ବରପଦର ଗ୍ରାମବାସୀ ଓ ଅମୃତ କୁଟୁମ୍ ର ମିଳିତ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ
ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ ଲୁହାଖଣ୍ଡି ପଞ୍ଚାୟତ ବରପଦର ଠାରେ ବରପଦର ଗ୍ରାମବାସୀ ଓ ଅମୃତ କୁଟୁମ୍ ଭେଡେନ ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଲୁହାଖଣ୍ଡି ପ୍ରାଣୀ ଚିକିତ୍ସକ ଅଭିରାମ ନାଥ ଯୋଗ ଦେଇ ଉଦଘାଟନ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଅମୃତ୍ କୁଟୁମ୍ ର ସଭାପତି ଆନନ୍ଦ ସୁନା, ଗଜରାଜ ମହାକୁର ଓ ସୁରେନ୍ଦ୍ର ପଣ୍ଡା ଯୋଗଦେଇ ଥିଲେ। ଏହି ସମୟରେ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା ର ରକ୍ତଭଣ୍ଡାର ଏକ ଭ୍ରାମ୍ୟମାଣ ଯାନ ଦ୍ଵାରା ରକ୍ତ ସଂଗ୍ରହ ହୋଇଥିଲା। ରକ୍ତ ଭଣ୍ଡାର ର ଅଧିକାରୀ ଡାଃ ନିର୍ଲିପ୍ତା ନାଏକ ସହଯୋଗୀ ଲାଲୁ ବିଶ୍ବାସ, କରୁଣାକର ସାହୁ, ଗଣେଷ ପ୍ରଧାନ, ପାଏନୁ ଭୋଇ ଓ ସଂଜୀବ ବେରା।ଏହି ସମୟରେ ମୋଟ ୨୮ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଏଥିରେ ଏକ ଦମ୍ପତ୍ତି ସମେତ ଚାରି ଜଣ ମହିଳା ଅନୀତା ପ୍ରଧାନ, ସୁଲତା ପୁରୋହିତ, ଲବଙ୍ଗ ଧରୁଆ ଓ ରିତାରାଣୀ ମହାକୁର ରକ୍ତଦାନ କରିଥିଲେ । ବରପଦର ଗ୍ରାମ ର ସ୍ଵେଚ୍ଛାସେବୀ ସଦସ୍ୟ ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୪/୧୧/୨୦୨୪-----୬,୨୫ Sakhigopal News,4/11/2024