ସତ୍ୟବାଦୀରେ ରାଜ୍ୟ ସରକାରଙ୍କ ବିରୁଧରେ ଆରମ୍ଭ ହେଲା ପ୍ରତିବାଦ ସଭା ; ନ୍ୟାୟ ନ ମିଳିଲେ ଆଗାମୀ ଦିନରେ ରାଜପଥକୁ ଓହ୍ଳାଇବେ ଶହଶହ ବିଜେଡି କର୍ମୀ
ସାକ୍ଷୀଗୋପାଳ,----ସତ୍ୟବାଦୀ ବ୍ଳକର ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧି ମାନଙ୍କର ଗଣତାନ୍ତ୍ରିକ ଅଧିକାରକୁ କ୍ଷୁର୍ଣ୍ଣ କରିବା ଓ ପ୍ରତିନିଧି ମାନଙ୍କୁ ଅସମ୍ମାନ କରିବା ସହ ସରକାରଙ୍କ ମନମାନି ବିରୁଦ୍ଧରେ ୩୧୬ନଂ ଜାତୀୟ ରାଜପଥର ସାକ୍ଷୀଗୋପାଳ ବ୍ଳକ ଛକ ନିକଟ ବାଟ ମହାବୀର ମନ୍ଦିର ପ୍ରାଙ୍ଗଣରେ ବିଜେଡି ଦଳ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିବାଦ ସଭାରେ ସତ୍ୟବାଦୀ ବ୍ଳକର ବିଜେଡି ଦଳର ସଭାପତି ପ୍ରମୋଦ ରାଉତରାୟ ସଭାପତିତ୍ୱ କରିଥିବା ବେଳେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣରେ ତାଙ୍କ ଉପରେ ହୋଇଥିବା ଅନ୍ୟାୟ ସମ୍ପର୍କରେ ମତ ରଖିଥଲେ । ଏପରିକି ସେହି ସତ୍ୟବାଦୀ ଇତିହାସରେ ମାର୍ଚ୍ଚ ୩ ତାରିଖ ଏକ କଳଙ୍କ ମୟ ଦିବସ ବୋଲି କହିଥିଲେ । ଯେକରିକି ସତ୍ୟବାଦୀ ବିଧାୟକଙ୍କ ଇଙ୍ଗିତିରେ ପିପିଲି ଏସଡିପିଓ ପଞ୍ଚାୟତ ସମିତି ସଭାଗୃହ ପରିସରରେ ଠେଲିକି ବାହାର କରିଥିଲେ ବୋଲି କହିଥିଲେ । ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ବିଜେଡିର ଆଗ ଧାଡିର ନେତା ତଥା ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଂଜୟ ଦାଶ ବର୍ମା, ସତ୍ୟବାଦୀ ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ, ପିପିଲିର ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ପୁରୀ ଜିଲ୍ଲାର ବିଜେଡି ଦଳର ନିର୍ବାଚନ ଅଧିକାରୀ ତଥା ଡେଲାଙ୍ଗ ବ୍ଳକର ପୂର୍ବତନ ବ୍ଳକ ଅଧ୍ୟକ୍ଷ ବୈରାଗୀ ଜେନା, ସୁବତ୍ର ଛାଟେଇ, ଦିଲିପ ନାୟକ ଜିଲ୍ଲା ବିଜେଡିର ସଭାପତି ଦିବାକର ପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ ଙ୍କ ସହିତ ପ୍ରେମାନନ୍ଦ ବେହେରା, ଜିଲ୍ଲାପରିଷଦ ସଭ୍ୟ ଧରଣୀଧର ସାହୁ,ନାରାୟଣ ରାଉତରାୟଙ୍କ ସହିତ ଅନେକ ସରପଞ୍ଚ ଓ ସମିତିସଭ୍ୟସଭ୍ୟା ଓ ବିଜୁ ଜନତା ଦଳର କର୍ମୀ ମାନେ ପ୍ରତିବାଦ ସଭାରେ ଯୋଗ ଦେଇଥିଲେ । ଯୋଜ ଦେଇଥିବା ଅତିଥି ମାନେ କହିଛନ୍ତି ଯେ ସତ୍ୟବାଦୀ ହେଉଛି ଏକ ପୁଣ୍ୟ ମାଟି ଏଠାରେ ଲୋକମାନେ ଶାନ୍ତି ଓ ଭାଇଚାରକୁ ନେଇ ଚଳନ୍ତି । ମାତ୍ର ଆଜିର ବିଧାୟକ ତାଙ୍କ ସରକାର ଓ ତାଙ୍କର ଦବାଙ୍ଗ ସତ୍ୟବାଦୀରେ ଦେଖାଇଛନ୍ତି । ସେହି ମାର୍ଚ୍ଚ ୩ ତାରିଖରେ ଅତିଥି ହୋଇ ଆସିଥିବା ବିଧାୟକ ନିଜର ଇଙ୍ଗିତିରେ ପ୍ରଶାସନକୁ ଡରେଇଛନ୍ତି । ଯେଉଁ ଲୋକମାନଙ୍କର ପକ୍କା ଘର ଅଛି ସେମାନଙ୍କୁ ଆବାସ ଯୋଜନାରେ ସାମିଲ କରିବା ପାଇଁ ପ୍ରଶାସନ ଉପରେ ଚାପ ପ୍ରୟୋଗ କରୁଛନ୍ତି । ଅନ୍ୟ ପକ୍ଷେ ଯେଉଁ ମାନେ ବିଜେଡି ଦଳର କର୍ମୀ ବା ବିଜେଡି ଦଳକୁ ଭଲ ପାଉଛନ୍ତି ସେମାନଙ୍କର ରାଶନ କାର୍ଡ କଟାଯାଉଛି । ଏ ସରକାର କେବଳ ରଙ୍ଗ ବଦଳେଇବା ସରକାର । ଏ ସରକାରମିଛୁଆ ସରକାର । ଯେଉଁ ମିଛ ପ୍ରତିଶୃତି ଲୋକମାନେ ଭୋଟ ଦେଇ ସରକାର ଗଡିଛନ୍ତି ସେହି ଲୋକମାନଙ୍କ ଆଖିର ଲୁହରେ ସରକାର ଧ୍ୱସଂ ହୋଇଯିବ । ଏ ସରକାର ୮ ମାସ ମଧ୍ୟରେ ଦୁଇ ଦୁଇଟି ବଜେଟ କରିସାରିଲେଣି ମାତ୍ର ୧ କିଲୋମିଟର ରାସ୍ତା କରିନାହାନ୍ତି । ସରକାର ନିର୍ବାଚନ ଆଗରୁ ଚାଷୀ ମାନଙ୍କୁ କହିଥିଲେ ଧାନ କିଣାରେ କାଟେଣୀ ଛାଟେଣୀ ବନ୍ଦ କରିବେ ମାତ୍ର ସରକାର ଆସିବା ପରେ କାଟେଣୀ ଛାଟେଣୀ ପୁରୀ ଜିଲ୍ଲାରେ ଦୁଇଗୁଣ ହୋଇଛି । ଯେଉଁ ମାଟିରେ ରାଜନୀତି ଦେଶକୁ ଶିକ୍ଷା ଦେଇଥିଲେ ସେହି ମାଟିରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି ବାହୁବଳିରେ । ସତ୍ୟବାଦୀର ବିଜେପିର ବିଧାୟକ ଓମ ପ୍ରକାଶ ମିଶ୍ର ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷକଙ୍କୁ ଅପମାନିତ କରିନାହାନ୍ତି ସେ ପୁରୀ ଜିଲ୍ଲା ଓ ବିଜେଡି କୁ ଅପମାନିତ କରିଛନ୍ତି ଏହାର ନ୍ୟାୟ ପାଇଁ ଦାବି କରାଯାଇଛି ନଚେତ ଆଗାମୀ ଦିନରେ ଯେଉଁ ପଦକ୍ଷେପ ନିଆଯିବ ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ଆଜିର ସରକାର ଦାୟୀ ରହିବେ ବୋଲି ଶ୍ରୀ ବର୍ମା ମତ ପ୍ରକାଶ କରିଥିଲେ । ସତ୍ୟବାଦୀର ପୂର୍ବତନ ବିଧାୟକ ଉମାକାନ୍ତ ସମାନ୍ତରାୟ କହିଥିଲେ ଯେ ଆମେ ଏପରି ଏକ ଅଯୋଗ୍ୟ ବିଧାୟକଙ୍କୁ ନିର୍ବାଚିତ କରିଛେ ଯେ ୧୪୭ ଗୋଟି ବିଧାନସଭା ଥିବା ବେଳେ ୧୪୬ ଗୋଟି ବିଧାନସଭା ମଣ୍ଡଳୀକୁ ଆରଡି ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଅର୍ଥ ମଞ୍ଜୁର କରାଯାଇଥିବା ବେଳେ ଏକ ମାତ୍ର ସତ୍ୟବାଦୀ ବିଧାୟକଙ୍କ ଅଯୋଗ୍ୟ ଯୋଗୁ ସତ୍ୟବାଦୀ ଆରଡିକୁ ଟଙ୍କାଟିଏ ଆସିଲା ନାହିଁ । ଏବେ ମିଶନ ଶକ୍ତି ଭାଙ୍ଗି ଦେବାକୁ ବସିଛନ୍ତି । ସେଥି ପାଇଁ ବିଜେଡି ସରକାର ପ୍ରତିବାଦ କରିବା ସହ ରାଜରାସ୍ତାକୁ ଓହ୍ଳାଇବ । ସବୁଠାରୁ ବଡ କଥା ଓଡିଆ ଅସ୍ମିତା କଥା କହି ନିର୍ବାଚନ ବୈତରଣୀ ପାର ହୋଇଥବା ସରକାର ସେହି ଓଡିଆ ବିଶ୍ୱ ବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ ଫଳକୁ ଏ ସରକାର ଏକ କାର୍ଯ୍ୟକ୍ରମରେ ପ୍ରଶାସନ ପକ୍ଷରୁ ଶୋଲ ଓ କନା ଗୁଡାଇ ଲୁଚାଇ ଦେଇଥିଲେ । ଏହା ହେଉଛି ଆମ ଓଡିଆ ଅସ୍ମିତା । ସତ୍ୟବାଦୀର ଲୋକମାନେ ଏବେ ନିଜ ଭୁଲ ପାଇଁ ଚିନ୍ତା କରିବା ଆରମ୍ଭ କରିଛନ୍ତି । ଆଗାମୀ ଦିନରେ ଏହାର ସଠିକ ଜବାବ ଦେବେ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ସତ୍ୟବାଦୀ ବ୍ଳକର ବିଜେଡି ଦଳର ଯୁବ ସଭାପତି ଶରତ ରାଉତରାୟ ଧନ୍ୟବାଦ ଦେଇଥିଲେ । ପରେ ପରେ ବିଜେଡି ଦଳର ନେତା ମାନଙ୍କ ସହିତ ଶହ ଶହ ସଂଖ୍ୟାର ଯୁବକ ଓ ବିଜୁ କର୍ମୀ ମାନେ ଏକ ଶେଭାଯାତ୍ରାରେ ଯାଇ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏହି ସମୟରେ ଅତିରିକ୍ତ ଏସପି ଭିପି ପତି ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ସହିତ ଏକ ପ୍ଳାଟୁନ ଫୋସ ସେଠାରେ ଉଉପସ୍ଥିତ ରହିଥଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୩/୨୦୨୫----୭,୨୫ Sakhigopal News , 17/3/2025