Breaking News

୪୫ କିଲେ ଗଞ୍ଜେଇ ସହ କାର ଜବତ ୩ଗିରଫ


ଭଞ୍ଜନଗର, ---- ବ୍ୟବସାୟିକ ଉଦେଶ୍ୟରେ କନ୍ଧମାଳ ଜିଲ୍ଲାରୁ ଏକ କାର ଯୋଗେ ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳକୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ତିନି ଯୁବକକୁ ଭଞ୍ଜନଗର ଅବକାରୀ ବିଭାଗ ଗିରଫ କରିଛି। ମାଜିଷ୍ଟ୍ରେଟ ଫକୀର ଜୀବନ ନାୟକଙ୍କ ଉପସ୍ଥିତରେ ସେମାନଙ୍କ ଠାରୁ ୪୫ କେଜି ଗଞ୍ଜେଇ ସହ ଏକ ଏରଟିଗା କାର ଜବତ କରାଯାଇଛି।
ଗିରଫ ଯୁବକ ମାନେ ହେଲେ କୋଦଳା ଥାନା ଧାନପୁରର ବାବୁଲା ଭୂୟାଁ (୨୪),ଜଗନ୍ନାଥ ବିଷୋୟୀ(୧୮) ଏବଂ କବିସୂର୍ଯ୍ୟନଗର ଥାନା ସାନ୍ତରାପୁର ଗ୍ରାମର ପ୍ରଦୀପ ବିଷୋୟୀ (୨୪)। ତିନି ଯୁବକ ଏକ କାରରେ ଗଞ୍ଜେଇ ଧରି ଫୁଲବାଣୀରୁ ଗଞ୍ଜାମ ଅଭିମୁଖେ ଆସୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇଁ ଭଞ୍ଜନଗର ବାଇପାସ ରୋଡ଼ରେ ପିଛା କରି ଅବକାରୀ ବିଭାଗ କାବୁ କରିଥିଲା।ଏ ନେଇ ଏନ୍ଡିପିଏସ୍ ଆକ୍ଟ ଅନୁଯାୟୀ କେସନଂ ୪୫/୨୫-୨୬ ରେ ମାମଲାରେ ରୁଜ୍ଜୁ କରାଯାଇ ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଇନ୍ସପେକ୍ଟର ଡମ୍ବରୁଧର ହରିଜନ ସୂଚନା ଦେଇଛନ୍ତି। ଚଢ଼ାଉ ବେଳେ ଅବକାରୀ ଓଆଇସି ଅଲିଭା ମାଝୀ,ଏଏସଆଇ ରାଧା ମୋହନ ସାହୁ,ସନାତନ ନାହାକଜଗନ୍ନାଥ ନାହାକ,ସୁବଳ ପ୍ରଧାନ,କୃଷ୍ଣଚନ୍ଦ୍ର ସେଠୀ, ଦୀପକ ରଞ୍ଜନ ସାହୁ ସାମିଲ ହୋଇଥିଲେ । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨୧/୯/୨୦୨୫---୭,୩୫ Sakhigopal News,21/9/2025

Blog Archive

Popular Posts