Breaking News

ଯୋଗ୍ୟ ନେତୃତ୍ଵ ଯୋଗାଡୁଛି, କଂଗ୍ରେସ.ଦଳୀୟ ବିଚାରଧାରା ପ୍ରତି ଆନୁଗତ୍ୟ ଥିବା ନେତାଙ୍କୁ ଅଗ୍ରାଧିକାର



ଭଞ୍ଜନଗର - ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଜିଲ୍ଲା ପଶ୍ଚିମାଞ୍ଚଳ କଂଗ୍ରେସର ପର୍ଯ୍ୟବେକ୍ଷକ ସଚିନ୍ ନାଏକ । ଦଳର “ସଂଗଠନ ସୃଜନ ଅଭିଯାନ” ଅବସରରେ ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ଭଞ୍ଜନଗର ଏବଂ ଜଗନ୍ନାଥପ୍ରସାଦ ବ୍ଳକ୍ ଗସ୍ତ କରି ଦଳୀୟ ନେତୃବୃନ୍ଦ ଏବଂ କର୍ମୀଙ୍କ ସହ ଆଲୋଚନା କରିଥିଲେ ଶ୍ରୀ ନାଏକ ।  ବ୍ୟକ୍ତିଗତ ରାଜନୀତି ଠାରୁ ଉର୍ଦ୍ଧ୍ବରେ ରହି କଂଗ୍ରେସ ଦଳର ବିଚାରଧାରା ରେ କାର୍ଯ୍ୟ କରିବାରେ ଯାହାର ଦକ୍ଷତା ଥିବ ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଦଳୀୟ କର୍ମୀଙ୍କୁ ନେଇ ସଂଗଠନକୁ ମଜବୁତ କରିପାରୁଥିବା ଦକ୍ଷତା ସମ୍ପନ୍ନ ନେତୃତ୍ୱଙ୍କ ସଂକ୍ରାନ୍ତରେ ଏଆଇସିସି କୁ ରିପୋର୍ଟ ଦିଆଯିବ ବୋଲି  ଗଂଜାମ ଗସ୍ତରେ ଆସିଥିବା ପଶ୍ଚିମାଞ୍ଚଳ ପର୍ଯ୍ୟବେକ୍ଷକ ସଚିନ୍ ନାଏକ ନିଜ ପ୍ରତିକ୍ରିୟାରେ କହିଛନ୍ତି ।  କର୍ମୀଙ୍କ ଠାରୁ ମତାମତ ନେବାପରେ ଜିଲ୍ଲା କଂଗ୍ରେସର ନେତୃତ୍ବ ଚୟନ ସଂକ୍ରାନ୍ତରେ ଏଆଇସିସି କୁ ରିପୋର୍ଟ ଦେବେ । ଏବଂ ସେହି ଆଧାରରେ ଜିଲ୍ଲା କଂଗ୍ରେସର ନେତୃତ୍ବଙ୍କୁ ମନୋନୀତ କରାଯିବ ବୋଲି, କର୍ମୀଙ୍କ ଠାରୁ ମତାମତ ସଂଗ୍ରହ କରିଥିଲେ । ଜିଲ୍ଲାରେ କଂଗ୍ରେସ ବେକ୍ ଫୁଟ୍ ରେ ରହିଥିବା ବେଳେ, ଅତୀତ ଅପେକ୍ଷା ବର୍ତ୍ତମାନ କଂଗ୍ରେସ ଦଳର ସ୍ଥିତିରେ, ପରିବର୍ତ୍ତନ ଆସିଛି । ଦଳୀୟ ନେତୃତ୍ୱର ସମୀକରଣ ବଦଳିଛି । ତୃଣମୂଳ ସ୍ତରରେ ସଂଗଠନ ସୁଦୃଢ ହେଉଛି । ଏଣୁ ଆସନ୍ତା ପଞ୍ଚାୟତ, ଏନଏସି ଏବଂ ସାଧାରଣ ନିର୍ବାଚନରେ ଦଳ ଭଲ ସଫଳତା ପାଇବ ବୋଲି ଦଳୀୟ କର୍ମୀମାନେ ଆଶା ବାନ୍ଧିଛନ୍ତି । ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଆଧାରରେ ଏଆଇସିସି ର ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି ବୋଲି, ଗଂଜାମ ଜିଲ୍ଲା କଂଗ୍ରେସ ପଶ୍ଚିମାଞ୍ଚଳର ସଂଯୋଜକ ଦେବକାନ୍ତ ଶର୍ମା ନିଜ ପ୍ରତିକ୍ରିୟାରେ କହିଛନ୍ତି  । ସେହିଭଳି କଂଗ୍ରେସର ଗଡ଼ ପାଲଟିଥିବା ଭଂଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ, ଗତ ଦୀର୍ଘ ଦଶନ୍ଧି ଧରି କଂଗ୍ରେସ ଦଳ ପଛରେ ରହିଯାଇଛି । ଏବେ ଯୁବ ନେତୃତ୍ବକୁ ଗୁରୁତ୍ବ ଦେବା ଆରମ୍ଭ କରିଛି ଦଳ । ସେହି ଦୃଷ୍ଟିରୁ ଭଂଜନଗର କଂଗ୍ରେସର ଦାୟିତ୍ଵ କାନ୍ଧେଇବା ପାଇଁ, ଏକାଧିକ ଆଶାୟୀ ରହିଛନ୍ତି । ଦଳର ଜଣେ ବରିଷ୍ଠ ନେତା ଏହି କଥାକୁ ସ୍ବୀକାର କରିଥିବା ବେଳେ ସେ ପୁଣି କହିଛନ୍ତି,  ମେହେତା କଂଗ୍ରେସ ଦଳ ଆଗକୁ ବଢୁଛି ଏବଂ ବିଭିନ୍ନ ଦଳର କର୍ମୀ ମାନେ ଆସି ଦଳରେ ସାମିଲ୍ ହେଉଛନ୍ତି । ଏବଂ ଦଳ ପୂର୍ବ ଅବସ୍ଥାକୁ ଫେରିବାର ବାଟ ସଫା ହେଉଛି । ସେଥିପାଇଁ ଏକାଧିକ ନେତା ଆଶାୟୀ ହେବା ସ୍ବାଭାବିକ । ଏହାସହ ଆସନ୍ତା ପଞ୍ଚାୟତ, ଏନଏସି ଏବଂ ସାଧାରଣ ନିର୍ବାଚନରେ କଂଗ୍ରେସ ନିଶ୍ଚୟ ସଫଳତା ହାସଲ କରିବ ବୋଲି, ଦଳର ବରିଷ୍ଠ ମାନେ ମତ ରଖିଛନ୍ତି । ପର୍ଯ୍ୟବେକ୍ଷକ ଙ୍କ ଏହି ଗସ୍ତ ସମୟରେ ଭଞ୍ଜନଗର ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ହୋଇଥିବା ଆଲୋଚନାରେ, ପର୍ଯ୍ୟବେକ୍ଷକ ଶ୍ରୀ ନାଏକ, ଜଣ ଜଣ କରି ଦଳର ନେତା ଓ କର୍ମୀଙ୍କ ସହ ଆଲୋଚନା କରି ବ୍ୟକ୍ତିଗତ ମତାମତ ଶୁଣିଥିଲେ । ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା ବି. ଦଣ୍ଡପାଣି ପାତ୍ର, ଦେବୀ ବିଷୋୟୀ , ପ୍ରଶାନ୍ତ କୁମାର ବିଷୋୟୀ, କୁଲୁ ଭୂୟାଁ, ରବିନ୍ଦ୍ର ପ୍ରଧାନ (ଟୁଟୁ) ଙ୍କ ସମେତ ବହୁ କର୍ମୀ ଓ ସମର୍ଥକ ମାନେ ଉପସ୍ଥିତ ରହିଥିଲେ । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୩/୯/୨୦୨୫----୮,୪୫ Sakhigopal News,3/9/2025

Blog Archive

Popular Posts