Breaking News

ସେବା ଯୋଜନାର ସପ୍ତାହ ବ୍ୟାପୀ ଚାରାରୋପଣ

 

      ଭଞ୍ଜନଗର--ସ୍ଥାନୀୟ ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ  "ମାଆ ପାଇଁ ଗଛଟିଏ" ସମୂହ ଚାରାରୋପଣ କାର୍ଯ୍ୟକ୍ରମ ଜାତୀୟ ସେବା ଯୋଜନା ତରଫରୁ ଆୟୋଜିତ ହୋଇଛି | ସ୍ଵତନ୍ତ୍ର ସେବା  ଶିବିରକୁ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡା ଉଦ୍ଘାଟନ କରି "ଗୋଟିଏ ଗଛ କୋଟିଏ ଜୀବନ"ର ବାର୍ତ୍ତା ସ୍ଵେଚ୍ଛାସେବିନିଙ୍କୁ ଦେଇଥିଲେ | ମୁଖ୍ୟ ଅତିଥି ଭାବରେ ଫରେଷ୍ଟ ଅଫିସର ଶ୍ରୀ ହିମାଂଶୁ ଶେଖର ମହାନ୍ତି ଯୋଗ ଦେଇଥିଲେ | ମୁଖ୍ୟ ବକ୍ତା  କର୍ମକର୍ତ୍ତା ପରିଷଦ ମୁଖ୍ୟ ଡ. ସଂଯୁକ୍ତା ପଟ୍ଟନାୟକ, ଯୁବ ରେଡକ୍ରସ୍ ଅଧିକାରୀ ରଶ୍ମିତା ବେହେରା ଓ ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଶ୍ରୀ ପଙ୍କଜ ଦାସ ସ୍ଵେଚ୍ଛାସେବୀ ମାନଙ୍କୁ ଗଛର ମହତ୍ତ୍ଵ ସମ୍ପର୍କରେ ସେମାନଙ୍କର ବାର୍ତ୍ତା ପ୍ରଦାନ କରିଥିଲେ | ଯୋଜନା ଅଧିକାରିଣୀ ଶ୍ରୀମତୀ ଜୟଲକ୍ଷ୍ମୀ ରଥ କାର୍ଯ୍ୟକ୍ରମର ଆଭିମୁଖ୍ୟ ଗୁଡ଼ିକ ଜଣାଇଥିଲେ | ଅନ୍ୟତମ ଯୋଜନା ଅଧିକାରୀ ଶ୍ରୀ ସୁରଜ୍ ସାସମଲ୍ ଧନ୍ୟବାଦ ଅର୍ପଣ କରିଥିଲେ | କଲେଜ ପରିସରରେ ଏବଂ ଗ୍ରାମ ତନରଡା ଠାରେ ପ୍ରଥମ ଦିବସରେ ୨୦୦ ଜଣ ସ୍ଵେଚ୍ଛାସେବୀ ମାନେ ୧୫୦ ରୁ ଉର୍ଦ୍ଧ ଚାରା ରୋପଣ କରିଛନ୍ତି | ଏହି କାର୍ଯ୍ୟକ୍ରମରେ କଲେଜ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଛନ୍ତି । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨୧/୯/୨୦୨୫----୭,୨୦  Sakhigopal News,21/9/2025

Blog Archive

Popular Posts