ମନମୋହୁଛି ଭଞ୍ଜନଗର ଲଣ୍ଢେଇସାହିର ବାଲ୍ ଗଣେଶ
ଭଞ୍ଜନଗର - ଅଧିକାଂଶ ସ୍ଥାନରେ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ମହା ଆଡ଼ମ୍ବରରେ ହେଉଛି । ପ୍ରାୟତଃ ଭଷାଣୀ କାର୍ଯ୍ୟ ମଧ୍ୟ ସରିଲାଣି । ଏହାରି ଭିତରେ ଏବେବି ଭଞ୍ଜନଗର ଲଣ୍ଢେଇସାହି ରେ ପୂଜା ପାଉଥିବା ବାଲ୍ ଗଣେଶ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ସ୍ଥାନୀୟ ୟୁନିଟ୍ - ୪ ର ଯୁବଗୋଷ୍ଠୀଙ୍କ ସହଯୋଗ ରେ ହୋଇଥିବା ମୂର୍ତ୍ତି ଏବଂ ସୁସଜ୍ଜିତ ମେଢ଼ ଆକର୍ଷଣୀୟ ହୋଇଛି । ଆସନ୍ତା ୫ ତାରିଖ ରେ ପ୍ରଭୁ ଗଜାନନଙ୍କ ଭଷାଣୀ ହେବାକୁ ଥିବାବେଳେ, ନିରାଡମ୍ବର ଭାବେ ସମସ୍ତ ଆୟୋଜନ କରାଯିବ ବୋଲି ଆୟୋଜକ ଯୁବଗୋଷ୍ଠୀଙ୍କ ପକ୍ଷରୁ କୁହାଯାଇଛି । ବାଲ ଗଣେଶଙ୍କୁ ପ୍ରତିଦିନ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳୁଛି । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୩/୯/୨୦୨୫---୧୧,୨୫ Sakhigopal News,11/3/2025