Breaking News

ନିଷ୍ଠା ପରିବାର ପକ୍ଷରୁ ଅସହାୟ ବ୍ଯକ୍ତିଙ୍କର ଶବ ସତ୍କାର



ବରଗଡ ----
 ବରଗଡ ବ୍ଲକ  ଖୁଣ୍ଟପାଲି ଗ୍ରାମ ରେ ବସବାସ କରୁଥିବା ସନାତନ ବରିହା ବୟସ ୪୬ବର୍ଷ। କୌଣସି କାରଣ ବଶତଃ ତାଙ୍କ ର ମୃତ୍ୟୁ ଘଟିଯାଇଛି। ତାଙ୍କ ର କେହି ପରିବାର ଲୋକ ନାହାନ୍ତି। ଜଣେ ଭାଇ ଅଛି, ଶତୃଘ୍ନ ବରିହା ବୟସ ୩୫ବର୍ଷ ସେ ଜଣେ ମାନସିକ ରୋଗୀ। ଜାତି ଭାଇଙ୍କୁ ସରପଞ୍ଚ ଶ୍ରୀ ବେଲାର ମେହେର ଓ ପଡା ବାସୀଙ୍କୁ ଯେତେ ବୁଝାଇଲେ ବି କେହି ଶବ ସତ୍କାର ପାଇଁ ଆସି ନଥିଲେ। ଶେଷ ରେ ସରପଞ୍ଚ ବେଲାର ମେହେର ଶବ ସତ୍କାର ପାଇଁ ନିଷ୍ଠା ପରିବାର ର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ ଙ୍କୁ ଖବର ଦେଇ ଥିଲେ। ତୁରନ୍ତ ନିଷ୍ଠା ପରିବାର ର ସଦସ୍ୟମାନେ ଶ୍ମଶାନ ବନ୍ଧୁ ଗାଡ଼ି ନେଇ ପହଞ୍ଚିଥିଲେ । ସରପଞ୍ଚ ବେଲାର ମେହେର ଓ ପଡା ର ତୋଫାନ ସାହୁ, ପୁରନ୍ଦର ସାହୁ, ଶାନ୍ତନୁ ଦାଶ, ସୁଦାମ ଦାଶ ପ୍ରମୁଖ ସମସ୍ତ ପ୍ରକାର ର ସହଯୋଗ କରିଥିଲେ ଓ ସମାଜ ପାଇଁ ଏକ ସନ୍ଦେଶ ଦେଇଥିଲେ,  ଆଜି ବି  ମାନବିକତା ବଞ୍ଚିଛି ।ପଡାବାସୀ ଓ ସରପଞ୍ଚ ଙ୍କୁ ଯେତେ ପ୍ରଶଂସା କଲେ କମ ହେବ।ଏହି ମହତ କାମ ରେ ଆମ ନିଷ୍ଠା ପରିବାର ର ଉପସଭାପତି ବିଦ୍ୟାଧର ଭୋଇ,ଇନ୍ଦ୍ରଜିତ ଗଡତିଆ,ଝସ ସାହୁ ପ୍ରମୁଖ ଉପସ୍ଥିତ ରହି ସସମ୍ମାନେ ଶବ ସତ୍କାର କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧/୧୧/୨୦୨୪----୭,୨୫ Sakhigopal News,1/11/2024

Blog Archive

Popular Posts