପାଳ ,---- କାର, ମଟର ସାଇକେଲ ଯୁଗ ହୋଇଛି । ଆଜିର ଯୁବ ପୀଢ଼ି ଶଗଡ଼ ଗାଡ଼ି ଜାଣିବା ପାଇଁ ମ୍ଯୁଜିୟମ ବା କେତେକ ସ୍ଥାନରେ ଏବେ ପ୍ରଦର୍ଶନୀ ହେଉଛି  । ଦିନ ଥିଲା ଜମିଦାର ,  ମହାଜନି ବା ପଇସା ଥିବା ପରିବାର ମାନେ ଯାନିଯାତ୍ରା ,ମଠ ଓ ମନ୍ଦିର ବା ସେମାନଙ୍କର ବନ୍ଧୁବାନ୍ଧବ ଙ୍କ ଘରକୁ ଯିବା  ସମୟରେ ତାଟି ଶଗଡ଼ ଓ ବଳଦକୁ ଅତି ସୁନ୍ଦର ଭାବରେ ସଜାଇ ଦିଆଯାଏ । ମାତ୍ର  ଆଜିବି ଶଗଡ଼ ଗାଡ଼ି ବଞ୍ଚିଛି।  ପୁରୀଜିଲାର ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ବଳପୁର ଗ୍ରାମରେ ପୂଜିତ ଗୋରୁଗାଈଙ୍କ ଠାକୁର ହରିସହଦେବଙ୍କ ପୀଠରେ ସୋମବାର  ଶହେଜଣର ଶ୍ରଦ୍ଧାଳୁ ଶଗଡ଼ ଗାଡ଼ିରେ  ପହଞ୍ଚିଥିଲେ  । ୧୪ ବର୍ଷ ଧରି ଜଗନ୍ନାଥ ବିଦ୍ଯାଧରପୁର, କରଡି, ପିଳିପିଳା ପ୍ରମୁଖ ଗ୍ରାମରୁ ତାଟିଶଗଡରେ କାର୍ତ୍ତିକ ମାସ ଶୁକ୍ଲପକ୍ଷ ତ୍ରୁତୀୟା ତିଥିରେ ଏହି  ପୀଠକୁ ଆସୁଛନ୍ତି  ।  ଚନ୍ଦନପୁର ଠାରେ ଏକତ୍ରୀତ ହୋଇ ୩୧୬ ନଂ ପୁରୀ - ଭୁବନେଶ୍ୱର ଜାତୀୟ ରାଜପଥ ଦେଇ ପଟ୍ଟନାୟିକିଆ - ସୁଆଣ୍ଡୋ ରାସ୍ତାରେ ଆସି ହରିସହଦେବଙ୍କ ପୀଠରେ ପହଞ୍ଚି ଥିଲେ। ଆସିଥିବା ଭକ୍ତ ମାନେ ଠାକୁରଙ୍କ ପ୍ରୀୟ ଦୁଧ କୁସୁମା ଭୋଗ ଲାଗିକରି ଥିଲେ ।  ରାତ୍ରିରେ ଠାକୁରଙ୍କ ନିକଟରେ ଅନ୍ନ ସହିତ  ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଠାକୁର ଙ୍କୁ ଲାଗି କରିବା ପରେ ପ୍ରସାଦ ସମସ୍ତେ ପାଇବା ସହ ଏକ ଭାଇଚାରାର ସମ୍ପର୍କ ଯୋଡି ଜଗନ୍ନାଥ ସଂସ୍କୃତି ଓ ଜନ ସଚେତନତା କରିଥିଲେ। ରାମଚନ୍ଦ୍ର ବାରିକ, ନବ ଦାସ, ପ୍ରମୋଦ ପ୍ରଧାନ, ଅଧିକାରୀ ବେହେରା, ସହଦେବ ଡାକୁଆ, ନିତ୍ଯାନନ୍ଦ ବେହେରା, ଶ୍ଯାମ ମୁଦୁଲି, ସୁକାନ୍ତ ବେହେରା ଶରତ ପ୍ରଧାନ ଓ ବାଲୁ ପ୍ରଧାନ ପ୍ରମୁଖ ଏହି ଯାତ୍ରାର ଆୟୋଜନ କରିଆସୁଛନ୍ତି  । ବଳଦମାନଙ୍କ ବେକରେ ଘଣ୍ଟି ଘାଗୁଡ଼ି, ଛାଟେଣୀ ସହିତ ଶଗଡ ତାଟି ରଙ୍ଗ ବେରଙ୍ଗ କନା ଓ ଫୁଲରେ ସଜାହୋଇ ଶଗଡଗୁଡିକ ରାସ୍ତାରେ ଆସୁଥିବା ବେଳେ ଲୋକମାନେ ଏହାକୁ ମନଭରି ଉପଭୋଗ କରିବା ସହ ଶଗଡ ଗାଡିରେ ବାଜୁଥିବା ଗୀତ ଆମ ସଂସ୍କୃତିକୁ ମନେ ପକାଇ ଦେଉଥିଲା ।
  ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ, ୫/୨୧/୨୦୨୪-----୯,୪୫
Sakhigopal News,5/11/2024

Blog Archive

Popular Posts