Breaking News

ଶୁ୍କଳ ତୃତୀୟା ଦେବ ନୋଡାଲ ବିଦ୍ୟାନିକେତନରେ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ପଡିଲା ତାଲା

 


 


ସାକ୍ଷୀଗୋପାଳ, ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଶୁକଳ ଗ୍ରାମ ପଞ୍ଚାୟତରେ ଥବା ପୁରାତନ ବିଦ୍ୟାଳୟ ଭାବେ ବେଶ ଜଣାଶୁଣା ତୃତୀୟା ଦେବ ନୋଡାଲ ବିଦ୍ୟାନିକେତନ । ଏବେ ଏହି ବିଦ୍ୟାଳୟର ମୁଖ୍ୟ ଗେଟରେ ପଡିଛି ତାଲା । ଏହା ଦିନେ ବା ଦୁଇଦିନ ନୁହେଁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବିଦ୍ୟାଳୟର ମୁଖ୍ୟ ଫାଟକ ରେ ଅଭିଭାବକ ମାନେ ପକାଇଛନ୍ତି ତାଲା । ଶୁକଳ, ମଧୁବନ, ଭାଇଲିପୁର ଓ ଆଳିସ ପଞ୍ଚାୟତର ପିଲାମାନେ ପାଠ ପଡନ୍ତି । ଏଠାରେ ୬ଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ୬୩୦ ଜଣ ଛାତ୍ର ଛାତ୍ରୀ ଏବେ ଅଧ୍ୟୟନରତ । ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ରେ ୧୩୭ ଜଣ  ଛାତ୍ର ଛାତ୍ରୀ ରହିଛନ୍ତି । ମାତ୍ର ଏଲିମେଣ୍ଟାରୀ ଓ ସେକେଣ୍ଡାରୀ ଶିକ୍ଷକ ମାନଙ୍କ ମଧ୍ୟରେ ଫାଟସୃଷ୍ଟି ହେବାରୁ ଅଷ୍ଟମ ଶ୍ରେଣୀର କ୍ଳାସର ପିଲାମାନଙ୍କୁ କେହି ପାଠ ପଡାଉନାହାନ୍ତି । ଏହି ଅବବ୍ୟବସ୍ଥା ଦୁଇ ମାସ ହେବ ଲାଗି ରହିଲାଣି । ଅଷ୍ଟମ ଶ୍ରେଣୀର ପିଲାମାନେ ପାଠପଢ଼ା ସମ୍ପର୍କେ ଅଭିଭାବକ ମାନଙ୍କୁ କହିଥିଲେ । କିଛି ଅଭିଭାବକ ମାନେ ଲିଖିତ ଭାବେ ବ୍ଳକ ଶିକ୍ଷା ଅଧିକାରୀ , ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁôଫଳ ମିଳିନଥିଲା । ଶେଷରେ ଅଭିଭାବକ ଓ ଗ୍ରାମାବସୀ ମାନେ ମିଳିତ ଭାବେ ବିଦ୍ୟାଳୟର ମୁଖ୍ୟ ଗେଟରେ ତାଲା ପକାଇ ଧାରଣା ଦେଇଥିଲେ । ଖବର ପାଇ ବ୍ଳକ ଶିକ୍ଷା ସହକାରୀ ଶିକ୍ଷା ଅଧିକାରୀ  ଘଟଣା ସ୍ଥଳରେ ପହଞ୍ଚି ଅଭିଭାବକ ଓ ଗ୍ରାମବାସୀ ମାନଙ୍କ ସହିତ ଆଲେଚନା କରିଥିଲେ । ମାତ୍ର କୌଣସି ସୁଫଳ ନ ମିଳିବାରୁ  ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଭିଭାବକ ମାନଙ୍କ ସହିତ ଆଲେଚନା କରିଥିଲେ ମଧ୍ୟ ଦୁଇ ଶିକ୍ଷକ ଗୋଷ୍ଠୀ ଅଷ୍ଟମ ଶ୍ରେଣୀରେ ପାଠ ପଡାଇବାକୁ ନାରାଜି । ଶେଷରେ ଗ୍ରାମବାସୀ ଓ ଅଭିଭାବକ ମାନେ ଜିଲ୍ଲା ଶିକ୍ଷା ଅଧିକାରୀ ଏଠାକୁ ଆସିଲେ ଏହାର ସମାଧାନ ହେବ ବୋଲି କହିବା ସହ ଗେଟରେ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାବି ପକାଇଛନ୍ତି ବୋଲି ଜଣାପଡିଛି । ଅନ୍ୟ ପକ୍ଷେ ଶିକ୍ଷକ ମାନଙ୍କ କନ୍ଦଳ ଯୋଗୁ ପିଲାମାନେ ପାଠପଡାରୁ ବଞ୍ଚିତ । ସରକାରଙ୍କ ଓଡିଆ ଅସ୍ମିତା ଏବେ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକରେ ପଡିଲା ବୋଲି ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା କହିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୮/୧୧/୨୦୨୪----୮,୧୦   Sakhigopal News, 8/11/2024

Blog Archive

Popular Posts