ୟୁବି ହାଇସ୍କୁଲରେ " ନାମେ ମା'ଙ୍କ , ଗୋଟିଏ ବୃକ୍ଷ "
ଭଞ୍ଜନଗର --- ସ୍ଥାନୀୟ ପି ଏମ୍ ଶ୍ରୀ ଉପେନ୍ଦ୍ର ଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟ,ଭଞ୍ଜନଗରରେ ଏକ୍ ପେଡ୍ ମା କେ ନାମ୍ - ୨.୦ ପାଳନ ଅବସରରେ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ଏନ୍ ସି ସି ଆର୍ମି ଉଇଙ୍ଗ ସେକେଣ୍ଡ ଅଫିସର ତଥା ଇକୋକ୍ଲବର ଆବାହକ ଶ୍ୟାମା ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ସୁନ୍ଦର କାର୍ଯ୍ୟକ୍ରମ ( ଔଷଧୀୟ ବୃକ୍ଷଚାରା ଓ ଅନ୍ୟାନ୍ୟ ଚାରା ରୋପଣ ) ଆୟୋଜନ କରାଯାଇଥିଲା । ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ସମସ୍ତ ଏନ୍ ସି ସି ଆର୍ମି ଉଇଙ୍ଗ କ୍ୟାଡେଟ ଅଗ୍ରଦୂତ ଭାବରେ ଯୋଗ ଦେଇଥିଲେ l ଏଥିରେ ଭଞ୍ଜନଗର ଅତିରିକ୍ତ ତହସିଲଦାର ଅବିନାଶ ଯାହାର , ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଦନ ମୋହନ ରଥ ( ଓଇଏସ୍ -୨ ) , ବରିଷ୍ଠ ଶିକ୍ଷକ ଉମାକାନ୍ତ ନାହାକ ଆଦି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଦନମୋହନ ରଥ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମର ପ୍ରଥମଭାଗରେ ସୁନ୍ଦର ପୃଥିବୀ ନିମନ୍ତେ ସବୁଜିମାର ଆବଶ୍ୟକତା " ଧରଣୀ ମାଗୁଛି ସବୁଜ ଶାଢ଼ୀ, ' ଆସ' ଗଛ ଲଗାଇବା ଧାଡ଼ି କି ଧାଡ଼ି " ସଂପର୍କିତ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ଏହି ବିଦ୍ୟାଳୟକୁ ଏକ ପ୍ଲାଷ୍ଟିକ , ଆବର୍ଜନାମୁକ୍ତ ତଥା ସବୁଜିମାଭରା ବିଦ୍ୟାଳୟରେ ପରିଣତ କରାଯିବl ନିମନ୍ତେ ସଂକଳ୍ପ ଗ୍ରହଣ କରାଯାଇଥିଲା । ସମସ୍ତ ଅତିଥି ଏହାପରେ ବିଦ୍ୟାଳୟରେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିଥିଲେ । ଶ୍ରୀ ମିଶ୍ର ଓ ଶ୍ରୀ ରଥ ଏହି କାର୍ଯ୍ୟକ୍ରମର ଗୁରୁତ୍ୱ ସଂପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ ଏବଂ ପ୍ରତ୍ୟେକ କ୍ୟାଡେଟଙ୍କୁ ଗୋଟିଏ ଲେଖାଏ ଗଛ ଲଗାଇବା ଏବଂ ବଞ୍ଚାଇବା ପାଇଁ ଶପଥ ଗ୍ରହଣ କରାଇଥିଲେ । ଶ୍ରୀ ମିଶ୍ର ପରିବେଶ ସୁରକ୍ଷା ସମ୍ବନ୍ଧୀୟ ସ୍ଲୋଗାନ , ସଚେତନତା ବାର୍ତ୍ତା ଦେଇଥିଲେ ଏବଂ ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ଏହାକୁ ଦୋହରାଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ଶଙ୍କର ପ୍ରସାଦ ପଟ୍ଟନାୟକ , ଅମିତ କୁମାର ବେହେରା ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିବା ସମସ୍ତଙ୍କୁ ଶ୍ରୀ ମିଶ୍ର ସାଧୁବାଦ ଜ୍ଞାପନ କରିଥିଲେ । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ, ୨୧/୯/୨୦୨୫---୭,୧୦ Sakhigopal News,21/9/2025