Breaking News

ଡିଏଭି ପିଟି ଏସ୍. ଆର୍ ପବ୍ଲିକ ସ୍କୁଲରେ ଗୁରୁଦିବସ ପାଳନ


ଭଞ୍ଜନଗର--  ଡିଏଭି ପିଟି. ଏସ. ଆର ପବ୍ଲିକ ସ୍କୁଲ ପରିସରରେ  ଗୁରୁଦିବସ ପାଳିତ କରାଯାଇଛି l ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ମାନସ ରଞ୍ଜନ ପୃଷ୍ଟି ଙ୍କ ଉପସ୍ଥିତ ରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଚଳିତ ବର୍ଷ ରେ ପଢ଼ୁଥିବା ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀଙ୍କ ମାନେ ଏହି ଗୁରୁଦିବ ସ କୁ ବହୁତ ଧୂମଧାମ ରେ ପାଳନ କରିଥିଲେ l ସମସ୍ତ ଗୁରୁଙ୍କୁ ମଞ୍ଚକୁ ନେଇ ଟେବୁଲ ରେ ବସାଇ ପୂଜା ଅର୍ଚନା କରିଥିଲେ । କିଛି ଛାତ୍ର ଛାତ୍ରୀ ଶିକ୍ଷକ ମାନଙ୍କ ବିଭିନ୍ନ ଅଭିନୟ କରିଥିଲେ l ନାଚ ଓ ଗୀତ ରେ ସ୍ଥାନଟି ଆନନ୍ଦ ଉଲ୍ଲାସ ରେ ପରିପୂର୍ଣ୍ଣ ହୋଇଯାଇଥିଲା l ପ୍ରଧାନ ଶିକ୍ଷକ ଙ୍କ ଦ୍ୱାରା ଦୀପ ପ୍ରଜ୍ଜଳନ କରାଯାଇ  ଠାକୁରଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ଅର୍ପଣ କରାଯାଇଥିଲା l ପ୍ରଧାନ ଶିକ୍ଷକ ଏହି ଦିବସ ପାଳନ ର ମହତ୍ୱ ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ l ତତ ସହିତ ଅନ୍ୟାନ୍ୟ ଶିକ୍ଷକ ମାନେ ମଧ୍ୟ ଭାଷଣ ପ୍ରଦାନ କରିଥିଲେ l  ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମରେ  ଆନନ୍ଦ ଉଲ୍ଲାସ ରେ ସମୟ ଅତିବାହିତ କରିଥିଲେ l ଶିକ୍ଷାର୍ଥୀ ଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ଶେଷ ହୋଇଥିଲା l ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୫/୯/୨୦୨୫---୧୦,୧୦ Sakhigopal News,5/9/2025

Blog Archive

Popular Posts