Breaking News

ପୁଣି ଭୁଷୁଡିଲା କଳିଙ୍ଗା ଘାଟି, ଦାଉ ସାଜିଲା ଲଗାଣ ବର୍ଷା


ଭଂଜନଗର - ଗତ ୧୬ ତାରିଖରେ କଳିଙ୍ଗା ଘାଟିର ପାହାଡ଼ରେ ଭୁସ୍ଗଳନ ଯୋଗୁଁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଥିଲା । ଘାଟି ରାସ୍ତା ରେ ପ୍ରାୟ ୫୦ ମିଟର ରାସ୍ତା ଧୋଇ ହୋଇଯାଇଥିଲା । ଫଳରେ ଗଂଜାମ - କନ୍ଧମାଳ ଜିଲ୍ଲା ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଥିଲା । ଘଟଣା ଦିନ ଠାରୁ ଘାଟି ରାସ୍ତାର ଉଧାର କାର୍ଯ୍ୟ ଚାଲିଲା । ଦୁଇ ଦିନ ମଧ୍ୟରେ ଘାଟି ରାସ୍ତାରୁ ପଥର ଖଣ୍ଡ ହଟିଲା । ପୁଣି ରାସ୍ତା ରେ ପୁନରୁଦ୍ଧାର କରି ଗମନାଗମନ ପାଇଁ ଉଭୟ କନ୍ଧମାଳ ଏବଂ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା । ଏବଂ କାମ ବି ଜାରି ରହିଥିଲା । ଆଜି ପୁଣି ଥରେ , ପୂର୍ବରୁ ଭୁସ୍ଗଳନ ହୋଇଥିବା ସ୍ଥାନରେ ପୁଣି ଥରେ ପାହାଡ ଭୁଷୁଡିବା ଆରମ୍ଭ ହୋଇଛି । ତେବେ ଘଟଣା ସ୍ଥଳରେ କାମ କରୁଥିବା ଗାଡ଼ି, ହିଟାଚି କିମ୍ବା କୈ।ଣସି ଲୋକଙ୍କର କ୍ଷତି ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଏବେ କଳିଙ୍ଗା ଘାଟି ସୁରକ୍ଷିତ ନୁହେଁ ବୋଲି ଜଣସାଧାରଣଙ୍କ ମନରେ ପ୍ରଶ୍ନ ଉଠିଛି। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨୩/୯/୨୦୨୫----୭,୫୫ Sakhigopal News,23/9/2025

Blog Archive

Popular Posts