ରାଜ୍ୟ ସ୍ତରୀୟ ନୂଆଖାଇ ଭେଟଘାଟ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ସମ୍ବଲପୁର, ----: ରାଜ୍ୟ ସ୍ତରୀୟ ନୂଆଖାଇ ଭେଟଘାଟ ଅବସରରେ ଶନିବାର ସମ୍ବଲପୁରରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଭେଟଘାଟକୁ ପାରମ୍ପରିକ କାର୍ଯ୍ୟକ୍ରମ ନୁହେଁ ବରଂ ଏହା ଆମ ସମାଜର, ପାରିବାରିକ ପ୍ରେମର ଓ ସମୃଦ୍ଧିର ମହାପର୍ବ ବୋଲି କହିଥିଲେ । ସେ କହିଲେ ସମୃଦ୍ଧି ସମ୍ଭାବନା ର ବାଟ ଦେଖାଉଛି ଏହି ନୁଆଖାଇ ଓ ଭେଟଘାଟ ଉତ୍ସବ।ସମ୍ବଲପୁର ହେଉଛି ବୀରତ୍ୱର ମାଟି। ଏଣୁ ସମ୍ବଲପୁର ଐତିହାସିକ ସ୍ୱାଧୀନତା ସଂଗ୍ରାମ ପୀଠ ଖିଣ୍ଡା ସମେତ ଅନ୍ୟାନ୍ୟ ସଂଗ୍ରାମ ପୀଠ ଗୁଡିକର ଉନ୍ନତିକରଣ ନିମନ୍ତେ ରାଜ୍ୟ ସରକାର ସମସ୍ତ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଧାନ କେବଳ ଖାଦ୍ୟଶସ୍ୟ ନୁହେଁ । ଏହା ଚାଷୀ ଭାଇ ଓ ଭଉଣୀଙ୍କ ଝାଳବୁହା ପରିଶ୍ରମର ଫଳ। ପ୍ରତ୍ୟେକ ଧାନର ଦାନାରେ ଜଣେ କୃଷକଙ୍କ ଶ୍ରମ, ସହନଶୀଳତା ଓ ସ୍ୱପ୍ନ ଲୁଚିଥାଏ। ନୂଆଖାଇ ଆମକୁ ସେହି କୃଷକଙ୍କ ପ୍ରତି କୃତଜ୍ଞ କରିଥାଏ। ଏହି ପର୍ବରେ ସେମାନଙ୍କର ସମ୍ମାନ ସବୁଠାରୁ ଅଧିକ। ସମ୍ବଲପୁର ପଶ୍ଚିମ ଓଡିଶାର ଏକ ବିଶେଷ ସ୍ଥାନ, ଯାହା କଳା, ସଂସ୍କୃତିର ବିଶେଷ ବାର୍ତ୍ତା ବହନ କରେ। କେବଳ ସମ୍ବଲପୁର ନୁହେଁ ପଶ୍ଚିମ ଓଡିଶାର ପ୍ରତ୍ୟେକ ଜିଲ୍ଲା ଓଡିଶା ପାଇଁ ସ୍ୱତନ୍ତ୍ରତା ବହନ କରନ୍ତି । ନୂଆଁଖାଇ ହେଉଛି ଚାଷ ଭିତ୍ତିକ ପର୍ବ, କୃଷକଙ୍କ ପରିଶ୍ରମ ପାଇଁ ଆମେ ପାଳୁଥିବା ପର୍ବ । ରାଜ୍ୟର କୃଷକ ପରିବାରଙ୍କ ଆୟ କେବଳ ଦୁଇ ଗୁଣ ନୁହେଁ, ବରଂ ବହୁ ଗୁଣିତ କରିବା ପାଇଁ ଆମ ସରକାର ପ୍ରତିବଦ୍ଧ। ଆମ ସରକାର ହେଉଛି ଲୋକଙ୍କ ସରକାର । ଆପଣଙ୍କ ସରକାର।ସମ୍ବଲପୁର ହେଉଛି ସରକାରଙ୍କ ଖୋଲା ହୃଦୟ।କେବଳ କାଗଜପତ୍ର କି ପ୍ରଚାର ପାଇଁ ନୁହେଁ ବରଂ ସମସ୍ତେ ଜାଣିବା ଆବଶ୍ୟକ ଗତ ଏପ୍ରିଲ ୨୧ ତାରିଖ ଦିନ ମୁଁ ପୁରା କ୍ଯାବିନେଟ ଓ ପ୍ରଶାସନକୁ ନେଇ ଆସିଥିଲି ଆପଣଙ୍କ କଥା ଶୁଣିବାକୁ। ସମ୍ବଲପୁର ଅଭିଯୋଗ ଶୁଣାଣିରେ ମୋତେ ପ୍ରାୟ ୨ହଜାର ୩୭୭ ଗୋଟି ଅଭିଯୋଗ ମିଳିଥିଲା । ଯାହା ମଧ୍ୟରୁ ତୁରନ୍ତ ସେହି କ୍ଷଣି ୮୮ ପ୍ରତିଶତ ସମାଧାନ କରା ଯାଇଥିଲା। ତେଣୁ ଆଗାମୀ ଦିନରେ ଓଡିଶାର ବିଭିନ୍ନ ଆଭ୍ଯନ୍ତରୀଣ ଜିଲ୍ଲାକୁ ଯାଇ କେବଳ ଅଭିଯୋଗ ଶୁଣିବ ତାହା ନୁହେଁ, ଯଦି ଆବଶ୍ଯକ ହୁଏ, ମୁଁ କ୍ଯାବିନେଟ ମିଟିଂ ବି କରିବି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ଏହି ସମୟରେ ଜନତାଙ୍କ କରତାଳିରେ କମ୍ପି ଉଠିଥିଲା ସଭାସ୍ଥଳୀ। ନିରବଚ୍ଛିନ୍ନ ସେବା ହେବ ସୁଗମ ।
ମୁଖ୍ୟମନ୍ତ୍ରୀ କହିଥିଲେ । ଆମ ସରକାର ରାଜ୍ୟର ପ୍ରତିଟି ଜିଲ୍ଲାକୁ ଶିଳ୍ପାୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦ୍ରୁତ ବିକାଶ ପାଇଁ ଅନ୍ୟ ଏକ ମୁଖ୍ୟ ପ୍ରସଙ୍ଗ ହେଉଛି ଗମନାଗମନ। ଏଣୁ ରାଜ୍ୟ ସରକାର ପୂର୍ବ ଓଡିଶାରୁ ପଶ୍ଚିମ ଓଡିଶା ପର୍ଯ୍ୟନ୍ତ ପାରାଦୀପ-ଚୌଦ୍ବାର-ଢେଙ୍କାନାଳ-ଅନୁଗୁଳ-ସମ୍ବଲପୁର-ଝାରସୁଗୁଡ଼ା-ସୁନ୍ଦରଗଡ଼-ରାଉରକେଲା କୁ ସଂଯୋଗ କରୁଥିବା ଏକ ଶିଳ୍ପ କରିଡର ଭାବେ ବିକଶିତ କରିବେ । ଏହା ନିରବଚ୍ଛିନ୍ନ ସେବାକୁ ସୁଗମ କରି ଦ୍ରୁତ ଏବଂ ସମନ୍ବିତ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବ ।
*ସ୍ବତନ୍ତ୍ର ପର୍ଯ୍ୟଟନ କ୍ଷେତ୍ରରେ ବିକଶିତ ହେବ ପଶ୍ଚିମ ଓଡିଶା
ସମ୍ବଳ ର ଭୂମି ପ୍ରକୃତିର ଅପୂର୍ଵ ସମ୍ଭାର ଥିବା ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ଏକ ସ୍ବତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର ବିକଶିତ କରିବାକୁ ଯୋଜନା କରୁଛୁ। ଏଥିରେ ହୀରାକୁଦ ଜଳଭଣ୍ଡାର, ଦେବ୍ରିଗଡ଼ ଜଙ୍ଗଲର ଆକର୍ଷଣୀୟ ସୌନ୍ଦର୍ଯ୍ୟ ଓ ବନ୍ୟପ୍ରାଣୀ ଏବଂ ନିକଟବର୍ତ୍ତୀ ସମ୍ବଲପୁର ସହର ଏବଂ ମା ସମଲେଇଙ୍କ ମନ୍ଦିରର ବିକାଶ କାର୍ଯ୍ୟ ହାତକୁ ନିଆଯିବ। ହରିଶଙ୍କର-ନୃସିଙ୍ଘନଥ ପୀଠକୁ ସ୍ଵତନ୍ତ୍ର ଭାବେ ବିକଶିତ କରାଯିବ। ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେଯେ ନୂଆଖାଇ କେବଳ ଗୋଟିଏ ଦିନର କି ଦୁଇ ଦିନର ପର୍ବ ନୁହେଁ । ଏହା ହେଉଛି ଗଣପର୍ବ। ବହୁତ ଦିନ ଧରି ଏହା ଚାଲେ ।ବାସି, ତିଆସି ଭାବେ । ଏଣୁ ପଶ୍ଚିମ ଓଡିଶାବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ, ଆମ ସରକାର ଚଳିତ ବର୍ଷ ନୂଆଖାଇ ପରଦିନକୁ ମଧ୍ୟ ସରକାରୀ ଛୁଟି ଭାବେ ଘୋଷଣା କରିଥିଲେ । ନୂଆଖାଇ ଆମକୁ କହେ— ପରିବାରରେ ଏକତା ରଖ। ସମାଜରେ ଶାନ୍ତି ଓ ସହଯୋଗକୁ ବଢାଅ।ପ୍ରକୃତିକୁ ମା’ ଭାବି ସମ୍ମାନ କର। କୃଷକଙ୍କୁ ସମ୍ମାନ ଦେଇ, ସେମାନଙ୍କ ପରିଶ୍ରମକୁ ସଫଳ ରୂପାୟନ କରିବାରେ ନିଜକୁ ସାମିଲ କରିବା। ନୂଆଖାଇ କେବଳ ପର୍ବ ନୁହେଁ—ଏହା ଆମର "ଅସ୍ତିତ୍ୱର ପରିଚୟ"। ଏହି ଅବସରରେ ଦେଖିବାକୁ ମିଳିଥିଲା ନେତୃତ୍ୱର ମହାମିଳନ।ଶାସକ ବିରୋଧୀ ଦଳର ନେତା ଏକାଠି ହୋଇ ଦେଇଥିଲେ ଭାଇଚାରାର ବାର୍ତ୍ତା। ସଭାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ପୂର୍ବତନ ମନ୍ତ୍ରୀ ତଥା ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ବକ୍ତବ୍ୟ ଉପସ୍ଥିତ ଜନତାଙ୍କୁ ଜୁହାର ଭେଟ ଜଣାଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ଆଠମଳିକ ବିଧାୟକ ନଳିନୀ ପ୍ରଧାନ, ଅତାବିରା ବିଧାୟକ ନିହାର ମହାନନ୍ଦ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ବିଜେପୁର ବିଧାୟକ ସନତ ଗଡତିଆ, ବିଏମପୁର ରଘୁନାଥ ଜଗଦଳା, କଣ୍ଟାମାଲ ବିଧାୟକ କହ୍ନେଇ ଡାଙ୍ଗ, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ, ଟିଟିଲାଗଡ଼ ବିଧାୟକ ନବୀନ ଚରଣ, ରଘୁନାଥ ବାରିକ,ଦେବଗଡ଼ ବିଧାୟକ ରୋମାଞ୍ଚ ବିଶ୍ୱାଳ, ସମ୍ବଲପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା କୁମୁଦିନୀ ନାଏକ, ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମୀର ରଞ୍ଜନ ବାବୁ, ଅମିତ ପତି ଓ ବଣ୍ଟି ସାହୁଙ୍କ ସଂଯୋଜନା ରେ ବରିଷ୍ଠ କଳାକାର ରଞ୍ଜନ ସାହୁ, ଦୁର୍ଗା ଦାଶ, ମୋହିତ ସ୍ୱାଇଁ, ମହେଶ ପଟେଲ, ଦୀପାଳି ଚୌଧୁରୀ, ପଦ୍ମିନୀ ଦୋରା ପ୍ରମୁଖ ସହଯୋଗ କରିଥିଲେ । ତର୍ପଣ ପ୍ରଧାନ ଓ ସୁଶ୍ରୀ ମିମାଂସା ରଥ ଉଦଘୋଷକ ଦାୟିତ୍ୱ ନିର୍ବାହ କରିଥିଲେ । ସମାଜସେବୀ ପ୍ରଫୁଲ୍ଲ ହୋତା, ଅନିଲ ବେହେରା,ଶୁଭଶ୍ରୀ ମିଶ୍ର, ସୁଶାନ୍ତ ପୁରୋହିତ, ଆଇନଜୀବୀ ଫଣି ଭୂଷଣ ମିଶ୍ର, ବିଜେପିର ବରିଷ୍ଠ ନେତା ଗୋବିନ୍ଦ ଅଗ୍ରୱାଲ, ଡ଼.ପ୍ରମୋଦ ରଥ, ରିକି ବେହେରା, ମୋହନ ଦାଶ, ଅରୁଣ ଦାସ, ଅଜିତ ବେହେରା, ଅବିନାଶ ପାଣିଗ୍ରାହୀ, ସୁଶ୍ରୀ ଶୁଭଶ୍ରୀ ମିଶ୍ର, ପ୍ରଭାସିନୀ ଦାଶ, ସିତାକାନ୍ତି ମେସୁଆ ପ୍ରମୁଖ ବିଭିନ୍ନ କ୍ଷେତ୍ରରେ ସହଯୋଗ କରିଥିଲେ।
ଏକା ସହିତ ୨ ସହ କଳାକାରଙ୍କୁ ନେଇ ନୁଆଁଖାଇ ନୃତ୍ୟ ଦର୍ଶକଙ୍କ ହୃଦୟ ଛୁଇଁ ଥିବା ବେଳେ ବିଭିନ୍ନ ରଙ୍ଗା ରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଯାଇଥିଲା ଦର୍ଶକ। ବିଳମ୍ଭ ରାତିଯାଏ ସାହସ୍ରାଧିକ ଦର୍ଶକ ଙ୍କ ମନ ମୋହିଥିଲା ଏହି ନୁଆଁଖାଇ ଭେଟଘାଟ ଉତ୍ସବ। ଫଳରେ ଆୟୋଜକ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଙ୍କୁ ଏହାର ଶ୍ରେୟ ଦେବାର ଚର୍ଚ୍ଚା ଯୋର ଧରିଥିଲା।କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ତଥା ଭେଟଘାଟ କମିଟିର ସଭାପତି ଜୟନାରାୟଣ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ପୂର୍ବତନ ରେଙ୍ଗାଲି ବିଧାୟକ ନାଉରି ନାଏକ ଧନ୍ୟବାଦ ଦେଇଥିଲେ।
କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଗଣ, ବିଧାୟକଗଣ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମା ସମଲେଶ୍ୱରୀ ମନ୍ଦିର ଏବଂ ମା ପାଟଣେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ। ସମ୍ବଲପୁର ରୁ ରାଜାରାମ ଷଡ଼ଙ୍ଗୀ ଙ୍କ ରିପୋର୍ଟ,୭/୯/୨୦୨୫----୮,୩୫ Sakhigopal News,7/9/2025