Breaking News

ସୋରିଷମୂଳୁ ଗ୍ରାମ ଠାରେ ସ୍ବଛତା ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ


 ଭଞ୍ଜନଗର--ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ବିଡିପୁରୁ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା  ସୋରିଷମୂଳୁ ଗ୍ରାମ ଠାରେ ଚନ୍ଦ୍ର ଶେଖର କୃଷି ନୋଡାଲ ଉଚ୍ଚ  ବିଦ୍ୟାଳୟ ବିଡ଼ିପୁର ତରଫରୁ ସ୍ୱଚ୍ଛତା ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ସମସ୍ତ ଛାତ୍ର ଛାତ୍ରୀ ମାନେ ସୋରିଷମୂଳୁ ଗ୍ରାମ ଠାରେ ପଥପ୍ରାନ୍ତ ନାଚ ଗିତ ମାଧ୍ୟମରେ ଗ୍ରାମବାସୀ ମାନଙ୍କୁ ସ୍ବଚ୍ଛତା ହିଁ ସେବା ଓ ସୁସ୍ଥତାର ବାର୍ତ୍ତା ଦେଇ ସମସ୍ତଙ୍କୁ ସ୍ବଚ୍ଛ ଓ ପରିଷ୍କାର ରହିବା ପାଇଁ ସଚେତନତା କରାଇଥିଲେ। ସରପଞ୍ଚଙ୍କ ପ୍ରତିନିଧି ଶ୍ରୀ ଶିଶିର କାନ୍ତ ସାହୁ ସ୍ବଚ୍ଛତା ହିଁ ଜୀବନ, ସ୍ବଚ୍ଛ ରହିଲେ ନିଜେ ନିରୋଗ ହେବା ସହ ଏକ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହେବେ ବୋଲି ନିଜର ବକ୍ତବ୍ୟ ରେ କହିବା ସହ ଏହି ସ୍ବଚ୍ଛତା ବାର୍ତ୍ତା ଯେମିତି  ପଞ୍ଚାୟତର ସବୁ ଗ୍ରାମରେ ପହଂଚିବା ପାଇଁ ଅନୁରୋଧ କରି ଥିଲେ।ଏହି କାର୍ଯ୍ୟକ୍ରମ କୁ ସରପଞ୍ଚ ଶ୍ରୀମତୀ ରଶ୍ମିତା ସାହୁ ଙ୍କ ସମେତ ଗ୍ରାମବାସୀ ମାନେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ  ଓ ଶିକ୍ଷକ ଶିକ୍ଷୟତ୍ରୀ ମାନ ଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇ ଥିଲେ । ଏବଂ ପରିଶେଷରେ ସରପଞ୍ଚ ଙ୍କ ତରଫରୁ ଛାତ୍ର ଛାତ୍ରୀ  ଓ ଶିକ୍ଷକ ଶିକ୍ଷୟତ୍ରୀ ମାନ ଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯାଇଥିଲା। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨୧/୯/୨୦୨୫---୭,୩୫ Sakhigopal News,21/9/2025

Blog Archive

Popular Posts