୯୨ ତମ ଭଞ୍ଜ ସଂଗୀତ ଆସର ଅନୁଷ୍ଠିତ
ଭଞ୍ଜନଗର ---ଘୁମୁସର ଦିବସ ଉପଲକ୍ଷେ କୁଲାଡ଼ ରୋଡ ବାଗଦେବୀ ମନ୍ଦିର ପ୍ରାଙ୍ଗଣରେ ୯୨ ତମ ଭଞ୍ଜ ସଂଗୀତ ଆସର ଅନୁଷ୍ଠିତ ହୋଇଯାଇଛି । ସଂସ୍କୃତି ବିକାଶ ସଂସଦ ର ଆୟୋଜିତ ଏହି ସଂଗୀତ ସାନ୍ଧ୍ୟରେ ବହୁ ଶ୍ରୋତା ସାମିଲ ହୋଇଥିଲେ । ମନ୍ଦିର କମିଟି ସଭାପତି ଶ୍ରୀ ଗୋପାଳ କୃଷ୍ଣ ପାଣିଗ୍ରହୀ ପ୍ରଦୀପ ପ୍ରଜ୍ବଳନ କରି ଏହି ସନ୍ଧ୍ୟା କୁ ଉଦଘାଟନ କରିଥିଲେ । ଆନନ୍ଦ ସଂଗୀତାୟନ ର ସଭାପତି ଶ୍ରୀ ପ୍ରଶାନ୍ତ ମହାନ୍ତି ଅନୁଷ୍ଠାନର ଆଭିମୁଖ୍ୟ କୁ ଉପସ୍ଥାପନ କରିଥିଲେ । ଅନୁଷ୍ଠାନର ଉପସଭାପତି ଯଥା ଅଦିକନ୍ଦ ଗୌଡ଼, ନାରାୟଣ ମହାରଣା, ଜଗଦୀଶ ପାଣିଗ୍ରାହୀ ଉପସ୍ଥିତ ରହି ମଞ୍ଚ ପରିଚାଳନା କରି ଥିଲେ । ଅନୁଷ୍ଠାନର ନିୟମିତ ଶିଳ୍ପୀ ଚିନ୍ମୟୀ ଗୌଡ଼, ଶୁଭସ୍ମିତା ମହାରଣା, ପୁଷ୍ପଞ୍ଜଳି ସାହୁ, ନିପାରଣୀ ଗୌଡ଼ ଏବଂ ନିମନ୍ତ୍ରିତ କଣ୍ଠ ଶିଳ୍ପୀ ଶ୍ରୀ ନାଗେଶ୍ୱର ପାତ୍ର, ଅଶୋକ ସ୍ୱାଇଁ, ପ୍ରମୁଖ ଭଞ୍ଜ ସଂଗୀତ ପରିବେଷଣ କରିଥିଲେ । ଶ୍ରୀମାନ ଅଭିଷେକ ମହାପାତ୍ର ମର୍ଦଲ ବାଦନ କରିଥିଲାବେଳେ ଶ୍ରୀ ଦିବାକର ପ୍ରଧାନ ତବଲାରେ ସଂଗତ କରିଥିଲେ । ସହରର ବହୁ ଗଣ ମାନ୍ୟ ବ୍ୟକ୍ତି ଏହି ସଂଗୀତ ସାନ୍ଧ୍ୟରେ ଯୋଗ ଦେଇ କଳାକାର ମାନଂକୁ ଉତ୍ସାହିତ କରିଥିଲେ । ଶେଷରେ ସମ୍ପଦକ ଅଶୋକ ମହାପାତ୍ର ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ର ବିରତି ଘୋଷଣା କରି ଥିଲେ । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧୩/୯/୨୦୨୫----୧୦,୩୫ Sakhigopal News,13/9/2025