Breaking News

ରାସ୍ତା କଡ଼ରେ ଥିବା ଅର୍ଦ୍ଧ ନିର୍ମିତ ଘର ବାରଣ୍ଡାରୁ , ମୃତ ଦେହ ଠାବ




ଭଞ୍ଜନଗର -  ଭଞ୍ଜନଗର ମେଡିକାଲ ନିକଟସ୍ଥ ମୁଖ୍ୟରାସ୍ତା କଡ଼ରେ ଥିବା ଏକ ନିର୍ମାଣଧୀନ ଘର ବାରଣ୍ଡାରୁ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ଉଧାର କରିଛି ପୋଲିସ । ସଂପୃକ୍ତ ମୃତକର ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ, ସୋରଡ଼ା ଥାନା ଅଞ୍ଚଳର ବୋଲି ବିଶେଷ ସୁତ୍ରରୁ ଜଣାପଡିଛି । ଗତ କିଛିଦିନ ହେଲା ସେ ମାନସିକ ବିକୃତ ଅବସ୍ଥାରେ ଭଞ୍ଜନଗର ଆଖପାଖରେ  ବୁଲୁଥିଲେ । ଘଟଣା ସ୍ଥଳରୁ ମୃତଦେହକୁ ଉଧାର କରି ଭଂଜନଗର ମେଡିକାଲକୁ ବ୍ୟବଛେଦ ପାଇଁ ପୋଲିସ ପଠାଇଛି । ଏନେଇ ଭଞ୍ଜନଗର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି  । ଏହା ଅନାହାର ମୃତ୍ୟୁ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଆଲୋଚନା କରୁଥିବା ଜଣାପଡିଛି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୧୧/୨୦୨୪----୭,୪୫ Sakhigopal News,1/11/2024

Blog Archive

Popular Posts