Breaking News

ଆଇ. ଏମ. ଟି. ଫାର୍ମାସୀ କଲେଜ ଛାତ୍ରଙ୍କର ପାୱାରଲିଫ୍ଟିଂ ରେ ଆନ୍ତର୍ଜାତିକ ସମ୍ମାନ ଓ ସ୍ଵର୍ଣ୍ଣ ପଦକ ଜିତିଲେ



 ପୁରୀ ---  ପୁରୀ ଆଇ. ଏମ. ଟି. ଫାର୍ମାସୀ କଲେଜ ଛାତ୍ର ପାୱାରଲିଫ୍ଟିଂ ରେ ଆନ୍ତର୍ଜାତିକ ସମ୍ମାନ ଓ ଦୁଇଟି ସ୍ଵର୍ଣ୍ଣ ପଦକ ଜିତିଛନ୍ତି । ଏହି ଅବସରରେ କଲେଜର ପ୍ରତିଷ୍ଠାତା ଡ ବିଶ୍ବନାଥ ରଥ ଓ କଲେଜ ର ଅଧ୍ୟକ୍ଷ  ତଥା କଂଗ୍ରେସ ନେତା ମନୋଜ ରଥ ତାଙ୍କୁ ସ୍ବାଗତ ଜଣାଇଛନ୍ତି।  ଏସୀୟା ସ୍ତରୀୟ ପାୱାରଲିଫ୍ଟିଂ ଚାମ୍ପିଅନସିପ୍ ରେ ପୁରୀର ଦେବୀ ପ୍ରସାଦ ଦାସ ଦୁଇଟି ସ୍ୱର୍ଣ୍ଣପଦକ ଲାଭ କରିଛନ୍ତି  । ଚଳିତ ଅଗଷ୍ଟ ୧୫ରୁ ୧୭ ମଧ୍ୟରେ ନେପାଳର କାଠମାଣ୍ଡୁ ଠାରେ ଏହି ଅନ୍ତଃରାଷ୍ଟ୍ରୀୟ ପାୱାରଲିଫ୍ଟିଂ ଚାମ୍ପିଅନସିପ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଦେବୀ ପ୍ରସାଦ ଦାସ ଦୁଇଟି ସ୍ୱର୍ଣ୍ଣପଦକ ଯଥା, ଜୁନିଅର ବର୍ଗରେ ଗୋଟିଏ ସ୍ୱର୍ଣ୍ଣପଦକ ଏବଂ ୧୨୦ କି.ଗ୍ରାମ୍ ଓଭରଅଲ୍ (ସ୍କୱାଟ୍, ବେଞ୍ଚ ପ୍ରେସ୍ ଏବଂ ଡେଡଲିଫ୍ଟ)ରେ ଗୋଟିଏ ସ୍ୱର୍ଣ୍ଣପଦକ ପାଇଛନ୍ତି । ଏହା ସହ ମାନପତ୍ର ଓ ସମ୍ମାନ ଅର୍ଜନ କରିଛନ୍ତି  । କଲେଜର ସମସ୍ତ କର୍ମଚାରୀଙ୍କ ସହ ସାଙ୍ଗ ସାଥି ମାନେ ସ୍ବାଗତ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୯/୨୦୨୫--୮,୫୦ Sakhigopal News,5/9/2025



Blog Archive

Popular Posts