Breaking News

ସାପ କାମୁଡାରେ ନାବାଳିକାର ମୃତ୍ୟୁ



ଭଂଜନଗର - ତାରାସିଙ୍ଗି ଥାନା ଅନ୍ତର୍ଗତ କୁଡୁତାଇ ପଞ୍ଚାୟତ ଅନ୍ତର୍ଗତ ବଡଖଣ୍ଡା ଗାଁ ରେ ସାପ କାମୁଡାରେ ଜଣେ ୧୧ ବର୍ଷ ଝିଅର ମୃତ୍ୟୁ ହୋଇଛି । ମୃତ ନାବାଳିକା ଜଣକ ନିକଟସ୍ଥ ଜାମଗରଡା ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ରେ ପଢୁଥିବା ଛାତ୍ରୀ ଶୁଭଶ୍ରୀ ଗୈାଡ । ତାଙ୍କ ନିଜ ଘର ତାରାସିଙ୍ଗି ଥାନା ଅନ୍ତର୍ଗତ କ୍ଷେତମୁଣ୍ଡୁଳି ଗାଁ ରେ ହୋଇଥିବା ବେଳେ ମା' ଏବଂ ଭାଇ ଏବଂ ଭଉଣୀ ସହ ବଡଖଣ୍ଡା ଗାଁ ରେ ରହୁଥିଲେ । ଗତ ଗୁରୁବାର ରାତିରେ ଘରେ ଶୋଇଥିବା ବେଳେ, କୈ।ଣସି ଏକ ବିଷଧର ସାପ କାମୁଡ଼ି ଦେଇଥିଲା । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବେଲଗୁଣ୍ଠା ଏବଂ ପରେ ଭଂଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମେଡିକାଲ ପରିସରର କାନ୍ଦବୋବାଳି ରେ ଫାଟି ପଡ଼ିଥିବା ବେଳେ, ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା  । ଶୋକାକୁଳ ପରିବେଶ ଭିତରେ, ବଡଖଣ୍ଡା ଗାଁ ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୫/୯/୨୦୨୫----୯,୪୫ Sakhigopal News,5/9/2025

Blog Archive

Popular Posts