ୟୁବି ହାଇସ୍କୁଲରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
ଭଞ୍ଜନଗର -- : ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ( ସରକାରୀ ) ଉଚ୍ଚ ବିଦ୍ୟାଳୟ, ଭଞ୍ଜନଗରରେ " ବ୍ଲକସ୍ତରୀୟ ବିଜ୍ଞାନ ମେଳା " ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଂଜନଗର ବ୍ଲକ୍ ର ସମସ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟରୁ ମୋଟ ୧୦୮ ଟି ବିଭିନ୍ନ ବିଜ୍ଞାନଭିତ୍ତିକ ପ୍ରକଳ୍ପ ନିଜ ନିଜର ପଥ ପ୍ରଦର୍ଶକ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହାୟତା ନେଇ କୁନି ବୈଜ୍ଞାନିକମାନେ ଯୋଗ ଦେଇଥିଲେ। ଉଦ୍ ଘାଟନୀ ଉତ୍ସବରେ ଭଂଜନଗର ଗୋଷ୍ଠୀ ଶିକ୍ଷାଧିକାରୀ ଏସ୍ ଧନଞ୍ଜୟ ସଭାପତିତ୍ବ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଭଂଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳ ଗୋପବନ୍ଧୁ ମହାପାତ୍ର; ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ନାହାକ , ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀଦ୍ବୟ ସୂର୍ଯ୍ୟ ନାୟକ ଓ ଚରଣ ନାୟକ ଏବଂ ଡିହପଢାଳ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦିଲ୍ଲୀପ ସ୍ବାଇଁ ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ । ସେହିପରି ଉଦ୍ ଘାଟନୀ ଉତ୍ସବରେ ବିଇଓ ଶ୍ରୀ ଧନଞ୍ଜୟ ଭାରତୀୟ ସଂସ୍କୃତିରେ ବିଜ୍ଞାନ ପୁରାତନ କାଳରୁ ରହିଆସିଛି ବୋଲି କହିଥିଲେ । ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ବିଜ୍ଞାନ ଏ ଯୁଗର ବରଦାନ ବୋଲି ମତବ୍ୟକ୍ତ କରିଥିଲେ । ଭଂଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଦୁଇଜଣ ଅଧ୍ୟାପକ ଅମିୟ ରଞ୍ଜନ ପଣ୍ଡା ଓ ଅର୍ପଣ କୁମାର ପ୍ରଧାନ ବିଚାରପତି ଭାବେ ସମସ୍ତ ପ୍ରକଳ୍ପର ମୂଲ୍ଯାୟନ କରିଥିଲେ। ଅପରାହ୍ନ ରେ ଉଦ୍ ଯାପନୀ ଉତ୍ସବରେ ଭଂଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ସଭାପତିତ୍ବରେ ଭଂଜନଗର ସବ୍ କଲେକ୍ଟର ଅନିଲ୍ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଜ୍ଞାନିକ ମନୋବୃତ୍ତିର ବିକାଶ ନିମିତ୍ତ ପ୍ରତିଯୋଗୀମାନଙ୍କୁ ଆହ୍ବାନ୍ କରିଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଏନ୍ ସି ସି ଆର୍ମୀ ଓ ଏୟାର କ୍ୟାଡେଟ୍ ଶାନ୍ତି ଶୃଙ୍ଖଳା ରକ୍ଷା ଓ ଭୋଜନ ପରିବେଷଣ ତଥା ଅନ୍ୟାନ୍ୟ କାର୍ଯ୍ଯ ରେ ସହଯୋଗ କରିଥିଲେ। ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ , ସସ୍ମିତା ନାୟକ , ବିଳାସିନୀ ଜେନା , ସ୍ୱପ୍ନେଶ୍ୱରୀ ଦିଗାଲ୍ , , ସନ୍ତୋଷ ବେହେରା , ଅମିତ କୁମାର ବେହେରା , ବିଷ୍ଣୁ ପ୍ରିୟା ସ୍ୱାଇଁ, ଜ୍ୟୋତ୍ସ୍ନା ରାଣୀ ନାୟକ , ନମିତା କୁମାରୀ ବିଷୋୟୀ ସନ୍ତୋଷ ବେହେରା , ଅମିତ କୁମାର ବେହେରା , ବିଷ୍ଣୁ ପ୍ରିୟା ସ୍ୱାଇଁ, ସୁରେଶ ପ୍ରଧାନ, ସୁନିଲ୍ ବେହେରା, କିରଣ କହଁର, ବନିତା ସ୍ବାଇଁ , କାଜଲ ବେହେରା, ଶୁଚିସ୍ମିତା ପ୍ରଧାନ, ଗଙ୍ଗାକଲ୍ଯାଣୀ କହଁର, ବିଭୁ ମହିମା ପ୍ରଧାନ, ଜ୍ୟୋତ୍ସ୍ନା ରାଣୀ ନାୟକ , ମିନତି କୁମାରୀ ବିଷୋୟୀ , ଇକୋକ୍ଲବ ଉପଦେଷ୍ଟା ଶଙ୍କର ପ୍ରସାଦ ପଟନାୟକ ପ୍ରମୁଖ ଓ ଅନ୍ୟାନ୍ୟ ସମସ୍ତ ବିଇଓ ଅଫିସ୍ କର୍ମଚାରୀ , ସି ଆର୍ ସି ସି , ବିଦ୍ୟାଳୟର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ । ପ୍ରତିଯୋଗୀ ପ୍ରିୟା ସ୍ବାଇଁ ( ପଢାଳ ହାଇସ୍କୁଲ ) , ରୀତା ପ୍ରଧାନ ( ୟୁ ବି ହାଇସ୍କୁଲ ) , ସୂର୍ଯ୍ୟାଂଶ ତ୍ରିପାଠୀ (ଓଏଭି , ଜିଲୁଣ୍ଡିପଲ୍ଲୀ ) , ଆନିଶ କୁମାର ମଲ୍ଲିକ ( ଗ୍ୟାଲେରୀ ହାଇସ୍କୁଲ) ଙ୍କ ପ୍ରକଳ୍ପ ଜିଲ୍ଲା ସ୍ତରରେ ଭାଗନେବା ପାଇଁ ମନୋନୀତ ହୋଇଥିବା ସହ ପୁରସ୍କୃତ ହୋଇଛନ୍ତି । ଉଭୟ ଉଦ୍ ଘାଟନୀ ଓ ଉଦ୍ ଯାପନୀ ଉତ୍ସବରେ ସଂଯୋଜନା କରିଥିଲେ ବିଦ୍ୟାଳୟର ଶିକ୍ଷକ ଶ୍ୟାମା ପ୍ରସାଦ ମିଶ୍ର। ଭଞ୍ଜନଗରରୁ ରବୀନ୍ଦ୍ର କୁମାର ପ୍ରଧାନଙ୍କ ରିପୋର୍ଟ,୮/୧୧/୨୦୨୪-----୮,୪୫ Sakhigopal News,8/11/2024