Breaking News

ଦୀର୍ଘବର୍ଷ ପରେ ଗଂଜାମ - କନ୍ଧମାଳ ସୀମାନ୍ତରେ ପୁଣି ମାଓବାଦୀ ସକ୍ରିୟ.- ଜଣେ ଜବାନ୍ ଆହତ



ଭଞ୍ଜନଗର - କନ୍ଧମାଳ ଜିଲ୍ଲା ଇନ୍ଦ୍ରଗଡ ଜଙ୍ଗଲ ନିକଟରେ ଏସ୍ଓଜି ଜବାନ୍ ଏବଂ ମାଓବାଦୀ ଙ୍କ ମଧ୍ୟରେ ଗୁଳିବିନିମୟ । ଏଥିରେ ଜଣେ ଏସଓଜି ଯବାନ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଘଟଣା ସ୍ଥଳରୁ ତାଙ୍କୁ ଉଧାର କରି ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।  ତାଙ୍କର ପେଟରେ ରେ  ଗୁଳି ବାଜିଛି । ଆହତ ଜବାନ୍  ଜଣକ ପ୍ରେମ୍ ସିଂ ମାଝି ବୋଲି  ଜଣା ପଡିଛି । ସେ ଫୁଲବାଣୀ ବାଟାଲିୟନ ରେ କାର୍ଯ୍ୟରତ ଥିଲେ । ଗୁରୁବାର ଦିନ, କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଗିରିବାଲିଆପତଙ୍ଗ ଗାଁ ନିକଟ ତଡମା ଜଙ୍ଗଲରେ, ମାଓବାଦୀ ମାନେ ରହିଥିବା ସୂଚନା ପାଇ ଏସ୍ଓଜି ଜବାନ୍ ମାନେ କୁମ୍ବିଂ ଅପରେସନ କରିଥିଲେ । ଏହି ସମୟରେ ଉଭୟ ପୋଲିସ ଏବଂ ଜବାନ୍ ଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଫଳରେ ମାଓବାଦୀଙ୍କ ଗୁଳିରେ ଜବାନ୍ ଜଣକ ଆହତ ହୋଇଥିଲେ । ଭଂଜନଗର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଘଟଣା ସ୍ଥାଳଟି ଗଂଜାମ - କନ୍ଧମାଳ ସୀମାନ୍ତ ରେ ହୋଇଛି । ଯାହାକି ଦୀର୍ଘବର୍ଷ ପରେ ସଂପୃକ୍ତ ଅଞ୍ଚଳରେ ପୁଣି ମାଓବାଦୀ ମାନେ  ସେମାନଙ୍କ ଉପସ୍ଥିତି ଜାହିର  କରିଛନ୍ତି । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨୧/୯/୨୦୨୫----୭,୧୫ Sakhigopal News  21/9/2025

Blog Archive

Popular Posts