Breaking News

ଯୁବ ସମାଜରେ ମାନସିକ ଚାପ ଏବଂ ଏହାର ପରିଚାଳନା" ଆଲୋଚନା ଚକ୍ର ଅନୁଷ୍ଠିତ

 ଭଞ୍ଜନଗର ---- ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଆଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତତା କୋଷ (IQAC) ଏଵଂ ଗୃହ ବିଜ୍ଞାନ ବିଭାଗର ମିଳିତ   ଆନୁକୁଲ୍ୟରେ ଯୁବ ସମାଜରେ ମାନସିକ ଚାପ ଏବଂ ଏହାର ପରିଚାଳନାକୁ ନେଇ ଏକ   ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।                   ଆଜିର  ଯୁଗରେ ଯୁବ ସମାଜ ପାଇଁ ମାନସିକ ଚାପ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ପାଲଟିଛି। ୨୦୨୫ ସେପ୍ଟେମ୍ବର ୪ ତାରିଖରେ ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର  ଆଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତତା କୋଷ (IQAC) ଏଵଂ ଗୃହ ବିଜ୍ଞାନ ବିଭାଗର ମିଳିତ   ଆନୁକୁଲ୍ୟରେ "ଯୁବ ସମାଜରେ ମାନସିକ ଚାପ ଏବଂ ଏହାର ପରିଚାଳନା" ଶୀର୍ଷକରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ପ୍ରଦୀପ ପ୍ରଜ୍ଜ୍ୱଳନ ଏବଂ ସ୍ବାଗତ ସଙ୍ଗୀତ ସହ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭ କରାଯାଇଥିଲା । ଏହି ଆଲୋଚନା ଚକ୍ରରେ ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୁଶାନ୍ତ କୁମାର ମଲ୍ଲିକ ଅଧ୍ୟକ୍ଷତା ଏଵଂ ମଞ୍ଚ ପରିଚାଳନା କରିଥିଲେ।  ମୁଖ୍ୟ ଅତିଥି ଏବଂ ବକ୍ତା ଭାବରେ IGKC ମଲ୍ଟି-ସ୍ପେଶାଲିଟି ହସ୍ପିଟାଲ, ଭୁବନେଶ୍ୱରର ପରାମର୍ଶଦାତା, ନ୍ୟୁରୋଲୋଜିଷ୍ଟ ଡକ୍ଟର ଶିବନାରାୟଣ ପଟ୍ଟନାୟକ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବରେ IGKC ମଲ୍ଟି-ସ୍ପେଶାଲିଟି ହସ୍ପିଟାଲ, ଭୁବନେଶ୍ୱରର ସିନିୟର ମ୍ୟାନେଜର ଶ୍ରୀ ଶକ୍ତି ପ୍ରସାଦ ଦାସ ପ୍ରମୁଖ ଯୋଗ ଦେଇଥିଲେ। ମାନସିକ ଚାପ, ଏହାର କାରଣ ଏବଂ ପରିଣାମ, ମାନସିକ ଚାପରୁ କିପରି ମୁକ୍ତି ପାଇବେ ସେ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ବକ୍ତାମାନେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ପ୍ରିନ୍ସିପାଲ୍ ଡକ୍ଟର ମଲ୍ଲିକ ଛାତ୍ରଛାତ୍ରୀଙ୍କ ମାନସିକ  ଚାପ ସମସ୍ୟା ସହିତ ଜଡିତ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଗୃହ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପିକା ରଶ୍ମିତା ବେହେରା ମଞ୍ଚ ସଂଚାଳନ କରିଥିଲେ । ଅଧ୍ୟାପିକା ଡଃ ମଞ୍ଜୁ ପ୍ରଭା ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଛାତ୍ରୀ ଶୁଭସ୍ମିତା ପାଳ ବିବରଣୀ ପାଠ କରିଥିଲେ। +୩ ଶେଷ ବର୍ଷ ଛାତ୍ରୀ ସଂଯୁକ୍ତା ବିଷୋୟୀ ଆଲୋଚନା ଚକ୍ରର ବିଷୟ ଉପସ୍ଥାପନ  କରିଥିଲେ। ଗୃହ ବିଜ୍ଞାନ ବିଭାଗର ଡେମନଷ୍ଟ୍ରେଟର ଶ୍ରୀମତୀ ପ୍ରଭାତୀ ମିଶ୍ର ଏବଂ କଲେଜର ବିଭିନ୍ନ ବିଭାଗର ସମସ୍ତ ଅଧ୍ୟାପକ, ଅଧ୍ୟାପିକା,  କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଏଥିରେ ସକ୍ରିୟ ଅଂଶଗ୍ରହଣ କରି ଏହି ଆଲୋଚନାଚକ୍ରକୁ ସାଫଲ୍ୟମଣ୍ଡିତ  କରିଥିଲେ। ଗୃହବିଜ୍ଞାନ ବିଭାଗର ନବାଗତା ଛାତ୍ରୀମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଏବଂ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରୀକ୍ଷାରେ କୃତୀ ଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା । ଅଧ୍ୟାପିକା ଶ୍ରୀମତୀ ଜୟଲକ୍ଷ୍ମୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୫/୯/୨୦୨୫----୮,୨୫ Sakhigopal News,5/9/2025

Blog Archive

Popular Posts