Breaking News

ଜାତୀୟ ବିଦ୍ୟାଳୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ସତ୍ୟବାଦୀରୁ ଭାଇଭଉଣୀ ମନୋନୀତ



  


ସାକ୍ଷୀଗୋପାଳ---- ସତ୍ୟବାଦୀ ହାଇସ୍କୁଲର ଛାତ୍ର ଆୟୁଷ୍ମାନ ମିଶ୍ର ଓ ତାଙ୍କ ଭଉଣୀ ଆରାଧ୍ୟ  ସତକ୍ଷୀ ମିଶ୍ର ଜାତୀୟ ବିଦ୍ୟାଳୟ ସ୍ତରୀୟ ଟାଇକୋଣ୍ଡୋରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି । ସେମାନେ ହେଲେ ସତ୍ୟବାଦୀ ଶ୍ରୀରାମଚନ୍ଦ୍ରପୁର ଗ୍ରାମର ସତ୍ୟନାରାୟଣ ମିଶ୍ରଙ୍କ ପୁଅ ଝିଅ ଅଟନ୍ତି । ୩ ଓ୪  ଦୁଇ ଦିନ ଧରି ପୁରୀ ଜିଲ୍ଲା ସ୍କୁଲ ପରିସରରେ ଅନୁଷ୍ଠିତ କ୍ୟମ୍ପରେ ଭାଗ ନେଇଛନ୍ତି । ମଧ୍ୟପ୍ରଦେଶ ବିଦୀଶାର ପୋଲିସ  ଷ୍ଟାଡିୟମରେ ୮ରୁ ୧୨ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତାରେ ଏମାନେ ଅଂଶ ଗ୍ରହଣ କରିବେ ବୋଲି ସତ୍ରବାଦୀ ବ୍ଳକର କ୍ରୀଡା ସମ୍ପାଦକ ତଥା ସତ୍ୟବାଦୀ ହାଇସ୍କୁଲର ଶାରୀରିକ କ୍ରୀଡା ଶିକ୍ଷକ ସୁଚିତ୍ର ଖଟୋଇ ଙ୍କ ଠାରୁ ସୁଚନା ମିଳିଛି ।  ଏହି କାର୍ଯ୍ୟକ୍ରମକୁ ମଣ୍ଡଳ ଶିକ୍ଷା ଅଧିକାରୀ ଭବମ ପ୍ରଧାନଙ୍କ ତତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା । ସୁଚନା ଯୋଗ୍ୟ ରେ ଏହି ଦୁଇ ଭାଇ ଭଉଣୀ ସାକ୍ଷୀଗୋପାଳ ସ୍ଥିତ  ହାନା ଟାଇକୋଣ୍ଡୋ ଏକାଡେମୀ ର କୋଚ ଦୀପକ କୁମାର ପ୍ରଧାନଙ୍କ ଠାରୁ ୪ ବର୍ଷରୁ ଅଧିକ ଦିନ ହେବ ଶିକ୍ଷା ଗ୍ରହଣ କରୁଛନ୍ତି ।   ରାଜ୍ୟ ସରକାରଙ୍କ ପକ୍ଷରୁ ଟାଇକୋଣ୍ଡୋ କ୍ରୀଡା ଭାବେ  ସାମିଲ ହୋଇଛି । ଏହି ଅବସରରେ ସତ୍ୟବାଦୀ ହାଇସ୍କୁଲ ପରିସରରେ ବ୍ଳକ ସ୍ଥରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ୧୭ ବର୍ଷରୁ କମ ଓ ୧୪ ବର୍ଷରୁ କମ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ ।  ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଓଡିଶା ଟାଇକୋଣ୍ଡୋ ସଘଂର ମିଳିତ ସହଯୋଗରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ୧୭ଟି ଜିଲ୍ଲାରୁ ୧୦୬ ଜଣ ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ସତ୍ୟବାଦୀର ୫ଜଣ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । ଏହି ଅବସରରେ ସତ୍ୟବାଦୀ ହାଇସ୍କୁଲର ଛାତ୍ର ଆୟୁଷ୍ମାନ  ମିଶ୍ରଙ୍କୁ  ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ବୈଜନ୍ତୀ ମିଶ୍ରଙ୍କ ସହିତ ବିଦ୍ୟାଳୟର ବିଭିନ୍ନ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପୁଷ୍ପଗୁଛ ପ୍ରଦାନ କରିବା ସହ ଜାତୀୟ ସ୍ତରରେ ସତ୍ୟବାଦୀର ନାମ ରଖିବେ ବୋଲି କୋଚ ଓ କ୍ରୀଡା ଶିକ୍ଷକଙ୍କ ସହିତ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆଶା ରଖିଛନ୍ତି । ସେହିପରି ସତ୍ୟବାଦୀ ବାଳିକା ବିଦ୍ୟାଳୟର ପଭାରପ୍ରାପ୍ତ ପ୍ରଧାନ ଶିକ୍ଷକୟତ୍ରୀ ନମିତା ଦାଶ ବିଦ୍ୟାଳୟର ଛାତ୍ରୀର ସଫଳତା ପାଇଁ  ପ୍ରଭୁ ଗୋପିନାଥଙ୍କ ପାଖରେ ପ୍ରାର୍ଥନା କରିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୧୧/୨୦୨୩----୭,୧୦    Sakhigopal News, 3/11/2024

Blog Archive

Popular Posts