Breaking News

ଜାତୀୟ ରାଜପଥରୁ ଦୁଇ ଲୁଟେରା ଗିରଫ, ପଲସର ମଟର ସାଇକେଲ ସହ ,ଭ୍ୟାନିଟି ବ୍ୟାଗ ସହ ଟଙ୍କା ଓ ମୋବାଇଲ ଜବତ

  ସାକ୍ଷୀଗୋପାଳ --- ୩୧୬ନଂ ଜାତୀୟ ରାଜପଥ ଉପରେ ଛିନତାଇ କରୁଥିବା ଏକ ଗ୍ୟାଙ୍ଗଷ୍ଟାରଙ୍କର ଦୁଇଜଣ ସଦସ୍ୟ ଏବେ ସତ୍ୟବାଦୀ ପୋଲିସ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି। ଉକ୍ତ ଯୁବକ ମାନଙ୍କ ଠାରୁ ଲୁଟ କରିଥିବା ମହିଳାଙ୍କ ଭ୍ଯାନିଟ ବ୍ୟାଗ ସହିତ ଏଟିଏମ କାର୍ଡ ମୋବାଇଲି ଓ ନଗଦ ୧୧୬୦ଟଙ୍କା ଏକ ନମ୍ବର ବିହୀନ ପଲସର ଗାଡ଼ି ଜବତ କରାଯାଇଛି ବୋଲି ସତ୍ଯବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି। ଘଟଣାକ୍ରମେ ରାୟଚକ୍ରଧରପୁର ଗ୍ରାମର କଲ୍ୟାଣି ମିଶ୍ର ଏକ ବ୍ୟାଟେରୀ ଅଟୋ ଯୋଗେ ଘରକୁ ଫେରିବା ବାଟରେ ବୀରଗୋବିନ୍ଦପୁର ଜଗନ୍ନାଥ ପେଟ୍ରୋଲ ପମ୍ପ ସମ୍ମୂଖରେ ମହିଳାଙ୍କ ଭ୍ଯାନିଟ ବ୍ୟାଗ ଦୁଇ ଯୁବକ ଏକ ପଲସର ମଟର ସାଇକେଲରେ ଆସି ଝାମ୍ପି ନେଇଥିଲେ। ପରେ ପରେ ଲୁଟେରା ମାନେ ଜାତୀୟ ରାଜପଥ ରେ କାଦୁଆ ଛକ ନିକଟରେ ଟିଉସନରୁ ଫେରି ଘରକୁ କଲେଜ ଛାତ୍ର କାମଦେବ ନାୟକ ଫେରୁଥିବା ସମୟରେ ତାଠାରୁ ସେହିଦିନ ମୋବାଇଲ ଲୁଟି ନେଇଥିଲେ। ଦୁଇଜଣଙ୍କ ଅଭିଯୋଗ କ୍ରମେ ସତ୍ୟବାଦୀ ପୋଲିସ ଲୁଟେରା ଗ୍ୟାଙ୍ଗ ର ଦୁଇ ସଦସ୍ୟଙ୍କୁ ଧରିବା ରେ ସଫଳ ହେବା ସହ ସେମାନଙ୍କଠାରୁ ଲୁଟ କରିଥିବା ମୋବାଇଲି ଓ ଭ୍ଯାନିଟ ବ୍ୟାଗ ସହ ଟଙ୍କା ଜବତ କରିବାରେ ସଫଳ ହୋଇଛନ୍ତି। ଏହି ଲୁଟେରା ମାନେ ପୁରୀ ରେ ମଧ୍ୟ ସେହି ୩ତାରିଖ ଦିନ ଛିନତାଇ କରିଥିବା ପୁରୀ ଟାଉନ ଥାନାରେ ଅଭିଯୋଗ ହୋଇଛି। ଏହି ଲୁଟେରା ମାନେ ନିୟମିତ ଭାବେ ୩୧୬ଜାତୀୟ ରାଜପଥ ଉପରେ ଛିନତାଇ କରିଆସୁଛନ୍ତି ବୋଲି ପୋଲିସ ରେକର୍ଡ଼ ରୁ ଜଣାପଡିଛି। ଏହି ଦୁଇ ଯୁବକ ହେଲେ ପୁରୀ ର ମଙ୍ଗଳାହାଟର ପାଇକସାହିର ଶଙ୍କର ସାହୁଙ୍କ ପୁଅ ଜୟଦେବ ସାହୁ ଓ ନରେନ୍ଦ୍ରକୋଣର  ଭୂଭନ ଭୋଇଙ୍କ ପୁଅ ଚିକୁ ଭୋଇ ବୋଲି  ପୋଲିସ ସୁତ୍ରରୁ ଜଣାପଡିଛି । ସେମାନଙ୍କୁ ସତ୍ୟବାଦୀ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୯/୨୦୨୫---୧୧,୧୦ Sakhigopal News,5/9/2025

Blog Archive

Popular Posts