Breaking News

ସଂଯୁକ୍ତ କୃଷକ ସଂଗଠନ,ସଂକଳ୍ପ ପରିବାର, କୋଶଲ ସେନା ଓ ଜନସାଧାରଣ ମିଶି ବରଗଡ଼ ରୁ ଭଟଲି ରାସ୍ତା ମରାମତି କଲେ



ବରଗଡ଼ ---  ବରଗଡ଼ ଭଟଲି ରାସ୍ତା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସଂଯୋଗ କରୁଥିବା ଏକମାତ୍ର ପ୍ରମୁଖ ରାସ୍ତା ବରଗଡ଼ ରଣା ପ୍ରତାପ ଟିଭି ସ୍କୁଲ ପାଖ ଓଭରବ୍ରିଜ ତଳେ ଦୀର୍ଘ ଦିନ ହେଲା ଶୋଚନୀୟ  ଅବସ୍ଥାରେ ପଡିରହିଥିଲା ରାସ୍ତା। ବର୍ଷା ସମୟରେ ପାଖାପାଖି ଦୁଇରୁ ତିନିଫୁଟ ପାଣି ଜମି ରହୁଥିଲା । ଜନସାଧାରଣ ଦୀର୍ଘ ଦୁଇମାସ ଧରି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଆସୁଥିଲେ ମଧ୍ୟ ତାର ସମାଧାନ ହୋଇପାରୁନଥିଲା । ପ୍ରତ୍ୟେକ ଦିନ ଉକ୍ତ ରାସ୍ତା ରେ ଛାତ୍ରଛାତ୍ରୀ, ଖେଦାପାଲି ଡାକ୍ତରଖାନା, ହଜାର ହଜାର ସଂଖ୍ୟାରେ ବଡବଡ ଭାରୀଯାନ, ଛୋଟଛୋଟ ଯାନ, ବାଇକ ଆରୋହୀ, ପଥଚାରୀ ଯାତ୍ରୀ ଯିବାଆସିବା ସହିତ  ଛୋଟ ବଡ଼ ଦୁର୍ଘଟଣା ଘଟୁଥିଲା । ଏଣୁ ଆଜି ବରଗଡ଼ ସଂଯୁକ୍ତ କୃଷକ ସଂଗଠନ, ସଂକଳ୍ପ ପରିବାର, କୋଶଳ ସେନା ସହିତ ସ୍ଥାନୀୟ ବାସିନ୍ଦା ମିଳିତ ଭାବେ ବାହାରି ନିଜ ନିଜ ଭିତରେ ୫୦, ୧୦୦ ଟଙ୍କା ଲେଖାଏଁ ଚାନ୍ଦା କରି ଉକ୍ତ ରାସ୍ତା ମରାମତି କରିଛନ୍ତିି। ଉକ୍ତ ରାସ୍ତାର ମରାମତି ସମୟରେ ସ୍ୱତଃ ପ୍ରବୃତ୍ତ ଭାବରେ ଶତାଧିକ ଜନସାଧାରଣ ଶ୍ରମଦାନ କରିଥିଲେ। ଖବର ସଂଗ୍ରହ କରିବା ପାଇଁ ଆସିଥିବା ସାମ୍ବାଦିକ ବନ୍ଧୁ ମାନେ ମିଶି ଶ୍ରମଦାନ କରିଥିଲେ ।  ମାତ୍ର ଦୁଇ ଘଣ୍ଟାର ପରିଶ୍ରମ ପରେ ଉକ୍ତ ରାସ୍ତାର ମରାମତି ସମ୍ପୂର୍ଣ କରିଥିଲେ।ଉକ୍ତ କାର୍ଯ୍ୟ ଦେଖି ଜନସାଧାରଣ ପ୍ରଶଂସା କରିଥିଲେ। ଏହି ହେଉଛି ଡବଲ ଇଞ୍ଜିନି ସରକାର। ବରଗଡ଼ ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ,୩/୯/୨୦୨୫--୭,୩୫ Sakhigopal News,3/9/2025

Blog Archive

Popular Posts