ସତ୍ୟବାଦୀ ମଣ୍ଡଳ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା
ସାକ୍ଷୀଗୋପାଳ----ସତ୍ୟବାଦୀ ମଣ୍ଡଳ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତ ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସତ୍ୟବାଦୀ କ୍ରୀଡା ମଣ୍ଡଳର ସଭାପତି ତଥା ସତ୍ୟବାଦୀ ବ୍ଳକ ଶିକ୍ଷା ଅଧିକାରୀ ଭବମ ପ୍ରଧାନଙ୍କ ତତ୍ୱବଧାନରେ କାର୍ଯ୍ୟକ୍ରମକୁ କ୍ରୀଡା ମଣ୍ଡଳର ସହସମ୍ପାଦକ ତଥା ଶାରୀରିକ ଶିକ୍ଷା ଶିକ୍ଷକ ଦାମଦର ମିଶ୍ର କ୍ରୀଡା ପତାକାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ଏହି ଅବସରରେ ୧୭ ବର୍ଷରୁ କମ ଓ ୧୪ ବର୍ଷରୁ କମ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ୧୦୦, ୨୦୦, ୪୦୦, ୧୫୦୦,୩ହଜାର ମିଟ ଦୌଡ ହାଇଜମ୍ପ, ଲଙ୍ଗଜମ୍ପ, ସଠଫୁଟ, ଜାଭାଲେନି ଥ୍ରୋ, ଡିସକସ୍ ଥ୍ରୋ ପ୍ରତିଯୋଗିତା କରାଯାଇଥିଲା । ସନ୍ଦୀପ ତ୍ରିପାଠୀ, ସୁରେଶ ସ୍ୱାଇଁ, ଜୟରାମ ପଣ୍ଡା, କଳ୍ପନା ପ୍ରଧାନ, ମୌସୁମୀ ଦାଶ, ପୁଷ୍ପାଞ୍ଜଳି ଜେନା, ଲିଙ୍ଗରାଜ ସାହୁ, ଲକ୍ଷ୍ମୀଧର ମହାନ୍ତି, ଅରଜିତି ଗିରି, ବିଭୂତି ଭୂଷଣ ପ୍ରଧାନ, କାତ୍ତିକ ବିଶ୍ୱାଳ, ଚନ୍ମୟୀ ଚିରଞ୍ଜିବି ମହାନ୍ତି, ସଂଗ୍ରାମ କୋଣୀ ମହାନ୍ତି ନିଶାକର ଶତପଥି ପ୍ରମୁଖ ଖେଳ ପରିଚାଳନା କରିଥିଲେ । ୧୭ ବର୍ଷରୁ କମ ୪ଜଣ ବାଳକ ଓ ୪ ଜଣ ବାଳିକା ସେହିପରି ୧୪ ବର୍ଷରୁ କମ ୪ ଜଣ ବାଳକ ଓ ୪ଜଣ ବାଳିକା ୩ ତାରିଖରେ ଜିଲ୍ଲା ସ୍ତରରେ ଅନୁଷ୍ଠିତ ହେବାକୁ ଥବା କ୍ରୀଡାରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଥିବା ସତ୍ୟବାଦୀ କ୍ରୀଡା ମଣ୍ଡଳ ସ୍ତରୀୟ ସମ୍ପାଦକ ତଥା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ସୁଚିତ୍ର ଖଟୋଇଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,ଙ୍କ ରିପୋର୍ଟ, ୧/୧୧/୨୦୨୪----୬.୧୦ Sakhigopal News, 1/11/2024