Breaking News

ଏକଦିନିଆ ବେଟରାନ୍ ଟୁର୍ଣ୍ଣାମେଣ୍ଟ, ଏମସିଏଲ ବୁର୍ଲା ବିଜୟୀ



ସମ୍ବଲପୁର,---: କଦଲିମୁଣ୍ଡା ଖେଳ ପଡିଆ ଠାରେ ଏକ ଦିବସୀୟ ବେଟରାନ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୁର୍ଲା ଏମସିଏଲ ସଫଳତା ଲାଭ କରିଛି। ନବଜ୍ୟୋତି ଯୁବକ ସଂଘ, କଦଳୀମୁଣ୍ଡା
ଆୟୋଜନରେ ଅନୁଷ୍ଠିତ ଏହି ବେଟରାନ୍ ଟୁର୍ଣ୍ଣାମେଣ୍ଟ ସଫଳତାର ସହିତ ସମାପ୍ତ ହୋଇଛି । ଏହି ପ୍ରତିଯୋଗିତାରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ ।ବୁର୍ଲା ଏମସିଏଲ ବିଜୟୀ ହୋଇଥିବା ବେଳେ ରନର୍ସ-ଅପ୍ ଦଳ ଭାବେ ସମ୍ବଲପୁର ଇଲେଭେନ୍ ରହିଥିଲେ।ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ବାହାମ ସରପଞ୍ଚ ଶ୍ରୀମତୀ ସରସ୍ୱତୀ ଭୁସାଗର ଓ ସମ୍ମାନିତ ଅତିଥି ଭାବେ  ସୁବୋଧ କୁମାର ବେହେରା, ଜୁଯୁମୁରା ସାଂସଦ ପ୍ରତିନିଧି ପ୍ରମୋଦ କୁମାର ମିଶ୍ର,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଦେବାନନ୍ଦ ଭୋସାଗର, ସମାଜସେବୀ ଡା. ରାଜାରାମ ଷଡ଼ଙ୍ଗୀ, ବେଣୁଧର ତ୍ରିପାଠୀ,ନରେଶ ପ୍ରଧାନ, କପିଳ ପ୍ରଧାନ ଯୋଗଦେଇ କୃତି ପ୍ରତିଯୋଗୀ ଓ ବିଜୟୀ ଦଳଙ୍କୁ ସମ୍ମାନିତ କରିଥିଲେ।ଏହି ଟୁର୍ଣ୍ଣାମେଣ୍ଟ ରେ ରେଫାରୀଭାବେ ଅଭିଜିତ ମିର୍ଧା, ରାମକାନ୍ତ ମିର୍ଧା, ରାଜାରାମ ଓରାମ,କିଶୋର ଭୋଇ ଓ ମଞ୍ଜିତ ଦାୟିତ୍ୱ ନିର୍ବାହ କରିଥିବା ବେଳେ ଜୟରାଜ ଧର କମେଣ୍ଟର କାର୍ଯ୍ୟ ସମ୍ପାଦନ କରିଥିଲେ।ଆୟୋଜନ କମିଟିର ସୁଶିଲ ମିର୍ଧା,ରାମକାନ୍ତ ମିର୍ଧା, ଅଭିମନ୍ୟୁ ମିର୍ଧା,ଯତିନ୍ଦ୍ର, ଉମାକାନ୍ତ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ସମ୍ବଲପୁର ରୁ ରାଜାରାମ ଷଡ଼ଙ୍ଗୀ ଙ୍କ ରିପୋର୍ଟ,୧୫/୯/୨୦୨୫-----୬,୪୫ Sakhigopal News,15/9/2025

Blog Archive

Popular Posts