Breaking News

ଏନ୍ ଏସ ଏସ କ୍ୟାମ୍ପ ଉଦଘାଟିତ ; ଭଞ୍ଜନଗର ପାହାଡର ଉନ୍ନତି ପାଇଁ ୮ କୋଟି ବ୍ୟୟ ହେବ


ଭଞ୍ଜନଗର,-----ଗଞ୍ଜାମ ଜିଲ୍ଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସପ୍ତାହ ବ୍ୟାପି ହେବାକୁ ଥିବା ମେଗା ଚାରା ରୋପଣ କାର୍ଯ୍ୟକ୍ରମ ସୋମବାର ଉଦଘାଟିତ ହୋଇଯାଇଛି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଆର୍ଥିକ ସହାୟତା ରେ କେ ଏସ ୟୁ ବି କଲେଜ ଜାତୀୟ ସେବା ଯୋଜନା ଶାଖା (୧) ଏବଂ ଶାଖା ୨ ମିଳିତ ସହଯୋଗରେ ଚାରା ରୋପଣ କାର୍ଯ୍ୟକ୍ରମ ହୋଇଥିଲା। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରାରୋପଣ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ବିଧାୟକ ନାୟକ ଜାତୀୟ ସେବା ଯୋଜନା ସ୍ବେଛାସେବୀ ମାନଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ ପ୍ରଶଂସା କରିବା ସହ ପାଠ ପଢି ଭଲ ମଣିଷ ଟିଏ ହେବାପାଇଁ କହିଥିଲେ। ଏଥିସହ ଭଞ୍ଜନଗର ସହର ମଝିରେ ଥିବା ଗାନ୍ଧୀ କୈଳାସ ପାହାଡର ଉନ୍ନତିକରଣ ପାଇଁ ୮ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ବିଧାୟକ କହିଛନ୍ତି। ଏହାଦ୍ବାରା ପ୍ରକୃତିର ସୁରକ୍ଷା ହୋଇପାରିବ। ଜଙ୍ଗଲ ରହିଲେ ହିଁ ମାନବ ସମାଜ ତିଷ୍ଟିବ। ତେଣୁ ଆମେ ସମସ୍ତେ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ  ବିଧାୟକ ନାୟକ ଉପସ୍ଥିତ ସ୍ବେଚ୍ଛାସେବୀ ମାନଙ୍କୁ ଆହ୍ବାନ ଦେଇଛନ୍ତି। କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀ ବିଭାସ ଦାସ, ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ପ୍ରଶାନ୍ତ କୁମାର ରଥ, ଡ ରବିନ୍ଦ୍ର ମିଶ୍ର, ଅଧ୍ୟାପିକା ରାଜଲକ୍ଷ୍ମୀ ରଥ, ସୁନିତା ଖଣ୍ଡୁଆଳ, ସ୍ମରଣିକା ପାଢ଼ୀ,ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୂଳପାଣି ଶତପଥି, ସ୍ବେଛାସେବୀ ପ୍ରଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ରହି ସ୍ବେଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଯୋଜନା ଅଧିକାରୀ ଶାଖା (୧) ବାବୁଲା ପ୍ରଧାନ, ସହ ଯୋଜନା ଅଧିକାରୀ ବୁଧିନାଥ ବରିହା, ଶାଖା ୨ ଯୋଜନା ଅଧିକାରୀ ସସ୍ମିତା ଦାସ, ଅଧ୍ୟାପିକା ମାମାଲି ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧୫/୯/୨୦୨୫----୬,୪୫ Sakhigopal News,15/9/2025

Blog Archive

Popular Posts