Breaking News

ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ର ୩୫ତମ ବାର୍ଷିକ ଉତ୍ସବ


ସାକ୍ଷୀଗୋପାଳ----, ସତ୍ୟବାଦୀ ବ୍ଳକ ଛକ ସ୍ଥିତ ପ୍ରଜାପତି  ବ୍ରହ୍ମା କୁମାରୀ ଇଶ୍ବରଈୟ ବିଶ୍ବବିଦ୍ୟାଳୟର ୩୫ ତମ ବାର୍ଷିକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସମସ୍ତ ବ୍ରହ୍ମା କୁମାର ଓ ବ୍ରହ୍ମା କୁମାରୀ ମାନେ ଉପସ୍ଥିତିରେ ପାଳନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମାକୁମାରିଜ୍ ସବ୍ଜୋନ୍ , ପୁରୀର  ଶିକ୍ଷିକା ଭାବେ ରାଜ ଯୋଗିନୀ ବ୍ରକୁ ପ୍ରତିମା ଆଧ୍ଯାତ୍ମିକ ପରିବେଶ ମଧ୍ୟରେ ପରମପିତା ପରମାତ୍ମାଙ୍କ ଦ୍ୱାରା  ଇଶ୍ୱରୀୟ ବାଣୀକୁ ଉପସ୍ଥିତ ଇଶ୍ୱରୀୟ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ପରିପ୍ରକାଶ କରିଥିଲେ ।   ବ୍ରହ୍ମାକୁ ମାରିଜ୍ ସାକ୍ଷୀଗୋପାଳର ମୁଖ୍ୟ ସଞ୍ଚାଳିକା ବ୍ରକୁ ସଞ୍ଜୁକ୍ତା ସମସ୍ତ ବିଦ୍ୟାର୍ଥୀ ମାନଙ୍କୁ ବାର୍ଷିକ ଉତ୍ସବର  ତାତ୍ପର୍ଯ୍ୟ  ବିଷୟରେ ବୁଝାଇଥିଲେ ।  ଅତିଥି ରୂପରେ  ସାମ୍ବାଦିକ ତଥା ଜ୍ୟୋତିର୍ବିଦ ଶ୍ରୀ କୈଳାସ ଚନ୍ଦ୍ର ମିଶ୍ର ଓ  ସହଧର୍ମିଣୀ ସରୋଜିନୀ ଦେବୀ ଉପସ୍ଥିତ ରହି ଇଶ୍ଵରୀୟ ବିଦ୍ୟାର୍ଥୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ । ଏଥିରେ ୩୨ଟି ଗୀତାପାଠଶାଳାରୁ  ୩୦୦ ଇଶ୍ୱରୀୟ ବିଦ୍ୟାର୍ଥୀ ମାନେ ଅଂଶ ଗ୍ରହଣ କରିଥିଲେ l  ଏହି ଉତ୍ସବକୁ ବ୍ରକୁ ପିତାମ୍ବର  ପରିଚାଳନା କରିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୧୧/୨୦୨୪-----୯-୩୫  Sakhigopal News,5/3/12


Blog Archive

Popular Posts