ଅଁଳାନବମୀ ଯାତ୍ରା ପାଇଁ ପ୍ରେସମିଟ ; କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ବିଭାଗର ମନ୍ତ୍ରୀଙ୍କୁ ନିମନ୍ତ୍ରଣ
ସାକ୍ଷୀଗୋପାଳ,--- ଚଳିତ ୧୦ ତାରିଖ ରବିବାର ଦିନ ପୁରୀ ଜିଲ୍ଲାର ଦୁତୀୟ ଗଣପର୍ବ ସାକ୍ଷୀଗୋପିନାଥ ଦେବଙ୍କ ଅଁଳାନବମୀ ଯାତ୍ରା ଅନୁଷ୍ଠିତ ହେବ । ଲକ୍ଷା ଲକ୍ଷ ଭକ୍ତ ମାନଙ୍କର ଗହଳି ଲାଗି ରହିବ । ଏଥିଯୋଗୁ ଆଜି ପିଡ୍ୟୁଡି ଡାକବଙ୍ଗଳାରେ ଏକ ସାମ୍ବାଦିକ ସମ୍ମଳନୀ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ତହସିଲଦାର ସନ୍ତୋଷ କୁମାର ପ୍ରାଣିଗ୍ରାହୀ, ସାକ୍ଷୀଗୋପିନାଥ ଦେବଙ୍କ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ ଯୋଗ ଦେଇ ଯାତଆକୁ କିପରି ଭାବେ ସରସ ସୁନ୍ଦର କରାଯିବ ସେ ସମ୍ପର୍କରେ ମତ ପ୍ରକାଶ କରିଥିଲେ । ବିଶେଷ କରି ବିଧାୟକ ଶ୍ରୀ ମିଶ୍ର କହିଥିଲେ ଯେ ଆରମର ଅଁଳାନବମୀ ଯାତ୍ରାକୁ ସରସ ସୁନ୍ଦର କରିବା ସହ ଅଁଳାନବମୀ ରାତି ଯେପରି କେହି ଜାଣି ପାରିବେ ନାହିଁ ସେହିପରି ଆଲୋକୀ କରଣ କରାଯାଇଛି । ମନ୍ଦିରକୁ ସେହିପରି ଫୁଲ ଓ ରଙ୍ଗୀନି ଆଲୋକରେ ସଜାଯିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ମାନଙ୍କୁ ନିମନ୍ତ୍ର ଣ କରାଯାଇଛି । ଭିଭିଆଇପି ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ସେମାନେ ଠାକୁର ଦର୍ଶନ କରିବାର ସୁବନ୍ଦୋବସ୍ଥ କରାଯାଇଛି ବୋଲି ବିଧାୟକ କହିଥିଲେ । ସେହିପରି ଯାତ୍ରାରେ ୨୩ ଗୋଟି ସିସିଟିଭି କ୍ୟାମେରା ଲଗାଯାଇଛି । ଆବଶ୍ୟକ ପଡିଲେ ଆହୁରି ଲଗାଯିବ ବୋଲି ମନ୍ଦିର କାର୍ଯ୍ୟନିବାହୀ ଅଧିକାରୀ ଶ୍ରୀ ତ୍ରିପାଠୀ କହିଥିଲେ । ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ କହିଥିଷଲ ଏବର୍ଷ ପ୍ରତିବର୍ଷ କପରି ୩ ହଜାର ପାସ କରାଯାଇଛି । ସେଥିମଧ୍ୟରୁ ୨୬୫୦ ପାସ ମିଳିଥିବା ବେଳେ ୩୫୦ ଗୋଟି ପାସ କମିଶନର ରଖିଛନ୍ତି । ୨୫୦ କାର ପାସ ଓ ୨୫୦ଡ୍ୟୁଷ୍ଟି ପାସ କରାଯାଇଛି ବୋଲି କହିଛନ୍ତି । ବରିଷ୍ଠ ନାଗରିକ ଦିବ୍ୟାଙ୍କ ମାନଙ୍କ ପାଇଁ ୧୦ ଗୋଟି ବ୍ୟାଟେରି ଚାଳିତ ଭାଡି କରାଯାଇଛି । ଏହା ସାକ୍ଷୀଗୋପାଳ ମନ୍ଦିର ରାସ୍ତାର ରେଳ ଫାଟକ ନିକଟରେ ୫ ଗୋଟି ଗାଡି ରହିବା ବେଳେ ଅନ୍ୟ ୫ଗୋଟି କୋଟଉପର ପଡିଆରେ କରାଯାଇଥିବା ଗାଡି ଫାକିଂ ସ୍ଥଳରେ ରଖାଯିବ ।ବୋଲି କହିଛନ୍ତି । ଶେଷରେ ବିଧାୟକ ଓମ ପ୍ରକାଶ ମିଶ୍ର ମା ରାଧାରଣୀଙ୍କ ଦୁଲର୍ବ ପାଦ ଦର୍ଶନ କରିବା ପାଇଁ ଅଧିକ ସଂଘ୍ୟାରେ ଶ୍ରଦ୍ଧାଳୁ ମାନେ ଆସିବା ପାଇଁ ନିବଦେନ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଜୟପୁର ପଞ୍ଚାୟତ ସମିତିସଭ୍ୟ ଦୀପକ ଶତପଥୀ, ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୮/୧୧/୨୦୨୪----୮,୧୦ Sakhigopal News, 8/11/2024