Breaking News

ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କ ସେବା କଲେ ଗୋପବନ୍ଧୁ ଚାରିଟେବୁଲ ସ୍ବେଚ୍ଛାସେବୀ

 
ଭଞ୍ଜନଗର ---ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ ବିଡ଼ିପୁର ଗ୍ରାମ ପଞ୍ଚାୟତର ଭୂଷଣ୍ଡପାଳ ଗ୍ରାମ ରେ ମଦନ ନାୟକ ପି.ନାଥ ନାୟକ ଯାହାର କି ବୟସ ୬୦  ଜଣେ ଅସହାୟ, ଅବହେଳିତ ଏବଂ ମାନସିକ ବିକାରଗ୍ରସ୍ଥ ବ୍ୟକ୍ତି । ତାଙ୍କର ସ୍ତ୍ରୀ ଙ୍କ ମୂତ୍ର୍ୟ ଘଟିବା ପରେ ପୁଅ ମାନେ ତାଙ୍କୁ ଛାଡି ବାହାରେ ରହୁଛନ୍ତି। ବହୁ ଦିନ ଧରି ରାସ୍ତାରେ ଏଣେତେଣେ ବୁଲି, ଖୋଲା ଆକାଶ ତଳେ ଜୀବନ ଅତିବାହିତ କରୁଥିବା ଓ ନାଳ ନର୍ଦ୍ଦମାରୁ ଖାଦ୍ୟ ସଂଗ୍ରହ କରି ଖାଉଥିବା ଦେଖି ପୂର୍ବତନ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ତଥା ଗ୍ରାମପଞ୍ଚାୟତ ର ସମିତି ସଭ୍ୟା ଙ୍କ ପ୍ରତିନିଧି ଶ୍ରୀ ବିପ୍ର ଚରଣ ବାରିକ ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ ସଦସ୍ୟ ମାନଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ । ଖବର ପାଇବାକ୍ଷଣି  ଚାରିଟେବୁଲ ଟ୍ରଷ୍ଟ ସଦସ୍ୟ ସନ୍ତୋଷ କୁମାର ଦଳବେହେରା, ମାଣିକ ଖାଡେଙ୍ଗା, ଦୁର୍ଗାମାଧବ ପ୍ରଧାନ, ଗିରିଧାରୀ ଡାକୁଆ, ଶଙ୍କର ଗୌଡ଼ ପ୍ରମୁଖ ସଦସ୍ୟ ଭୂଷଣ୍ଡପାଳ ଗ୍ରାମ କୁ ଯାଇ ମଦନ ନାୟକ ଙ୍କୁ ଭେଟି ସେଠାରେ ତାର ଚୁଟି,ଦାଢ଼ି ଓ ନଖ କାଟି ସାବୁନ୍ ସାମ୍ପୁ ଲଗାଇ ତାଙ୍କୁ ପରିଷ୍କାର କରି ଗାଧୋଇବା ସହ ସମିତି ସଭ୍ୟା ଙ୍କ ପ୍ରତିନିଧି ଓ ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀ ଶିଶିର କାନ୍ତ ସାହୁ ଦେଇଥିବା ନୂତନ ପୋଷାକ ଓ ଶୋଇବା ପାଇଁ ନୂତନ ପାଛୁଡ଼ି ତାକୁ ପ୍ରଦାନ କରାଯାଇ ଥିଲ। ସେହି ଗ୍ରାମ ରୁ ତାକୁ ଉଦ୍ଧାର କରି ତାଙ୍କର ସ୍ୱାସ୍ଥ୍ୟ ଉତ୍ତମ ଚିକିତ୍ସା ପାଇଁ ଜଗନ୍ନାଥ ପ୍ରସାଦ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଯାଇଥିଲା ।  ପରେ  ତାକୁ ଭଞ୍ଜନଗର ଜରାଶ୍ରମ କୁ ନେବା ପାଇଁ ସ୍ଥିର କରାଯାଇ ଥିଲା।ପୂର୍ବତନ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ତଥା ଗ୍ରାମପଞ୍ଚାୟତ ର ସମିତି ସଭ୍ୟା ଙ୍କ ପ୍ରତିନିଧି ଶ୍ରୀ ବିପ୍ର ଚରଣ ବାରିକ ନିଜର ବକ୍ତବ୍ୟ ରେ କହିଥିଲେ କି ସମାଜର ରେ ଅସହାୟ, ଅବହେଳିତ, ନିଷ୍ପେଶିତ ସାଧାରଣ ଜୀବନ ବଞ୍ଚାଇବା ପାଇଁ ସଦାସର୍ବଦା ପ୍ରଚେଷ୍ଟିତ ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ  । ଅନୁଷ୍ଠାନ ର ଏପରି କାର୍ଯ୍ୟ କୁ ମଧୁସୂଦନ କର,ଗ୍ରାମର ପ୍ରଫୁଲ କୁମାର ନାୟକ,ଦିଲ୍ଲୀପ କୁମାର ସେଠି,ସାନ୍ତୁନୁ ନାୟକ,ବିରେନ ନାୟକ,ଓମ୍ ଶାନ୍ତି ଅନୁଷ୍ଠାନ ର ବାମଦେବ ପାଣିଗ୍ରାହୀ ଭୁୟସୀ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇ ଥିଲେ | ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୫/୯/୨୦୨୫---୮,୩୫ Sakhigopal News,5/9/2025

Blog Archive

Popular Posts