ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଆଲୋଚନା ଚକ୍ର ଅନୁଷ୍ଠିତ
ଭଞ୍ଜନଗର-- ସାବିତ୍ରୀ ମହିଳା ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତତା କୋଷ ମିଳିତ ଆନୁକୁଲ୍ୟରେ ଆୟୋଜିତ ପlଠଚକ୍ର ଓ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରର ବିଷୟ ଥିଲା "ଲୋକନାଟ୍ୟ ପରମ୍ପରାରେ ଓଡ଼ିଶାରେ ଛଉ ନୃତ୍ୟ" । ଏହି ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୁଶାନ୍ତ କୁମାର ମଲ୍ଲିକ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଦୀନବନ୍ଧୁ ମହାନ୍ତି ଆଞ୍ଚଳିକ ମହାବିଦ୍ୟାଳୟ ସମବାୟ ସମିତି, ଟିକାବାଲି ର ଅଧ୍ୟକ୍ଷ ଯୋଗଦାନ କରି ଲୋକନୃତ୍ୟ ଉପରେ ଆଲୋଚନା କରିଥିଲେ । ଡକ୍ଟର ସୁଶାନ୍ତ କୁମାର ମଲ୍ଲିକ ଛାତ୍ରୀମାନଙ୍କ ଉଦ୍ଧେଶ୍ୟରେ ଦିଗ୍ ଦର୍ଶନ ଦେଇଥିଲେ । ଓଡ଼ିଆ ବିଭାଗ ମୁଖ୍ୟ ଶ୍ରୀ ଅମୂଲ୍ୟ କୁମାର ଶତପଥୀ, ଶ୍ରୀମତୀ ସ୍ଵର୍ଣ୍ଣମୟୀ ମହାରଣା, ସୁଶ୍ରୀ କମଳିନୀ ବେହେରା ଏବଂ ଶ୍ରୀମତୀ ଅଳକା ସ୍ୱାଇଁ ମଞ୍ଚାସିନ ଥିଲେ । ପଥାଚକ୍ରକୁ ପାଠ କରିଥିଲେ ସୁଶ୍ରୀ ସିମ୍ରନ୍ ସ୍ୱାଇଁ, ଯୁକ୍ତ ତିନି ତୃତୀୟ ବର୍ଷ ଛାତ୍ରୀ। ଉକ୍ତ ଆଲୋଚନାରେ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ଏହାପରେ ଓଡ଼ିଆ ବିଭାଗର ପ୍ରଥମ ବର୍ଷ ଛାତ୍ରୀମାନଙ୍କୁ ସ୍ବାଗତ କରାଯାଇଥିଲା । ଶେଷରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଛାତ୍ରୀ ସୁପ୍ରିୟା ଗୌଡ଼ ଧନ୍ୟବାଦ୍ ଅର୍ପଣ କରିଥିଲେ । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧୦/୯/୨୦୨୫---୭,୧୦ Sakhigopal News,10/9/2025