ସାକ୍ଷିଗୋପାଳ ମହାବିଦ୍ୟାଳୟର ନଵାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା
ସାକ୍ଷୀଗୋପାଳ --- ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ସଭାଗୃହରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଆନୁକୂଲ୍ୟରେ ନଵାଗତ ଛା ତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପାଳିତ ହୋଇଯାଇଛି। ସର୍ବପ୍ରଥମେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଏବଂ ପୁଣ୍ୟାତ୍ମ୲ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଧୂପଦୀପ ପ୍ରଦାନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଉକ୍ତ ସଭାରେ ମହାବିଦ୍ୟାଳୟର ଇଂରାଜୀ ବିଭାଗମୁଖ୍ୟ ପ୍ରାଧ୍ୟାପକ ଶ୍ରୀ ମନୋଜ କୁମାର ପରିଡ଼ା ଯୋଗ ଦେଇ ନଵାଗତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ବିଭାଗମୁଖ୍ୟ ଡକ୍ଟର ଶଙ୍କର୍ଷଣ ପ୍ରଧାନ ନବାଗତ ଛାତ୍ରଛାତ୍ରଙ୍କୁ ଶୃଙ୍ଖଳିତ ହୋଇ ଅଧ୍ୟୟନରେ ନିମଗ୍ନ ହୋଇ ଭଲ ମଣିଷ ହେବାକୁ ଉପଦେଶ ପ୍ରଦାନ କରିଥିଲେ। ବିଭାଗର ଅନ୍ୟତମ ଅଧ୍ୟାପିକା ସବିତା ମଲ୍ଲିକ ଛାତ୍ରଛାତ୍ରୀଙ୍କୁ ଓଡିଆ ଭାଷା ଓ ସାହିତ୍ୟକୁ ଭଲପାଇବାକୁ କହିଥିଲେ । ଅଧ୍ୟାପିକା ପ୍ରତିମା ସାହୁ ଜୀବନର ଅନୁଭୂତି ବଖାଣି ଥିଲେ । ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ଦ୍ଵିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ପାରମ୍ପରିକ ରୀତିରେ ସ୍ୱାଗତ କରିଥିଲେ। ତୃତୀୟ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ନବାଗତ ଛାତ୍ରଛାତ୍ରୀମାନଙ୍କୁ କଲେଜ ଓ ଓଡ଼ିଆ ବିଭାଗ ପ୍ରତି ସ୍ନେହ ଶ୍ରଦ୍ଧା ରଖିବା ସହିତ ପ୍ରତ୍ୟେକ କାର୍ଯ୍ୟରେ ସହଯୋଗ କରିବାକୁ ଉପଦେଶ ଦେଇଥିଲେ। ପ୍ରଥମବର୍ଷର ଛାତ୍ରଛାତ୍ରୀମାନେ ତାଙ୍କ ବକ୍ତୃତାରେ ବଡ଼ଭାଇ ଓ ଭଉଣୀଙ୍କ ପରାମର୍ଶ ଗ୍ରହଣ କରିବା ସହିତ ବିଭାଗର ପ୍ରତ୍ୟେକ କାର୍ଯ୍ୟରେ ସହଯୋଗ କରିବେ ବୋଲି ମତ ଦେଇଥିଲ।
ମଞ୍ଚ ପରିଚାଳନା କରିଥିଲେ ତୃତୀୟ ବର୍ଷ ର ଛାତ୍ରୀ କଲ୍ୟାଣୀ ଜେନା। ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ +୩ ଦ୍ଵିତୀୟ ବର୍ଷର ଛାତ୍ର ଅମରେଶ ପଣ୍ଡା ଓ ବେଦପାଠ କରିଥିଲେ ବିଦୁଲତା ଏବଂ ପୁଷ୍ପା, ବିଦୁଲତା,ପ୍ରୀତି ସ୍ବାଗତ ସଙ୍ଗୀତ ଗାନ କରିଥିଲେ । ଓଡ଼ିଆ ବିଭାଗରୁ ଉତ୍ତୀର୍ଣ୍ଣ ହୋଇ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ବିଭାଗ ସମ୍ମାନିତ କରିବା ସହ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ମଧ୍ୟରୁ କିଛି ଛାତ୍ରଛାତ୍ରୀଙ୍କୁ ମଧ୍ୟ ଉତ୍ତମ ବ୍ୟବହାର ଓ ଶୃଙ୍ଖଳା ପାଇଁ ଓଡ଼ିଆ ବିଭାଗ ତରଫରୁ ସମ୍ମାନିତ କରାଯାଇଥିଲା।
ନଵାଗତ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଭାଷା ଓ ସାହିତ୍ୟ ସ୍ୱରୂପରୁ ବିଭିନ୍ନ ପ୍ରଶ୍ନ ପଚାରିବା ସହିତ ଶ୍ରେଷ୍ଠ ନବାଗତ ଭାବରେ ସମ୍ମାନିତ କରାଯାଇଥିଲା । ତୃତୀୟ ବର୍ଷର ଛାତ୍ରୀ ଅମ୍ବିକା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏଥିରେ ବିଦୁଲତା,ପୁଷ୍ପ୲ ଓ ପ୍ରଜ୍ଞା ଭାଗ ନେଇଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୩/୯/୨୦୨୫----୭,୪୫ Sakhigopal News,23/9/2025