ସତ୍ଯବାଦୀ ବକୁଳବନ ମହୋତ୍ସବ କମିଟି ପକ୍ଷରୁ ବିଦ୍ଯାଳୟ ଛାତ୍ରଛାତ୍ରୀ ଙ୍କୁ ପାଠ୍ୟ ଉପକରଣ ବଣ୍ଟନ
ସାକ୍ଷୀଗୋପାଳ ---- ସତ୍ୟବାଦୀ ରେ ଗଠିତ ସତ୍ଯବାଦୀ ବକୁଳବନ ମହୋତ୍ସବ କମିଟି ପକ୍ଷରୁ ଅନେକ ସମୟରେ ନୁଆ ନୁଆ କଥା ଚିନ୍ତା କରିବା ସହ ଚର୍ଚ୍ଚାରେ ରହିଥାନ୍ତି । ଏବେ ସମୟ ବା ବୃକ୍ଷ ରୋପଣ ସମୟ । ଯୁଆଡ଼େ ଦେଖିବ ସିଆଡେ ବୃକ୍ଷ ରୋପଣ ସିଜନ୍ ଚାଲିଛି । ବର୍ତ୍ତମାନ ସମୟରେ ପୃଥିବୀ ରେ ଯେତେ ଗଛ ଲାଗିବା ସହ ଗଛ ବଞ୍ଚିବ ସେତେ ଆଗାମୀ ପିଢ଼ି ଙ୍କ ପାଇଁ ଉପକାରରେ ଆସିବ ବୋଲି ମହୋତ୍ସବ କମିଟିର ସଭାପତି ତଥା ସମାଜସେବୀ,କବି ସଚ୍ଚୀକାନ୍ତ ବିଶ୍ୱାଳ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ । ଏହି ଅବସରରେ ସତ୍ଯବାଦୀ ବକୁଳବନ ମହୋତ୍ସବ କମିଟି ପକ୍ଷରୁ ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହି ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ଜୋମେଟ୍ରି ବକ୍ସ ସହିତ ଖାତା ଓ କଲମ ବଣ୍ଟନ କରାଯାଇ ଥିଲା । ଏଥିରେ ମହୋତ୍ସବ କମିଟି ସଭାପତି କବି ସଚ୍ଚୀକାନ୍ତ ବିଶ୍ୱାଳ , ସମାଜସେବୀ କଳ୍ପନା ନାୟକ ଓ ବିଦ୍ଯାଳୟ ପ୍ରଧାନ ଶିକ୍ଷୟତ୍ରୀ ନଳିନୀ ବରାଳ ଓ ଶିକ୍ଷୟତ୍ରୀ ସୁଜାତା ଦେବୀ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ବୟ ଉପକରଣ ବଣ୍ଟନ କରିଥିଲେ । ପାଠପଢି ଭଲ ମଣିଷ ହେବା ପାଇଁ କବି ଶ୍ରୀ ବିଶ୍ୱାଳ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ବକୁଳବନ ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ମହତ କାର୍ଯ୍ୟକ୍ରମ କୁ ବିଦ୍ଯାଳୟ ପ୍ରଧାନ ଶିକ୍ଷୟତ୍ରୀ ନଳିନୀ ବରାଳ ପ୍ରଶଂସା କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ନାଏବ ସରପଞ୍ଚ ଧିରଞ୍ଜନ ବିଶ୍ୱାଳ , ପଟ୍ଟଚିତ୍ର ଶିଳ୍ପୀ ସଞ୍ଜୟ କୁମାର ପାତ୍ର , ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ଶର୍ମିଷ୍ଠା ପଲାଇ ପ୍ରମୁଖ ଯୋଗଦେଇ ଥିଲେ ।ବକୁଳବନ ମହୋତ୍ସବ କମିଟି ସମ୍ପାଦକ ଯଯାତି