ସତ୍ୟବାଦୀ ମଣ୍ଡଳ ସ୍ତରୀୟ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ
ସାକ୍ଷୀଗୋପାଳ --- ପୁରୀ ଜିଲା ସତ୍ଯବାଦୀ ଉଚ୍ଚ ବିଦ୍ଯାଳୟ ପରିସରରେ ଥିବା ଖେଳ ପଡ଼ିଆରେ ମଣ୍ଡଳ ସ୍ତରୀୟ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ବ୍ଲକ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ପାଢୀଙ୍କ ତତ୍ୱାବଧାନରେ କରାଯାଇ ଥିଲା । ପ୍ରତିଯୋଗିତାରେ ବିଭିନ୍ନ ବିଦ୍ଯାଳୟରୁ ୯୫ ଜଣ ଛାତ୍ର ଅଂଶଗ୍ରହଣ କରିଥିଲେ । ଉଚ୍ଚ ବିଦ୍ଯାଳୟର ପ୍ରଧାନ ଶିକ୍ଷୟତ୍ରୀ ଅମିତା ସେନାପତି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମସ୍ତ ପ୍ରତିଯୋଗୀଙ୍କ ମଧ୍ଯରୁ ୨୪ ଜଣ ଜିଲାସ୍ତର କୁ ମନୋନୀତ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ସତ୍ଯବାଦୀ ମଣ୍ଡଳ କ୍ରିଡା ସଂପାଦକ ଶାରୀରିକ ଶିକ୍ଷା ଶିକ୍ଷକ ସୁଚିତ୍ର ଖଟୋଇ ଖେଳ ପରିଚାଳନା କରିଥିଲେ । ସମସ୍ତ ବିଦ୍ଯାଳୟର ଶାରୀରିକ ଶିକ୍ଷା ଶିକ୍ଷକ ମାନେ ଉପସ୍ଥିତ ରହି ଖେଳ ପରିଚାଳନା କରିବା ସହ ପିଲା ଚୟନ କରିବାରେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ, ୨୪/୯/୨୦୨୫----୯,୪୫ Sakhigopal News,24/9/2028