Breaking News

ପାର୍ବଣରେ ସ୍ୱଚ୍ଛତାକୁ ଗୁରୁତ୍ୱ: ଗୋବିନ୍ଦତୋଳାରେ ଗଣ ସଫେଇ ,; ମହାନଗର ନିଗମ ଆଯୁକ୍ତ ଦେଖାଇଲେ ନିଜର ମହାନତା


ସମ୍ବଲପୁର,---+--:ପୂଜା ପାର୍ବଣ ଠାରୁ ସ୍ୱଚ୍ଛତା ହେଉଛି ଦିବ୍ୟ ଦର୍ଶନ। ଜୀବନ ଜିଇଁବାର ମାର୍ଗ। ଏଥିପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ତୃଣମୂଳ ସ୍ତରରୁ ସ୍ୱଚ୍ଛତା କୁ ପ୍ରାଥମିକତା ଦେଇ ଜିଲ୍ଲା ସ୍ତର ଯାଏ ସଚେତନ କରିଛନ୍ତି।ପୋଲିସ ପକ୍ଷରୁ ଗ୍ରାମାଞ୍ଚଳ ଗୁଡିକର କମିଟିକୁ ଡାକି ସ୍ୱଚ୍ଛତା, ଶବ୍ଦ ପ୍ରଦୂଷଣ,ଅଗ୍ନି ନିରାପତ୍ତା, ସାମାଜିକ ସୁରକ୍ଷା ସହିତ ଆଧ୍ୟାତ୍ମିକ ପରିବେଶରେ ପାର୍ବଣ କାର୍ଯ୍ୟକ୍ରମକୁ ପାଳନ କରିବାକୁ ଅନୁରୋଧ କରାଯାଇଛି। ଏହା ସହିତ ପୂଜା କମିଟି ପକ୍ଷରୁ ନିଯୁକ୍ତ କରାଯାଉଥିବା ସ୍ବେଛାସେବୀ ମାନଙ୍କୁ କମିଟି ଓ ପୋଲିସ ଉଭୟଙ୍କ ପକ୍ଷରୁ ପରିଚୟ ପତ୍ର ପ୍ରଦାନ କରାଯାଇ ଏକ ଶୃଙ୍ଖଳିତ ପାର୍ବଣ ଜନସାଧାରଣଙ୍କୁ ଭେଟି ଦେବାକୁ ପୋଲିସ ପକ୍ଷରୁ ନିବେଦନ କରାଯାଇଥିଲା। ଏପରିକି ଗତ ସପ୍ତାହରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ଗାପୂଜା କମିଟି ମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଉପରୋକ୍ତ ସମସ୍ତ ବିଷୟ ନେଇ ବ୍ୟାପକ ସଚେତନତା କରାଯିବା ସହିତ ପ୍ରଶାସନ ନିଷ୍ପତ୍ତିକୁ ଗ୍ରହଣ କରି ଶାରଦୀୟ ପର୍ବ କରିଥିବା ୩ ଟି ପୂଜା କମିଟିଙ୍କୁ ସମ୍ମାନିତ କରାଯାଇଥିଲା।
ସ୍ୱଚ୍ଛତାକୁ ନେଇ ଗ୍ରାମାଞ୍ଚଳରେ   ବ୍ଲକ ଓ ତହସିଲ ଅଧିକାରୀ ମାନେ ଅନୁଧ୍ୟାନ କରିରୁଥିବା ବେଳେ ସମ୍ବଲପୁର ମହାନଗରରେ  ମହାନଗର ନିଗମ ଆୟୁକ୍ତ ରେହାନ କ୍ଷେତ୍ରୀ ସହରର ବିଭିନ୍ନ ପୂଜା କମିଟି ସ୍ଥାନ ବୁଲି ଦେଖିବା ସହ  ବ୍ୟକ୍ତିଗତ ଭାବେ କମିଟି କର୍ମକର୍ତ୍ତା ମାନଙ୍କ ସହ ଆଲୋଚନା କରି ସ୍ୱଚ୍ଛତା କୁ ପାର୍ବଣର ମାପକାଠି ରୂପେ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ।ଏହି ପରିପେକ୍ଷିରେ ସୋମବାର ମହାନଗର ନିଗମ ଆଯୁକ୍ତ ଶ୍ରୀ କ୍ଷେତ୍ରୀ ଦେଖାଇଥିଲେ ନିଜର ମହାନତା। ଗୋବିନ୍ଦତୋଳା ବ୍ରିଜ ଠୁ ଗୋବିନ୍ଦତୋଳା ଛକ ଯାଏ  ବିଶେଷ ଭାବରେ ଗୋବିନ୍ଦତୋଳା ପରିବା ବଜାର ରେ ମଧ୍ୟ ଗଣ ସଫେଇ କରାଯାଇଥିଲା। ଯେଉଁ ସଫେଇ କାର୍ଯ୍ୟକ୍ରମରେ ନିଜେ ଆଯୁକ୍ତ ଶ୍ରୀ  କ୍ଷେତ୍ରୀ ନର୍ଦମାରୁ ନିଜ ହାତରେ ମଇଳା ଆବର୍ଜନା ସଫା କରିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।ତାଙ୍କ ସହ ମହାନଗର ନିଗମ ର ଏନ୍ଫୋର୍ସମେଣ୍ଟ ଅଧିକାରୀ ସୁଶାନ୍ତ  ସାହୁ ଓ ଅନ୍ୟ ଅଧିକାରୀ ମାନେ ମଧ୍ୟ୍ୟ ଉପସ୍ଥିତ ଥିଲେ। ଅବଶ୍ୟ ଏହି ସାମୁହିକ ଗଣ ସଫେଇ କାର୍ଯ୍ୟକ୍ରମରେ ଗୋବିନ୍ଦତୋଳା ଦୁର୍ଗାପୂଜା କମିଟିର ସଭାପତି ପ୍ରଦୀପ ପାଢ଼ୀ, ସମ୍ପାଦକ ଅଜୟ ସାହୁ,  ଦୀପକ ପଣ୍ଡା, ସଞ୍ଜୟ ସାହୁ, ଶ୍ରୀକାନ୍ତ ପଣ୍ଡା, ସନ୍ତୋଷ ବେରିହା, ସୂର୍ଯ୍ୟ ପାଣିଗ୍ରାହୀ ପ୍ରମୁଖ ସକ୍ରିୟ ଭୂମିକା ନିର୍ବାହ କରିଥିଲେବି ସ୍ୱଚ୍ଛତା ପ୍ରତି ଆଯୁକ୍ତଙ୍କ ସକାରାତ୍ମକ ଅଂଶଗ୍ରହଣ ଅନ୍ୟ ମାନଙ୍କ ପାଇଁ ଏକ ଶିକ୍ଷଣୀୟ ବିଷୟ ହୋଇଥିଲା। 
ଚଳିତ ପାର୍ବଣ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବାରୁ ଗାଁରୁ ସହର ସବୁଠି ପ୍ରଶାସନ ଏଥିପାଇଁ ଖୁବ ତତ୍ପରତା ଦେଖାଇବା ସହ ପୂଜା ଓ ମନୋରଞ୍ଜନ ପରି  ସଫା ପରିବେଶ ସାମାଜିକ ଜୀବନର ଏକ ମୂଳ ଅଂଶ ହୋଇଥିବାରୁ ସମସ୍ତ ପୂଜା କମିଟିକୁ ପ୍ରଦୂଷଣ ମୁକ୍ତ ଭାବେ ପାର୍ବଣ ପାଳନ କରିବାକୁ ଅନୁରୋଧ କରିଛନ୍ତି। ଅନ୍ୟଥା ଏହାର ବିପରୀତ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପ୍ରତି କମିଟି ସଜାଗ ରହିବାକୁ ସତର୍କ କରାଇ ଆବଶ୍ୟକ ସ୍ଥଳେ ସିସି କ୍ୟାମେରା ଲଗାଇବାକୁ ମଧ୍ୟ୍ୟ ପ୍ରଶାସନ ପକ୍ଷରୁ ସମସ୍ତ ପୂଜା କମିଟି ମାନଙ୍କୁ ଅନୁରୋଧ ଜଣାଇଛନ୍ତି। ସମ୍ବଲପୁର ରୁ ରାଜାରାମ ଷଡ଼ଙ୍ଗୀ ଙ୍କ ରିପୋର୍ଟ,୨୩/୯/୨୦୨୫----୭,୫୫. Sakhigopal News,23/9/2025

Blog Archive

Popular Posts