ଭଂଜନଗର ମିଳିତ ପ୍ରାଥମିକ ଶିକ୍ଷକ ସଂଘର ସମ୍ବର୍ଦ୍ଧନା ଉତ୍ସବ
ଭଞ୍ଜନଗର, --- ଶନିବାର ଭଞ୍ଜନଗର ବ୍ଳକ୍ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏକ ସମ୍ବର୍ଦ୍ଧନା ଉତ୍ସବ ତଥା ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟରେ ନୂତନ ଭାବେ ଯୋଗଦାନ କରିଥିବା ପ୍ରାୟ ୮୦ ଜଣ ଯୋଜନା ଭିତ୍ତିକ ନୂତନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଫୁଲ ଚନ୍ଦନ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ସମସ୍ତ ନୂତନ ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏବଂ ଏପରି ଏକ ଆକର୍ଷଣୀୟ ଆଡ଼ମ୍ବର ପୂର୍ଣ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରିଥିବା ଯୋଗୁଁ ନିଜର ସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ଉତ୍ସବରେ ଭଞ୍ଜନଗର ବ୍ଲକର ସମସ୍ତ ବର୍ଗର ପ୍ରାୟ ୨୦୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ନୂତନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଦେଇ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ନେତା ସରୋଜକାନ୍ତ ଶତପଥୀ ସଭାପତିତ୍ବ କରିଥିଲେ। ମଞ୍ଚାସିନ ଅନ୍ୟାନ୍ୟ ଶିକ୍ଷକ ନେତା ମାନେ ହେଲେ ତ୍ରିନାଥ ପଟ୍ଟନାୟକ, ଜଗଦିଶ ନାୟକ, ମନୋଜ କୁମାର ବେହେରା, ଗଜେନ୍ଦ୍ର କୁମାର ସେଠୀ, ଚରଣ ବେହେରା, ଆଶା ଲତା ବେହେରା ଓ ପାଣ୍ଡବ ସେଠୀ। ଏହି କାର୍ଯ୍ୟକ୍ରମରେ ସାହାଯ୍ୟ ଓ ସହଯୋଗ କରିଥିଲେ ଶିକ୍ଷକ ଶିଶିର କାନ୍ତ ପତି, ସୁଧିର କୁମାର ବେହେରା, ଗୋକୁଳାନନ୍ଦ ମଲିକ, ସୁଜିତ କୁମାର ସ୍ଵାଇଁ, ଅବିନାଶ ପଣ୍ଡା, ଭକ୍ତ ବନ୍ଧୁ ବିଷୋୟୀ ଓ ବୈରାଗୀ ଗୌଡ଼। ଶିକ୍ଷକ ମାନଙ୍କ ବିଭିନ୍ନ ପ୍ରକାରର ସମସ୍ୟା ଗୁଡିକୁ ବ୍ଳକ୍ ସ୍ତରରେ, ଜିଲ୍ଲା ସ୍ତରରେ ଏବଂ ରାଜ୍ୟ ସ୍ତରରେ ସମାଧାନ କରିବା ସହିତ ଶିକ୍ଷକ ମାନଙ୍କର ରହିଥିବା ବିଭିନ୍ନ ଆବଶ୍ୟକତା ଓ ସୁବିଧା ସୁଯୋଗ ଗୁଡିକୁ ସରକାରଙ୍କ ନିକଟରେ ଉପସ୍ଥାପନା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୧୧/୨୦୨୪---୯,୨୫ Sakhigopal News,2/11/2024