Breaking News

ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଓ ରକ୍ତ ଦାନ ଶିବିର ,୪୫ ୟୁନିଟ ରକ୍ତ ସଂଗ୍ରହ



ସାକ୍ଷୀଗୋପାଳ ----  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିବସ ଅବସରରେ ବୃକ୍ଷ ରୋପଣ ଓ ମହିଳା ମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ଅଭିଯାନ ଆରମ୍ଭ ହୋଇଛି। ଏହି ଅବସରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ଯକେନ୍ଦ୍ର ପରିସରରେ ଆୟୋଜିତ ହୋଇଥିଲା  । ଏହି ଅବସରରେ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଅନୁଷ୍ଠିତ ହୋଇଥିଲା  । ଏହି ରକ୍ତଦାନ ଶିବିରରୁ ୪୫ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିଲା  । ପୁରୀ ରେଡକ୍ରସ ରକ୍ତ ବ୍ଯାଙ୍କ ପକ୍ଷରୁ କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ  । ଏହି କାର୍ଯ୍ୟକ୍ରମରେ ପୁରୀ ସାଂସଦ ଡ ସମ୍ବିତ ପାତ୍ର  , ସତ୍ଯବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଓ ପୂର୍ବତନ ସାଂସଦ ତଥା ହିନ୍ଦୀ ଫିଲ୍ମ ର ଅଭିନେତ୍ରୀ ଜୟପ୍ରଦା ଅତିଥି ଭାବେ ଯୋଗଦାନ କରି ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଓ ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ  । ଏହି ଅବସରରେ ଗ୍ରାମାଞ୍ଚଳରେ ମହିଳା ମାନଙ୍କୁ ସ୍ୱାସ୍ଥ୍ୟ ସଂପର୍କିତ ସମସ୍ତ ସୁଯୋଗ ଗୋଷ୍ଠୀ ସ୍ୱାସ୍ଥ୍ଯକେନ୍ଦ୍ରରେ ଉପଲବ୍ଧ ରହିଛି  । ଏହା ସହିତ ପତି ପଞ୍ଚାୟତରେ  ମହିଳା ମାନଙ୍କୁ ସେମାନଙ୍କର ସମସ୍ତ ଶାରୀରିକ ସମ୍ବନ୍ଧୀୟ ପରାମର୍ଶ ସ୍ୱାସ୍ଥ୍ୟ ସେବା ପାଇପାରିବେ । ଏପରିକି ବିଶେଷଜ୍ଞ ମାନଙ୍କ ଦ୍ଵାରା ସମସ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ସରକାର ଙ୍କ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ  । ପ୍ରତି ଗ୍ରାମପଞ୍ଚାୟତ  , ଗାଁ କଲ୍ୟାଣ ସମିତି ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇ ମହିଳା ମାନଙ୍କୁ ସଚେତନ କରାଯିବ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ  । ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ଯକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା ଦେବାଶିଷ ନାୟକଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ  ଆୟୋଜନ କରାଯାଇ ଥିଲା  । ଏଥିରେ ବି ପିଏମ୍ ଜ୍ଯୋତି ରଞ୍ଜନ ଶତପଥୀ  , ବିଏଏନ, ଡା ଶିଶିର କୁମାର ସାହୁ  , ଡା ମଧୁ ରଞ୍ଜନ ମହାପାତ୍ର  , ପୂର୍ବତନ ଫାର୍ମାସିଷ୍ଟ ସୁରେଶ ଚନ୍ଦ୍ର ନନ୍ଦ  , କ୍ରୁତି ସେଠୀ  , ଡିଡିଏମ, ଏଡିଏମଓ ପ୍ରମୁଖ ଉପସ୍ଥିତ ରହିଥିଲେ  । ଯୁବ ଡାକ୍ତର ଙ୍କ ସହିତ ମେଡିକାଲ ଇନିଚାର୍ଯ୍ଯ, ସ୍ୱାସ୍ଥ୍ୟ ସୁରକ୍ଷା କର୍ମୀ  , ମେଡିକାଲ କର୍ମଚାରୀ ଓ ସ୍ଥାନୀୟ ଯୁବକ ମାନେ ରକ୍ତଦାନ କରିଥିଲେ  । ଅନ୍ଯମାନଙ୍କ ମଧ୍ଯରେ ଜିଲାପରିଷଦ ସଭ୍ଯ ରତିକାନ୍ତ ମିଶ୍ର  , ଜିଲାପରିଷଦ ସଭ୍ଯା ବିଷ୍ଣୁପ୍ରିୟା ବରାଳ, ଜୟପୁର ସମିତି ସଭ୍ଯ ଦୀପକ ଶତପଥୀ  , ଶଙ୍କର ପ୍ରଧାନ ଓ ଆଶାକର୍ମୀ  , ଅଙ୍ଗନବାଡି କର୍ମୀ ମାନେ ଉପସ୍ଥିତ ରହିଥିଲେ  । ଏହି ଅବସରରେ ସାକ୍ଷୀଗୋପାଳ ମେଡିକାଲ ପକ୍ଷରୁ ଅତିଥି ମାନଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୧/୯/୨୦୨୫----୯,୪୫ Sakhigopal News,20/9/2025

Blog Archive

Popular Posts