Breaking News

ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ରତ୍ନଚିରା ନଦୀ ପର୍ଯ୍ୟନ୍ତ ରାସ୍ତା କାମ ଆରମ୍ଭ, ୨୪ ଘଣ୍ଟା ନଯିବା ଆଗରୁ ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ; ଜିଲ୍ଲାପାଳ ତଦନ୍ତ କରିବା ପାଇଁ ଦାବୀ

 


 ସାକ୍ଷୀଗୋପାଳ---- ଅଁନାନବମୀ ଆସିଲେ ସାକ୍ଷୀଗୋପାଳ ମନ୍ଦିର ରାସ୍ତା ତଥା ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ମନ୍ଦିର ପର୍ଯ୍ୟନ୍ତ ଏହି ରାସ୍ତା କାମ ଆରମ୍ଭ ହୋଇଥାଏ । ଏପରିକି ଲୋକମାନେ ପଡି ଖଣ୍ଡିଆ ଖାବେରା ହେବା ପରେ ବ୍ୟବସାୟୀ ଓ ଲୋକମାନେ ହୋ ହଲ୍ଲା କରିବା ପରେ ବିଭାଗୀୟ ପକ୍ଷରୁ ଅର୍ଥ ନଥିବା ଦର୍ଶାଇ ପ୍ରଥମେ ଖାଲ ସୃଷ୍ଟି ହୋଇଥିବା ସ୍ଥାନ ଗୁଡିକରେ ମେଣ୍ଟାଲ ଓ ଡଷ୍ଟଗୁଣ୍ଡ ପକାଇ ତାନ୍ତି । ପରେ ପରେ ଲୋକମାନେ ଆହୁରି ଅସୁବିଧା ହେବା ସହିତ ଉକ୍ତ ଗୋଡି ଗୁଡିକ ଉଠିଗଲା ପରେ ବିଭାଗୀୟ ପକ୍ଷରୁ ଅର୍ଥ ମଞ୍ଜୁର ହୋଇ ରାତିରେ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତରେ ରାସ୍ତା କାମ ହୋଇଥାଏ । ଏହି ରାସ୍ତାଟି ପିଡ୍ୟୁ ବିଭାଗରେ ରହିଛି । ଏହି ରାସ୍ତା ପାଇଁ ଏବେ ରାଜ୍ୟକୋଷରୁ ୩୫ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରାଯାଇଛି ବୋଲି ବିଭାଗୀୟ ଜେଇ ମାନସ ରଞ୍ଜନ ମଲିକଙ୍କ ଠାରୁ ସୁଚନା ମିଳିଛି । ଏବେ ରାସ୍ତା କାମ ଅତିତରବରିଆ ଭାବେ କାମ କରାଯିବା ସହ ଅତି ନିମ୍ନ ମାନର ବୋଲି ବ୍ୟବସାୟୀ ଓ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି । ସାକ୍ଷୀଗୋପାଳ ରେଳଓୱେ ଗେଟ ଠାରୁ  ରତ୍ନଚିରା ନଦୀ ପର୍ଯ୍ୟନ୍ତ ନୂତନ ପିଚୁ କାମ ହୋଇଛି । ଏହା ଏବେ ବିଭିନ୍ନ ସ୍ଥାନରେ ଖାଲଖମାରେ ପରିପୂର୍ଣ୍ଣ ହୋଇଛି । ଏବଂ ପିଚୁ ଉଠିଯାଉଛି । ଏ ସମ୍ପର୍କରେ ବିଭାଗୀୟ ଜେଇଙ୍କୁ ପଚାରିବାରୁ ସେ କହନ୍ତି ଉକ୍ତ ରାସ୍ତାରେ ନୂତନ ପିଚୁ କାମ ହେବା ପରେ ମଧ୍ୟ ରାସ୍ତା ଖାଲ ଖମା ହୋଇଥିବା ମୁଁ ଦେଖିଛି । ବହୁ ଶିଘ୍ର ସେ ଗୁଡିକ ମରାମତି କରାଯିବାସହ ତା ଉପରେ ପୁର୍ନବାର ପିଚୁ  ପଡିବ ବୋଲି ବିଭାଗୀୟ ଜେଇ ଶ୍ରୀ ମଲିକ କହିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୧୧/୨୦୨୪---୮,୧୦    Sakhigopal News, 4/11/2024

Blog Archive

Popular Posts