ଚୋରି ବାଇକ୍ ଏବଂ ସାଇକେଲ ଉଧାର, ଜଣେ ଗିରଫ
ଭଞ୍ଜନଗର - ଗଂଜାମ ଜିଲ୍ଲାର ଗାଙ୍ଗପୁର, ଭଞ୍ଜନଗର ତାରାସିଙ୍ଗି ଏବଂ ବେଲଗୁଣ୍ଠା ଅଞ୍ଚଳରୁ ବାଇକ୍ ଏବଂ ସାଇକେଲ ଚୋରି କରୁଥିବା ଅଭିଯୋଗରେ ଜଣେ ଅଭିଯୁକ୍ତ କୁ ଗିରଫ କରିଛି ତାରାସିଙ୍ଗି ଥାନା ପୋଲିସ । ତାଠାରୁ ୨ ଟି ଚୋରି ବାଇକ୍ ୩ ଟି ସାଇକେଲ ଉଧାର କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ଏହି ଥାନା ଅନ୍ତର୍ଗତ ନାରାୟଣପାଟଣା ଗାଁ ର ନାରାୟଣ ନାଇକ । ପୋଲିସ ସୂତ୍ରରୁ ଦିଆଯାଇଥିବା ସୂଚନା ପ୍ରକାରେ, ନିକଟସ୍ଥ କାଦଲୁଣ୍ଡି ଗାଁ ର ରୁଦ୍ର ନାୟକ ନାମକ ଜଣେ ବ୍ୟକ୍ତି, ନିକଟସ୍ଥ ଲେମ୍ଭେଇ ଗାଁ ନିକଟରେ ବାଇକ୍ ରଖି, କିଛି ଦୂରରେ କଥା ହେଉଥିଲେ । ଏହି ସମୟରେ ତାଙ୍କ ବାଇକ୍ ଟି ଚୋରି ହୋଇଥିଲା । ଏନେଇ ସେ, ତାରାସିଙ୍ଗି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା । ପରବର୍ତ୍ତୀ ସମୟରେ ତିନିଛକିଆ ନିକଟରେ ପୋଲିସ ପେଟ୍ରୋଲି କରୁଥିବା ବେଳେ, ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ନାରାୟଣ ନାଇକ, ପୋଲିସ କୁ ଦେଖି ଦୈ।ଡି ଥିଲା । ଘଟଣା ସ୍ଥଳରୁ ପୋଲିସ ତାକୁ ଧରି ଜେରା କରିବା ପରେ ଜଣା ପଡିଥିଲା, ସେ ବିଭିନ୍ନ ସ୍ଥାନରୁ ବାଇକ୍ ଏବଂ ସାଇକେଲ ଚୋରି କରିଛି । ଏବଂ ଲେମ୍ଭେଇ ନିକଟରୁ ମଧ୍ୟ ସେ ବାଇକ୍ ଚୋରି କରିଥିବା, ପୋଲିସ ଆଗରେ ମାନିଯାଇଥିଲା । ଏବଂ ବିଭିନ୍ନ ସ୍ଥାନରୁ ଚୋରି କରିଥିବା ୩ ଟି ସାଇକେଲ ଏବଂ ଗୋଟିଏ ବାଇକ୍ କୁ ମଧ୍ୟ ଉଧାର କରିଥିଲା ପୋଲିସ । ତାରାସିଙ୍ଗି ଥାନା କେଶ୍ ନମ୍ବର ୩୨୬/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନାଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୫/୯/୨୦୨୫---୧୦,୧୫ Sakhigopal News,5/9/2025