Breaking News

ନାରୀ ସଶକ୍ତି ପରିବାର ଅଭିଯାନ,୬୦ଜଣ ଗର୍ଭବତୀ ମହିଳାଙ୍କୁ କିଟ୍ ପ୍ରଦାନ




ଡେଲାଙ୍ଗ ----ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ପ୍ରସୂତୀ ଗର୍ଭବତୀ ମହିଳାମାନଙ୍କର ସେବା କାର୍ଯ୍ୟକ୍ରମ କୁ ପୁରୀ ସାଂସଦ ଡ ସମ୍ବିତ ପାତ୍ର ଓ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଉଦଘାଟନ କରିଥିଲେ  ।  ଏହି କାର୍ଯ୍ଯକ୍ରମରେ  ୬୦ ଜଣ  ଗର୍ଭବତୀ ମହିଳା ଯୋଗଦେଇ ଥିଲେ  ।  ଲୋକ ସଭା ସଦସ୍ୟ ଓ ବିଧାୟକ  ମହିଳା ମାନଙ୍କୁ ୬୦ଟି କିଟ୍ ପ୍ରଦାନ କରିଥିଲେ  । ଏହି ଅବସରରେ   ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡ଼ଃ ଶାନ୍ତନୁ କୁମାର ଜେନା,ଡ଼ଃ ଅମ୍ଳାନ ଜଗଦେବ,ଡ଼ଃ ସନ୍ତୋଷ ନାୟକ, ବିପିଓ ଦିଲୀପ କୁମାର ପରିଡ଼ା, ସୁପର୍ ଭାଇଜର ବଳରାମ ପଟ୍ଟନାୟକ ଏବଂ ମଣ୍ଡଳ ସଭାପତି ସୁଶାନ୍ତ ବିଶ୍ବାଳ, ଯୁବମୋର୍ଚ୍ଚା ସଭାପତି ଶଙ୍କର୍ଷଣ ବଳିୟାରସିଂହ, ମଣ୍ଡଳ  ସଭାପତି ଲଡୁକେଶ୍ୱୋର ରାୟ,ଯୁବନେତା ଶଶୀଭୂଷଣ ମହାନ୍ତି ଓ ଜ୍ଞାନେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ  । ଡବଲ ଇଞ୍ଜିନ ସରକାର ଓଡିଶାର ବିକାଶ ପାଇଁ ସଦାସର୍ବଦା ଲାଗିରହିଛି। ପିପିଲିର ସର୍ବାଙ୍ଗୀନ ବିକାଶ କରାଯିବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି ବୋଲି ସାଂସଦ ଡ ପାତ୍ର କହିଥିଲେ   । ଡାକ୍ତର  ଶ୍ରୀ  ଜେନା ଧନ୍ଯବାଦ ଦେଇଥିଲେ  । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କରିପୋର୍ଟ,୨୭/୯/୨୦୨୫---୯,୧୦ Sakhigopal News,27/9/2025

Blog Archive

Popular Posts