Breaking News

ଚତୁର୍ଥ ଦିନରେ ପହଞ୍ଚିଲା ଜି ପି ଏଲ ଏଫ , ମିଶନଶକ୍ତି ମହା ସଙ୍ଘର ଧାରଣା , ସଭାପତି ଙ୍କ ସହ ଦୁଇ ସଦସ୍ଯା ଗୁରୁତର ; ଭେଟିଲେ ବିଜେଡି ଜିଲ୍ଲା ସଭାପତି




ସାକ୍ଷୀଗୋପାଳ ----  ଜିପିଏଲଏଫ ଓ ମିଶନଶକ୍ତି ମହା ସଙ୍ଘ ପକ୍ଷରୁ ୫ ଦଫା ଦାବି ନେଇ ବ୍ଲକ ଅଫିସ ଆଗରେ ଧାରଣା ଚତୁର୍ଥ  ଦିନରେ ପହଞ୍ଚିଛି  । ତେବେ ସରକାରୀ ସ୍ତରରେ କେହି ସେମାନଙ୍କ ସହିତ ଆଲୋଚନା କରିନାହାଁନ୍ତି ବୋଲି ଆସୋସିଏସନ ସଭାପତି ଧରିତ୍ରୀ ତ୍ରିପାଠୀ କହିଛନ୍ତି  । ଅନ୍ୟ ପକ୍ଷରେ ଆଜି  ଖରା ସହ ଗୁଳିଗୁଳି ଲାଗିରହିଛି। ମଧ୍ୟାହ୍ନରେ ସତ୍ୟବାଦୀ ବ୍ଳକ ସଂଘର ସଭାପତି ଧରିତ୍ରୀ ତ୍ରିପାଠୀ ଙ୍କ ସହ  ସଂଧ୍ଯାରାଣି ପ୍ରଧାନ ଓ ସୁରଥି ପାଢ଼ୀ ଗଣଧାରଣା ସ୍ଥଳରେ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ବ୍ଳକ ପ୍ରଶାସନ ପକ୍ଷରୁ ମେଡିକାଲ କୁ ଆଣିବା ପାଇଁ କେହି ଆଗେଇ ଆସିଲେ ନାହିଁ କି ଟିକେ ଏହି ରୁମ ଖୋଲିଲେ ନାହିଁ ବୋଲି ସମ୍ପାଦକ ମମତା ରାଉତରାୟ କହନ୍ତି। ଏ ସମ୍ପର୍କରେ ଖବର ପାଇ ସତ୍ୟବାଦୀ ର ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ବସନ୍ତ ପ୍ରଧାନ , ଦେବଦତ୍ତ ସାମନ୍ତରାୟ, ଦେବେନ୍ଦ୍ର ମହାପାତ୍ର, ପ୍ରଶାନ୍ତ ମହାପାତ୍ର, ଜଳନ୍ଧର ସେଠୀ,ସ୍ବାଧୀନ ଚମ୍ପତି,ସୁବାଷ ପ୍ରଧାନ ଙ୍କ ସହ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଓ ବିଜେଡି କର୍ମୀ ମାନେ ସାକ୍ଷୀଗୋପାଳ ମେଡିକାଲ ରେ ପହଞ୍ଚି ବା ସହ ସେଠାରେ ଡ଼ାକ୍ତର ଙ୍କ ସହ ସେମାନଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ପରେପରେ ଗଣଧାରଣା ସ୍ଥଳରେ ପହଞ୍ଚି ଗଣ ଧାରଣା ଦେଇଥିବା ମା ମାନଙ୍କ ସହ ଆଲୋଚନା କରିଥିଲେ। ପରେ ପରେ ବର୍ତ୍ତମାନ ସରକାର ଏକ ମିଥ୍ୟା ସରକାର କହିବା ସହ ତମକୁ ବିଜେଡି ସରକାର ନିଯୁକ୍ତି ଦେଇଛନ୍ତି। ଏବେ ବି ସେହି ସରକାର ତମ ପଛରେ ରହିଛି ଓ ରହିବ ବୋଲି ପୂର୍ବତନ ବିଧାୟକ ଶ୍ରୀ ସାମନ୍ତରାୟ କହିଛନ୍ତି। 
ସେମାନଙ୍କ ଦାବି ଗୁଡିକ ହେଲା  ପୂର୍ବ ପରି ସ୍ଥାୟୀ ଦରମା  , ସ୍ଥାୟୀ ନିଯୁକ୍ତି  , ଦରମାକୁ ସିଧାସଳଖ ବ୍ୟାଙ୍କ  ଆକାଉଣ୍ଟକୁ ପଠାଇବା, ୬ମାସର ବକେୟା ଦରମାକୁ ତୁରନ୍ତ ପ୍ରଦାନ  , ପ୍ରୋଫରନାସ୍  ଇଲେନେଟିଭ୍ ରେ ଦରମା ପ୍ରଦାନ କରାନଯାଉ  ଏହି ଦାବିକୁ ନେଇ ଧାରଣା ଦ୍ୱିତୀୟ ଦିନରେ ପହଞ୍ଚିଲେଣି  । ବ୍ଲକର ୨୪ଟି ପଞ୍ଚାୟତର ସମସ୍ତ କର୍ମୀ ଧାରଣାରେ ବସିଛନ୍ତି। ଏ ସଂପର୍କରେ ତହସିଲଦାର ସନ୍ତୋଷ କୁମାର ପାଣୀଗ୍ରାହୀ  ଓ ବିଡିଓ ଦେବାଶିଷ ନାୟକଙ୍କୁ ଆସୋସିଏସନ ପକ୍ଷରୁ ମେମୋରାଣ୍ଡମ ଦିଆଯାଇଛି ବୋଲି ସଂପାଦିକା  ମମତା ରାଉତରାୟ ଜଣାଇଛନ୍ତି  । ପଞ୍ଚାୟତ ସମିତି ଅଧ୍ଯକ୍ଷ ସୁନୀଲ କୁମାର ପଣ୍ଡା କହନ୍ତି ସରକାର ତୁରନ୍ତ ଜିପିଏଲଏଫ, ମିଶନଶକ୍ତି ମହା ସଙ୍ଘ  ଆସୋସିଏସନ ଦାବିକୁ ମାନିନେବା  ଦରକାର  । ନଚେତ୍ ଆଗାମୀ ଦିନରେ ଏହା ଭୟଙ୍କର ରୂପ ନେବ ବୋଲି ସରକାର ଙ୍କୁ ଚେତାବନୀ ଦେଇଛନ୍ତି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ, ୨୫/୯/୨୦୨୫----୮,୪୫ Sakhigopal News,

Blog Archive

Popular Posts