Breaking News

ଲସ୍ତଲା ଗ୍ରାମ ଠାରେ ଗିରି ଗୋବର୍ଦ୍ଧନ ପୂଜା ଅବସରରେ ରକ୍ତଦାନ ଶିବିର




ବରଗଡ --- 
ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ ଲସ୍ତଲା ଗ୍ରାମ ରେ ଗିରି ଗୋବର୍ଦ୍ଧନ ପୂଜା ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ମୁଖ୍ୟ ଅତିଥି ଭାବରେ ଅତାବିରା  ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ଭାରତୀୟ ଜନତା ପାର୍ଟି ର ବରଗଡ ଜିଲ୍ଲା ସଭାପତି ଡଃ ଅରୂପାନନ୍ଦ ସାହୁ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଶିବିର ରୁ ତିନି ଜଣ ମହିଳା ଓ ୨୯ଜଣ ପୁରୁଷ ରକ୍ତଦାତା ଙ୍କ ସମେତ ସର୍ବମୋଟ ୩୨ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା ।ପରିଶେଷରେ ରକ୍ତଦାନ ଶିବିର ଆୟୋଜନ ପାଇଁ ଲସ୍ତଲା ଗ୍ରାମ୍ୟ ଉନ୍ନୟନ କମିଟି ର ସଭାପତି ଖିରେଶ୍ୱର ପଧାନ ଓ ଗ୍ରାମବାସୀ ଙ୍କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଶିବିର କୁ ସୁମନ୍ତ ନାୟକ, ରାଜେନ୍ଦ୍ର ମହାକୁଡ, ଦୀପକ ପଧାନ, ଲସ୍ତଲା ଗ୍ରାମବାସୀ ଓ ନିଷ୍ଠା ପରିବାର ର ଉପଦେଷ୍ଟା ଶ୍ରୀଯୁକ୍ତ ଅଶ୍ୱିନୀ ତ୍ରିପାଠୀ,କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ଚିତ୍ର ପ୍ରଧାନ, ସଙ୍କେତ ଆଠଘରା, ଖଗେଶ୍ବର ସାହୁ, ହେମାଞ୍ଚଲ ସାହୁ ନିଷ୍ଠା ପରିବାର ର ସଦସ୍ୟ ପ୍ରମୁଖ ପରିଚାଳନା କରିଥଲେ। ସମସ୍ତ ରକ୍ତଦାତା, ସହଯୋଗୀ ଓ ଶୁଭେଛୁ ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧/୧୧/୨୦୨୪----୭,୨୦ Sakhigopal News,1/11/2024

Blog Archive

Popular Posts