Breaking News

ଜାତୀୟ ଆୟୁର୍ବେଦ ଦିବସ ପାଳନ


କଣାସ --- ୧୦ମ ଜାତୀୟ ଆୟୁର୍ବେଦ ଦିବସ ପାଳନ ଅବସରରେ କଣାସ ଗୋଲବଜାରରେ ଏକ ଯଜ୍ଞର ଆୟୋଜନ କରାଯାଇ ଥିଲା  । ଡାକ୍ତର ବିଶ୍ୱରଞ୍ଜନ ଜେନାଙ୍କ ତତ୍ୱାବଧାନରେ ଏହା ଅନୁଷ୍ଠିତ ହୋଇଥିଲା  । ଏହି କାର୍ଯ୍ୟକ୍ରମରେ ଆରୋଗ୍ୟ ଭାରତୀ ପୁରୀ ଶାଖା ଓ ଆୟୁଷ ଡାକ୍ତର ମିଳିତ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତାଗଣ ଉପସ୍ଥିତ ରହିଥିଲେ  । ଏହି ଅବସରରେ ଆୟୋଜିତ ସଭାରେ ଜାତୀୟ ସ୍ୱାସ୍ଥ୍ୟ ମିଶନରେ ୩ହଜାର ଆୟୁଷ ଡାକ୍ତର କାମ କରୁଥିବା ବେଳେ ଦୀର୍ଘ ୨୩ ବର୍ଷ ମଧ୍ଯରେ ନିୟମିତ ଏବଂ ନିର୍ଦ୍ଧିଷ୍ଟ ଦରମା ପ୍ରଦାନ କରାଯାଉ ନଥିବାରୁ କର୍ମକର୍ତ୍ତାମାନେ କ୍ଷୋଭ ପ୍ରକାଶ କରିଥିଲେ  ।  ଗ୍ରାମାଞ୍ଚଳରେ ୪ ବର୍ଷ ଧରି ଆୟୁର୍ବେଦ ଔଷଧ ମିଳୁନାହିଁ ବୋଲି ଆଲୋଚନା କରାଯାଇ ଥିଲା  । ଆୟୁର୍ବେଦ ହେଉଛି ୫ ହଜାର ବର୍ଷର ଭାରତର ପୈତୃକ ସଂପତ୍ତି କହିଲେ ଅତ୍ଯୁକ୍ତି ହେବ ନାହିଁ ବୋଲି ଡାକ୍ତର ଜେନା କହିଥିଲେ  । ଅନ୍ଯମାନଙ୍କ ମଧ୍ଯରେ ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିରର  ସମ୍ମାନୀୟ ଗୁରୁମା, ଗୁରୁଜୀ ଓ ସୁବୋଧ ଦାସ  , ସନ୍ତୋଷ ପଟ୍ଟନାୟକ  , ହାଡି ବନ୍ଧୁ ଚମ୍ପତି, ଗିରିଜା କାନ୍ତ ସାମନ୍ତରାୟ  , ନିଲଗ୍ରୀବ ଶ୍ରୀଚନନ୍ଦନ  , ସଞ୍ଜୟ କୁମାର ସେଠୀ  , ଅରବିନ୍ଦ ଜେନା  , ନାରଣ ମଲ୍ଲିକ  , ଦାଶରଥି ଗୁମାନ ସିଂହ ଏବଂ ବିଶ୍ୱଜିତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ  । ପଣ୍ଡିତ ମାନେ ବିଶ୍ୱଶାନ୍ତି ମହାଯଜ୍ଞ ର ପୂର୍ଣ୍ଣାହୁତି କରିଥିଲେ  ।କଣାସ ରୁ ସୁଜିତ କୁମାର ତ୍ରିପାଠୀଙ୍କ ରିପୋର୍ଟ,୨୪/୯/୨୦୨୫----୯,୫୦ Sakhigopal News ,24/9/2025

Blog Archive

Popular Posts