ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ
ସାକ୍ଷୀଗୋପାଳ ----ଉତ୍କଳମଣି ସ୍ମୃତି ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳନ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପୁଷ୍ପମିତ୍ରା ପଟ୍ଟନାୟକଙ୍କ ସଭପତିତ୍ବରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସୁରଜମଲ ସାହା ମହାବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରାଧ୍ୟାପକ ସୁକାନ୍ତ କୁମାର ମହାନ୍ତି ଏବଂ ଆମ ମହାବିଦ୍ୟାଳୟର ଗଣିତ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଧନୁର୍ଧର ମୁଦୁଲି ଯୋଗ ଦେଇଥିଲେ । ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଜାତୀୟ ସେବା ଯୋଜନାର ସମ୍ପାଦକ ଯଥା ପ୍ରକାଶ କୁମାର ସାହୁ ଓ ଦିଲ୍ଲୀପ କୁମାର ବେହେରା ଏହାକୁ ସଂଯୋଜନା କରିଥିଲେ l ମୁଖ୍ୟ ଅତିଥି ତାଙ୍କର ଅଭିଭାଷଣରେ ପିଲା ମାନଙ୍କୁ ଉତ୍ସାହିତ କରିବା ସହିତ କିପରି ଜାତିୟ ସେବା ଯୋଜନାରେ ଯୋଗଦେଇ ଏହାକୁ ମହାବିଦ୍ୟାଳୟ ସ୍ତରରେ ସଫଳତା କରାଇବା ପାଇଁ ପିଲମାନଙ୍କୁ ଅନୁପ୍ରାଣିତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ଜାତୀୟ ସେବା ଯୋଜନାର ସ୍ବେଛ।ସେବୀ ମାନଙ୍କୁ ଏହି ଦିବସର ଗୁରୁତ୍ୱ ବିଷୟରେ ବୁଝେଇବା ସହିତ ଏହାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ଵନ୍ଧରେ କହିଥିଲେ। ପ୍ରାଧ୍ୟାପକ ଧନୁର୍ଧର ମୁଦୁଲି ତାଙ୍କର ଅଭିଭାଷଣରେ ସ୍ଵେଚ୍ଛାସେବୀ ମାନଙ୍କୁ ଉପଦେଶ ଦେବା ସହିତ ଏହି ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମରେ ସେମାନଙ୍କର ଯୋଗଦାନ ଏକାନ୍ତ ଅପରିହାର୍ଯ୍ୟ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ବୃନ୍ଦ ଯୋଗଦେଇ ଏହାକୁ ସଫଳ କରାଇଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୪/୯/୨୦୨୫---୯,୩୫ Sakhigopal News,24/9/2025